ETV Bharat / city

ଦେଖା ଆଳରେ ଦେଲା ଧୋକା, ପ୍ରେମିକାକୁ ଦୁଷ୍କର୍ମ କରି ପ୍ରେମିକ ଗିରଫ

author img

By

Published : May 28, 2021, 9:39 PM IST

Updated : May 28, 2021, 10:42 PM IST

ଦେଖାକରିବା ଆଳରେ ପ୍ରେମିକାକୁ ଦୁଷ୍କର୍ମ କଲେ ଯୁବକ । ଶେଷରେ ପ୍ରେମିକା ଜଣକ ମହିଳା ଥାନାରେ ଅଭିଯୋଗ ପରେ ପୁରୀ କାକଟପୁରର ରାକେଶ କୁମାର ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ। ଅଧିକ ପଢନ୍ତୁ...

ପ୍ରେମିକାକୁ ଦୁଷ୍କର୍ମ କରି ପ୍ରେମିକ ଗିରଫ
ପ୍ରେମିକାକୁ ଦୁଷ୍କର୍ମ କରି ପ୍ରେମିକ ଗିରଫ

ଭୁବନେଶ୍ବର: ଲକଡାଉନ ପାଇଁ ଏତେ ଦିନ ହେଲା ହୋଇନି ଦେଖା । ତମକୁ ଦେଖିବାକୁ ଭାରି ଇଛା । ଏମିତି ମିଠା କଥା କହି ପ୍ରେମିକାକୁ ଦେଖା କରିବାକୁ ମୌକା ଖୋଜୁଥିଲା ପ୍ରେମିକ । ଆଉ ସେହି ମୌକାରେ ଲୁଚି ଲୁଚି କାକଟପୁରରୁ ଭୁବନେଶ୍ବର ଧାଇଁ ଆସିଥିଲା ପ୍ରେମିକ ।

ପ୍ରେମିକାକୁ ଦୁଷ୍କର୍ମ କରି ପ୍ରେମିକ ଗିରଫ
ପ୍ରେମିକାକୁ ଦୁଷ୍କର୍ମ କରି ପ୍ରେମିକ ଗିରଫ

ପରେ ପ୍ରେମିକ ରଚିଥିଲା ପ୍ରେମିକା ସହ ନାଟକ। ବିବାହ କରିବାର ସ୍ବପ୍ନ ଦେଖାଉଥିବା ପ୍ରେମିକ ଜଣକ ପ୍ରେମିକାର ଘରେ କେହି ନଥିବା ବେଳେ ତାକୁ ଦେଖାକରିବାକୁ ଆସିଥିଲା। ଆଉ ଏହି ମୌକାରେ କେହି ନଥିବା ଜାଣି ପ୍ରେମିକ ଆରମ୍ଭ କରିଥିଲା ଷଡଯନ୍ତ୍ର।

ନିଜ ପ୍ରେମିକା ସହ ଶାରିରୀକ ସମ୍ପର୍କ ରଖିବାକୁ ଉଦ୍ୟମ କରି ଶେଷରେ କରିଥିଲା ଦୁଷ୍କର୍ମ। ଆଉ ଫେରିଯାଇଥିଲା କାକଟପୁର। ହେଲେ ପ୍ରେମିକାର ଇମୋସନ ଭାଙ୍ଗିଥିବାରୁ ଶେଷରେ ସହି ନପାରି ଘର ଲୋକଙ୍କୁ ଜଣାଇଥିଲା।

ହେଲେ ଘର ଲୋକ ବିଶ୍ବାସ ନକରି ଅନ୍ୟତ୍ର ବିବାହ ପାଇଁ ଉଦ୍ୟମ କରୁଥିଲେ। ତେବେ ପ୍ରେମିକା ଜଣକ ମହିଳା ଥାନାରେ ଅଭିଯୋଗ ପରେ ପୁରୀ କାକଟପୁର ପାଟପୁରର ରାକେଶ କୁମାର ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ।

ଅଭିଯୁକ୍ତ ଜଣଙ୍କ ଜଣେ ରଙ୍ଗମିସ୍ତ୍ରୀ ହୋଇଥିବାବେଳେ ସାମନ୍ତରାପୁରରେ ରହୁଥିବା ପ୍ରେମିକାର ଘର ପଡୋଶୀ ଘରର ରଙ୍ଗକାମ ବେଳେ ପିଡିତା ସହ ଦେଖା ହୋଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 28, 2021, 10:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.