ଭୁବନେଶ୍ବର: ରାଜଧାନୀରେ ଅମାନୁଷିକ ଭାବେ ଦୁଇଟି ବୁଲା କୁକୁରକୁ ଗୁଳି ମାଡ଼ ଘଟଣା । ଖଣ୍ଡଗିରି ଥାନାରେ ହୋଇଥିବା ଅଭିଯୋଗ ମୁତାବକ ତଦନ୍ତ ଚାଲିଛି । ପୋଷ୍ଟମଟମ ରିପୋର୍ଟ ପରେ ହିଁ ପୁରା ଘଟଣାଟି ଜଣାପଡିବା ବୋଲି ପୋଲିସ କହିଛି ।
ତେବେ ରାଜଧାନୀରେ ଅମାନୁଷିକ ଭାବେ ଜଣେ ନିର୍ଦ୍ଦୟ ଦୁଇଟି ବୁଲା କୁକୁରକୁ ଗୁଳିମାଡ କରିଥିଲା। ଘଟଣାସ୍ଥଳରେ ଗୋଟିଏ କୁକୁରର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କୁକୁରଟିକୁ ଗୁରୁତର ଥିବାରୁ ଚିକିତ୍ସା କରାଯାଉଛି ।
ଭୁବନେଶ୍ୱର ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ଘଟିଥିଲା ଏହି ଘଟଣା । ଏନେଇ ଖଣ୍ଡଗିରି ଥାନାରେ ସ୍ପିକ ଫର ଆନିମଲ ପକ୍ଷରୁ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ