ETV Bharat / city

ବୋର୍ଡ଼ ନିଦ୍ଧାରିତ ପରୀକ୍ଷା ଓ ମୂଲ୍ୟାୟନ ବ୍ୟବସ୍ଥାରେ ଅଧିକ ଭାରାକ୍ରାନ୍ତ ହେବେ ଛାତ୍ରଛାତ୍ରୀ: OSSTA - ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ନିର୍ଦ୍ଧାରିତ କରାଯାଇଥିବା ମାଟ୍ରିକ ପରୀକ୍ଷା ଓ ଏହାର ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା OSSTA । କହିଲା ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କୁ କରିବ ଅଧିକ ଭାରାକ୍ରାନ୍ତ । ଅଧିକ ପଢନ୍ତୁ...

ବୋର୍ଡ଼ ନିଦ୍ଧାରିତ ପରୀକ୍ଷା ଓ ମୂଲ୍ୟାୟନ ବ୍ୟବସ୍ଥା ଛାତ୍ରଛାତ୍ରୀମାନଙ୍କୁ ଅଧିକ ଭାରାକ୍ରାନ୍ତ କରିବ: OSSTA

author img

By

Published : Oct 25, 2021, 9:35 PM IST

ଭୁବନେଶ୍ବର: ଚଳିତବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ନିର୍ଦ୍ଧାରିତ କରାଯାଇଥିବା ମାଟ୍ରିକ ପରୀକ୍ଷା ଓ ଏହାର ମୂଲ୍ୟାୟନ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ଅଧିକ ଭାରାକ୍ରାନ୍ତ କରିବ । ଏପରି ଅଭିଯୋଗ କରି ବୋର୍ଡ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିଛି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (OSSTA) ।

କୋରୋନା ସଙ୍କଟ ସମୟର ବିଗତ ବର୍ଷର ପରୀକ୍ଷା ଓ ମୂଲ୍ୟାୟନ ବ୍ୟବସ୍ଥାକୁ ଲକ୍ଷ କରି ଚଳିତବର୍ଷ ଏଥିରେ କିଛି ପରିବର୍ତ୍ତନ ପାଇଁ ଉଦ୍ୟମ କରିଛି ବୋର୍ଡ । ଚଳିତବର୍ଷ ପାଇଁ ୨ଟି ବୋର୍ଡ ପରୀକ୍ଷା ନକରି ଏପ୍ରିଲ ମାସରେ ଗୋଟିଏ ବୋର୍ଡ ପରୀକ୍ଷା କରାଯାଉ। ସେଥିରେ ୫୦ ମାର୍କ ବହୁ ବିକଳ୍ପଧାରୀ ବସ୍ତୁନିଷ୍ଠ ପ୍ରଶ୍ନ ଓ ୩୦ ମାର୍କ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ସହିତ ବିଦ୍ୟାଳୟ ଦ୍ବାରା ଆକଳନ କରାଯାଇଥିବା ୨୦ ମାର୍କ ଆଧାରରେ ପରୀକ୍ଷା କରାଯାଉ । ଯଦି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବାଧ୍ୟକରି ୨ଟି ବୋର୍ଡ଼ ପରୀକ୍ଷା କରାଯାଏ, ତେବେ ଉଭୟ ପରୀକ୍ଷା ଦୀର୍ଘ ଉତ୍ତରମୂଳକ ଓ ବସ୍ତୁନିଷ୍ଠ ପ୍ରଶ୍ନ ରଖାଯାଉ ଓ ଏହାକୁ ସେମିଷ୍ଟାର ଭାବେ ଗ୍ରହଣ କରାଯାଉ ବୋଲି ପ୍ରସ୍ତାବ ରଖିଛି ସଂଘ ।

ସେହିପରି ଗୃହ ପରୀକ୍ଷାକୁ ସମ୍ପୂର୍ଣ୍ଣ ଭାବରେ ବାତିଲ କରାଯାଉ । ଏକ ନୂତନ ପରୀକ୍ଷା ଓ ମୂଲ୍ୟାୟନ ନିର୍ଦ୍ଧାରଣ କଲାବେଳେ ସରକାର ଓ ବୋର୍ଡ କତ୍ତୃପକ୍ଷଙ୍କ ପକ୍ଷରୁ ବିଷୟ ବିଷାରଦ, ଶିକ୍ଷାବିତ, ବୁଦ୍ଧିଜୀବୀ, ଶିକ୍ଷକ ସଙ୍ଗଠନ ଏବଂ ଅଭିଭାବକଙ୍କୁ ନେଇ ଯେତେ ବ୍ୟାପକ ଆଲୋଚନା କରିବା କଥା ତାହା କରାଯାଇ ନାହିଁ ବୋଲି ମଧ୍ୟ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏହାସହ ଏହି ପଦ୍ଧତି ଭବିଷ୍ୟତ ପାଇଁ ଏକ ସ୍ଥାୟୀ ପଦ୍ଧତି ରୂପେ ନିର୍ଦ୍ଧାରଣ କରିବା ପୂର୍ବରୁ ବ୍ୟାପକ ଆଲୋଚନା କରାଯାଉ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି ।

2022 ମସିହା ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବର୍ତ୍ତମାନ ବୋର୍ଡ ପକ୍ଷରୁ ଯେଉଁ ପଦ୍ଧତି ନିର୍ଦ୍ଧାରଣ କରାଯାଇଛି, ଏହା ବର୍ଷକରେ ୨ଟି ବୋର୍ଡ ପରୀକ୍ଷା ଓ 4ଟି ଗଠନମୂଳକ ଭାବରେ ମୂଲ୍ୟାୟନ କରାଯିବ। ଏହା ଛାତ୍ରଛାତ୍ରୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହେବ। ବର୍ଷ ତମାମ ପରୀକ୍ଷା ଓ ଏହାର ମୂଲ୍ୟାୟନ ପିଲାଙ୍କୁ ଅଧିକ ଭାରାକ୍ରାନ୍ତ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି OSSTA ସାଧରଣ ସମ୍ପାଦକ ପ୍ରକାଶ ଚାନ୍ଦ ମହାନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.