ETV Bharat / city

Booster Dose: ଆଜିଠୁ 18 ବର୍ଷରୁ ଊର୍ଦ୍ଧ୍ବଙ୍କୁ ବୁଷ୍ଟର ଡୋଜ

author img

By

Published : Apr 10, 2022, 12:28 PM IST

ଆଜିଠୁ 18 ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ ବୁଷ୍ଟର ଡୋଜ । ଦ୍ୱିତୀୟ ଡୋଜ ନେବାର 9 ମାସ ହୋଇଥିଲେ ନେଇପାରିବେ ଏହି ଡୋଜ । ଅଧିକ ପଢନ୍ତୁ

Booster Dose: ଆଜିଠୁ 18 ବର୍ଷରୁ ଊର୍ଦ୍ଧ୍ବ ନେଇପାରିବେ ବୁଷ୍ଟର ଡୋଜ

ଭୁବନେଶ୍ବର: କୋରୋନା ବିରୋଧୀ ଲଢେଇରେ ଆଉ ପାଦେ ଆଗେଇଛି ଭାରତ । ଆଜିଠୁ ଦେଶରେ ଆରମ୍ଭ ହୋଇଛି କିଶୋର କିଶୋରୀଙ୍କ ବୁଷ୍ଟର ଡୋଜ(Booster Dose) ଟୀକାକରଣ । ଏଣିକି 18 ବର୍ଷରୁ ଊର୍ଦ୍ଧ୍ବ ନେଇପାରିବେ ବୁଷ୍ଟର ଡୋଜ । ସରକାରୀ ହସ୍ପିଟାଲରେ ଟୀକାକରଣ ସହ ଏଣିକି ଘରୋଇ ହସ୍ପିଟାଲର ଟିକାକେନ୍ଦ୍ରରେ କୋରୋନା ଟିକା ଦିଆଯିବ । ଘରୋଇ ହସ୍ପିଟାଲଗୁଡିକରେ ଏହି ଟିକାର ଦାମ 225 ଟଙ୍କା ରହିଛି । ପୂର୍ବରୁ ଏହାର ମୂଲ୍ୟ 1,200 ଟଙ୍କା ଥିଲା ।

କିଶୋର କିଶୋରୀ ଦ୍ବିତୀୟ ଡୋଜ ନେବାର 9 ମାସ ହୋଇଥିଲେ ବୁଷ୍ଟର ଡୋଜ ନେଇପାରିବେ । ଯେଉଁ ଟିକାର 2ଟି ଯାକ ଡୋଜ୍ ନେଇଥିବେ ସେହି ଟିକା ବୁଷ୍ଟର ଆକାରରେ ଦିଆଯିବ । ଅର୍ଥାତ୍ କୋଭିସିଲ୍ଡ ନେଇଥିଲେ କୋଭିସିଲ୍ଡ ଓ କୋଭାକ୍ସିନ ନେଇଥିଲେ କୋଭାକ୍ସିନ ହିଁ ନେଇପାରିବେ । 18 ରୁ 59 ବର୍ଷର ବ୍ୟକ୍ତି କୋୱିନ(Cowin) ପୋର୍ଟାଲରେ ଏଥିପାଇଁ ପଞ୍ଜିକରଣ କରିପାରିବେ । ସରକାରୀ ଟିକା କେନ୍ଦ୍ରଗୁଡିକରେ ବିନା ମୂଲ୍ୟରେ ଟୀକକରଣ ପୂର୍ବ ଭଳି ଜାରି ରହିବ ।

ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ 6 କୋଟି 44 ଲକ୍ଷ 38 ହଜାର 911 ଡୋଜ ଟିକା ଦିଆଯାଇଛି । ପ୍ରଥମ ଡୋଜ ନେଇଛନ୍ତି 3 କୋଟି 41 ଲକ୍ଷ 56ହଜାର 16 ଲୋକେ ଏବଂ 2 କୋଟି 93 ଲକ୍ଷ 3 ହଜାର 645 ଦ୍ବିତୀୟ ଡୋଜ ଦିଆସରିଛି । ସେହିପରି 9 ଲକ୍ଷ 79 ହଜାର 250 ଜଣ ବୁଷ୍ଟର ଡୋଜ ନେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.