ଭୁବନେଶ୍ବର: ପ୍ରେମିକାକୁ ଦୁଷ୍କର୍ମ କରି ପ୍ରେମିକ ଗିରଫ । ୨୦୧୯ର ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ କଲା ପୋଲିସ । ସାଲିଆସାହିରୁ ଅଭିଯୁକ୍ତ ନୀଳକଣ୍ଠ ବାରିକକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ସେ ନୟାଗଡ ଖଜୁରିଆପଡା ଓଡଗାଁର ବୋଲି ଜଣାପଡିଛି ।ନାବାଳିକା ପ୍ରେମିକାକୁ ପ୍ରେମ ଜାଲରେ ଫଶାଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ।
ଏପରିକି ବିବାହର ପ୍ରତିଶୃତି ଦେଇ ହିମାଚଳପ୍ରଦେଶ ନେଇ ସେଠାରେ ଏକ ହୋଟେଲରେ ଶାରୀରିକ ସମ୍ପର୍କ ପାଇ ବାଧ୍ୟ ପରେ ରାଜି ନହେବାରୁ ଦୁଷ୍କର୍ମ କରିଥିଲା ପ୍ରେମିକ । ତେବେ ସେଠାରୁ ଖସି ଆସି ନାବାଳିକା ଜଣକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି କିଛିଦିନ ପୂର୍ବରୁ ଓଡିଶା ଫେରିଥିବା ପ୍ରେମିକକୁ ଗିରଫ କରିଛି ପୋଲିସ । ଆପିସିର ଧାରା ୩୫୩,୩୫୬,୩୭୬ (2)(n),୩୪ ,ସେକ୍ସନ ୬ ପୋକ୍ସୋଆକ୍ଚରେ ଗିରଫ କରି କୋର୍ଟ ଚାଲାଣ କରିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ