ଭୁବନେଶ୍ବର: ବିଏସଏଫ ଡିଜିଙ୍କ ସହ ପୋଲିସ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ । ମାଓ ସ୍ଥିତି ଓ ଗତିବିଧି ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି ।
ଭୁବନେଶ୍ବରରେ ବିଏସଏଫ ଡିଜି ରାକେଶ ଆସ୍ଥାନା ପହଞ୍ଚି ଓଡିଶା ଡିଜି ଅଭୟଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ,ବିଏସଏଫର ଅତିରିକ୍ତ ମହାନିର୍ଦ୍ଦେଶକ, ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଏବଂ ରାଜ୍ୟ ପୋଲିସ ଓ ବିଏସଏଫର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ବୈଠକରେ ମୁଖ୍ୟତଃ ବାମପନ୍ଥୀ ସନ୍ତ୍ରାସବାଦର ସ୍ଥିତି, ବିଶେଷ କରି ଯେଉଁ ଅଞ୍ଚଳରେ ବିଏସଏଫ କମ୍ପାନୀ କାର୍ଯ୍ୟ କରୁଛି ସେ ଅଞ୍ଚଳରେ ପରିସ୍ଥିତି କିପରି ଅଛି, ନକ୍ସଲ ଉପଦ୍ରବ ରୋକିବାକୁ ନିଆଯାଇଥିବା ପଦକ୍ଷେପ ଆଦି ପ୍ରସଙ୍ଗ ଉପରେ ବିଷଦ ଭାବରେ ଆଲୋଚନା ହୋଇଥିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ