ଭୁବନେଶ୍ୱର: ମୁହାଁମୁହିଁ ହେଲେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ। ବିଧାନସଭା ଆରମ୍ଭରୁ ନିଜ ଦବଦବା ଦେଖାଇ ଆସୁଥିଲା କଂଗ୍ରେସ। ନିଜକୁ ହିଁ ବିରୋଧୀ ଦଳ ବୋଲି ଧରି ନେଇ ଗୃହକୁ ନିଜ କବଜାରେ ରଖିବାକୁ ଚେଷ୍ଟା କରି ଆସୁଥିଲା । ଜାଣିଶୁଣି ଉଦ୍ଦେଶ୍ୟ ମୂଳକ ଭାବରେ କଂଗ୍ରେସ ବିଧାୟକ ଏପରି କରୁଥିବା ଜାଣି ବୁଧବାର ବିଜେପି ବିଧାୟକ ମଧ୍ୟ ସମାନ ଆଭିମୁଖ୍ୟ ଆପଣାଇଥିଲେ।
ଶୁନ୍ୟ କାଳରେ ବିରୋଧୀ ଦଳର ନେତା ଓ ଉପନେତା ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ମୁଖ୍ୟମନ୍ତ୍ରୀ ଭତ୍ତା ବାଣ୍ଟିବା, ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଭୁଲ ତଥ୍ୟ ଦେବା ପ୍ରସଙ୍ଗ ମଧ୍ୟ ଉଠିଥିଲା। ହେଲେ ହଠାତ କଂଗ୍ରେସ ବିଧାୟକ ଦଳ ଗୃହର ରୁଲସ୍ ଅଫ ବିଜନେସ ପାଠ ପଢ଼ିଥିଲେ । ବାଚସ୍ପତି ଗୃହ ଠିକ ଭାବେ ଚଳାଉ ନଥିବା ମଧ୍ୟ କହିଥିଲେ। ବାସ ଏହା ପରେ କଂଗ୍ରେସ ବିଧାୟକ ପୋଡ଼ିୟମ ପାଖକୁ ଆସି ହୋହାଲ୍ଲା କରିଥିଲେ। ଏହା ପରେ ପରେ ବିଜେପି ବିଧାୟକ ମାନେ ମଧ୍ୟ ଆସି ହୋ ହାଲ୍ଲା କରିଥିଲେ ।
ଏସବୁ ହେବା ପରେ ବାଧ୍ୟ ହୋଇ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକରେ ଏନେଇ ଆଲୋଚନା ହେବା ପରେ ଖର୍ଚ୍ଚ ଦାବି ସଂକ୍ରାନ୍ତରେ ଆଲୋଚନା ହୋଇଥିଲା।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ