ETV Bharat / city

୬ଟି ଜୋନ ହେବ BMC: ଲୋକଙ୍କ ଘରକୁ ଯାଇ ସେବା ଯୋଗାଇବ ବିଏମ୍‌ସି - ଭୁବନେଶ୍ବର ମହାନଗରର ନିଗମ ଖବର

ବିଏମସିର ହେବ ନବକଳେବର । 6ଟି ଜୋନ୍‌ ହେବ ଭୁବନେଶ୍ବର ମହାନଗରର ନିଗମ । ଅଧିକ ପଢନ୍ତୁ

୬ଟି ଜୋନ ହେବ BMC
୬ଟି ଜୋନ ହେବ BMC
author img

By

Published : Jun 21, 2022, 5:02 PM IST

ଭୁବନେଶ୍ବର: ବିଏମସିର ହେବ କଳେବର । 6ଟି ଜୋନ ହେବ ଭୁବନେଶ୍ବର ମହାନଗରର ନିଗମ(BMC) । ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ବିଏମସିର ୬୭ଟି ୱାର୍ଡ ପାଇଁ ପୂର୍ବରୁ 3ଟି ଜୋନ ବା ମଣ୍ଡଳରେ ବିଭକ୍ତ କରାଯାଇଥିଲା । ଏହା ଏବେ ୬ଟି ହୋଇଛି । ଲୋକଙ୍କ ଘରକୁ ଘର ସେବା ଯୋଗାଇବା ପାଇଁ ସରକାରଙ୍କୁ ବିଏମସିର ଏହି ଵିକେନ୍ଦ୍ରୀକରଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା ।

୬ଟି ଜୋନ ହେବ BMC

ଏହା ଏବେ ଅନୁମୋଦନ ହୋଇଛି । ଏହା ଲୋକଙ୍କୁ ସୁବିଧା ପାଇଁ ଆହୁରି ସୁଯୋଗ ପ୍ରଦାନ କରିବ । ଏନେଇ ସମସ୍ତ କର୍ପୋରେଟର ମେୟର ଓ ବିଏମସିର ଅଧିକାରୀ ମିଳିମିଶି କାର୍ଯ୍ୟ କରିବେ ବୋଲି କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ଏହାସହ ବିଦାୟୀ କମିଶନର ସଂଜୟ ସିଂ ଏନେଇ ପ୍ରସ୍ତାବ ଦେଇଥିବାବେଳେ ତାହା ବିଚାର ବିମର୍ଶ ହୋଇ ଅନୁମୋଦନ ହୋଇଥିବାରୁ ଖୁବଶୀଘ୍ର ଏହାର ରୂପରେଖ ହୋଇ ଲୋକେ ସୁବିଧା ପାଆନ୍ତୁ ବୋଲି ସେ କହିଥିଲେ ।

ପୂର୍ବରୁ ଉତ୍ତର ମଣ୍ଡଳ ସାଉଥ ଇଷ୍ଟ ଓ ପୂର୍ବ ଓ ପଶ୍ଚିମ ମଣ୍ଡଳ ଥିଲା । କିନ୍ତୁ ଧିରେ ଧିରେ ରାଜ୍ୟ ରାଜଧାନୀର ଲୋକସଂଖ୍ୟା ବୃଦ୍ଧି ହେବାରୁ ଏହାର କଳେବରର ଆବଶ୍ୟକତା ହୋଇଥିଲା । ପ୍ରସ୍ତାବିତ କ୍ରମେ ଏହାର ଅନୁମୋଦନ ହୋଇଛି । ଏଭଳି ହେଲେ ରାଜଧାନୀବାସୀ ହାତ ପାହାନ୍ତରେ ସମସ୍ତ ସୁବିଧା ସୁଯୋଗ ପାଇବେ। ବିଏମସିର ମୁଖ୍ୟ କାର୍ଯ୍ୟାଳୟକୁ ସେମାନଙ୍କୁ ଆଉ ଦୌଡିବାକୁ ପଡିବ ନାହିଁ । ନିଜ ମଣ୍ଡଳରେ ହିଁ ସେମାନଙ୍କ ସମସ୍ୟା ସମାଧାନ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.