ETV Bharat / city

ଲକଡାଉନ ଖୋଲିଲେ ଗଡିବ ସବୁ ବସ: ପରିବହନ ମନ୍ତ୍ରୀ - bus services update in odisha

ଲକଡାଉନ ଖୋଲିଲେ ରାଜ୍ୟରେ ସବୁ ବସ ଚଳାଚଳ କରିବ । ବର୍ତ୍ତମାନ ରାଜ୍ୟରେ ସ୍ଥିତିକୁ ଦେଖି ବିଚାରବିମର୍ଶ କରୁଛନ୍ତି ରାଜ୍ୟ ସରକାର । ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଅଧିକ ପଢନ୍ତୁ...

ଲକଡାଉନ ଖୋଲିଲେ ଗଡିବ ସବୁ ବସ: ପରିବହନ ମନ୍ତ୍ରୀ

author img

By

Published : Jul 14, 2021, 7:01 PM IST

ଭୁବନେଶ୍ବର: ଲକଡାଉନ ଖୋଲିଲେ ରାଜ୍ୟରେ ଗଡିବ ସବୁ ବସ । ଆଉ ଦିନକ ପରେ ରାଜ୍ୟରେ ଆଂଶିକ ଲକଡାଉନ ୨ୟ ପର୍ଯ୍ୟାୟ ଶେଷ ହେଉଛି । ତେଣୁ ବସ ଚଳାଚଳ ନେଇ ବିଚାର ବିମର୍ଶ ଜାରି ରହିଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଦେଇଥିବା ସୂଚନା ଆଧାରରେ, ବର୍ତ୍ତମାନ A କ୍ୟାଟଗୋରୀ ଚିହ୍ନିତ ୨୦ ଜିଲ୍ଲାରେ ବସ ଚଳପ୍ରଚଳ କରୁଛି । ଯଦି ୧୬ ତାରିଖ ପରେ ଲକଡାଉନ୍ କୋହଳ ହୁଏ, ତେବେ ବାକି ୧୦ ଜିଲ୍ଲାରେ ମଧ୍ୟ ବସ ଚଳାଚଳକୁ ଅନୁମତି ମିଳିବ । ଏ ନେଇ ପରିବହନ ବିଭାଗ ପକ୍ଷରୁ ବିଚାର ବିମର୍ଶ ଚାଲିଥିବା କହିଛନ୍ତି ମନ୍ତ୍ରୀ ପଦ୍ମନାଭ । ଏହାସହ ଆନ୍ତଃରାଜ୍ୟ ଓ ଜିଲ୍ଲା ସ୍ତରରେ ମଧ୍ୟ ବସ୍ ଚଳପ୍ରଚଳ କରିବ । ସେହିପରି ଟିକସ ଛାଡ଼ ଲାଗି ଘରୋଇ ବସ ମାଲିକ ସଂଘ ଦାବି କରୁଛନ୍ତି । ଏ ଦିଗରେ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସଂକ୍ରମଣ ବୃଦ୍ଧି ଓ ଲକଡାଉନ୍‌ ଲାଗି ବସ୍ ଚଳାଚଳରେ ସରକାର ରୋକ ଲଗାଇଥିଲେ । ସଂକ୍ରମଣ କମୁଥିବାରୁ 20 ଜିଲ୍ଲାରେ ସରକାରୀ ବସ ଚଳାଚଳ ଆରମ୍ଭ ହୋଇ ସାରିଛି । ଖାସ୍‌ କରି A କ୍ୟାଟଗୋରୀରେ ଥିବା ଜିଲ୍ଲାରେ ବସ ସେବା ଜାରି ରହିଛି । କିନ୍ତୁ B କାଟାଗୋରୀ ଜିଲ୍ଲାରେ ବସ୍‌ ସେବା ବନ୍ଦ ରହିଛି । ଲକଡାଉନ ଖୋଲିବା ପରେ ସାରା ରାଜ୍ୟରେ ବସ ସେବା ପୂର୍ବପରି ଆରମ୍ଭ ହେବା ନେଇ ସରକାର ତର୍ଜମା କରୁଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.