ETV Bharat / city

ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ବବିଦ୍ୟାଳୟ, ଶିକ୍ଷାବିତ୍‌ଙ୍କ ସ୍ୱାଗତ

author img

By

Published : Feb 1, 2022, 7:28 PM IST

ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ବବିଦ୍ୟାଳୟ। ଏଥର ବଦଳିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୈଳୀ । ଲୋକସଭାରେ ବଜେଟ୍ ଉପସ୍ଥାପନବେଳେ ଏନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ

Budget 2022: Digital University, Centres of Excellence for Urban Planning to be set up
ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ବବିଦ୍ୟାଳୟ, ଶିକ୍ଷାବିତ୍‌ଙ୍କ ସ୍ୱାଗତ

ଭୁବନେଶ୍ବର: ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ବବିଦ୍ୟାଳୟ। ଏଥର ବଦଳିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୈଳୀ । ଲୋକସଭାରେ ବଜେଟ୍ ଉପସ୍ଥାପନବେଳେ ଏନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୋରୋନା ମହାମାରୀ ସମୟରେ ପାଠପଢ଼ାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବା ସହ ଅନେକ ମଧ୍ୟ କ୍ଷତି ହୋଇଛି । କୋରୋନା ମହାମାରୀ ସମୟରେ ସ୍କୁଲଗୁଡ଼ିକ ବନ୍ଦ ଥିବାରୁ ପିଲାମାନଙ୍କ ଶିକ୍ଷା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ପିଏମ ଇ-ବିଦ୍ୟା ଅଧିନସ୍ଥ ଗୋଟିଏ ଶ୍ରେଣୀ-ଗୋଟିଏ ଟିଭି ଚ୍ୟାନେଲ’ କାର୍ଯ୍ୟକ୍ରମର ସଂପ୍ରସାରଣ କରି 200 ଚ୍ୟାନେଲକୁ ବୃଦ୍ଧି କରାଯିବ।

ଏହାମଧ୍ୟ ପଢନ୍ତୁ: Budget 2022-23: ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ପ୍ରତିକ୍ରିୟା

ଏହା ଦ୍ବାରା ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପିଲାମାନଙ୍କୁ ଶିକ୍ଷା ଦାନରେ ସହାୟତା ଆସିଯିବ। ଏନେଇ ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି ଯେ, କୋରୋନା ସମୟରେ ସାରା ଦେଶରେ ଅନଲାଇନ ମାଧ୍ୟମରେ ଯେଉଁ ପାଠ ପଢା ହୋଇଥିଲା ତାହା ସମସ୍ତେ ଜାଣିଛନ୍ତି ଓ ଦେଖିଛନ୍ତି। ତେବେ ଦେଶରେ ଡିଜିଟାଲ ୟୁନିଭରସିଟି କେତେଦୂର ସଫଳ ହେବ ତାହା ସମସ୍ତଙ୍କ ମନରେ ସନ୍ଦେହ ରହିଛି । ଯଦି ସରକାର ଏହାକୁ ସ୍ଥାପନ କରୁଛନ୍ତି ତେବେ ଏହା ଭଲ ଉପକାର ଆସିବ ଛାତ୍ରଛାତ୍ରୀଙ୍କର। ଦୂର ଦୂରାନ୍ତରୁ ଛାତ୍ରଛାତ୍ରୀ ୟୁନିଭରସିଟିରେ ଶିକ୍ଷାର ଲାଭ ନେଇପାରିନାହାନ୍ତି ବା ନେଇପାରନ୍ତି ନାହିଁ, ସେମାନେ ଏଭଳି ଡିଜିଟାଲ ୟୁନିଭରସିଟି ହେଲେ ନାମ ଲେଖାଇ ପାଠ ପଢିପାରିବେ। ଯେବେ ୟୁନିଭରସିଟିରେ ପାଠପଢ଼ା ଆରମ୍ଭ ହେବ ସେହି ସମୟରେ ଜଣାପଡିବ କେତେ ସଫଳ ଓ କେତେ ବିଫଳ ହେବ। ଏଭଳି ପରିସ୍ଥିତିରେ ଅନଲାଇନ ମାଧ୍ୟମରେ ସଧାରଣ ଭାବରେ ପିଲାମାନେ ପ୍ରାକ୍ଟିକାଲ କରିପାରିବେ ନାହିଁ । ତେବେ ସରକାର ଯେତେବେଳେ ଡିଜିଟାଲ ୟୁନିଭରସିଟି ଆଣୁଛନ୍ତି ଏହାକୁ ସ୍ବାଗତ କରିବା ବୋଲି ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.