ETV Bharat / city

ରାଜଧାନୀର ପ୍ରତି ୱାର୍ଡରେ ପ୍ରତିଷ୍ଠା ହେବ ବିଏମସି ଅଫିସ - ସୁରଥ ଚନ୍ଦ୍ର ମଲିକ

ଆସନ୍ତା ଅଗଷ୍ଟ 31 ତାରିଖରେ ରାଜଧାନୀର ବିଭିନ୍ନ ୱାର୍ଡରେ ବିଏମସି ଅଫିସ ଖୋଲିବ । ବିଏମସିର ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲିକ ଏହି ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 9, 2019, 10:11 AM IST

ଭୁବନେଶ୍ବର: ରାଜଧାନୀର ପ୍ରତି ୱାର୍ଡରେ ହେବ ବିଏମସି ଅଫିସ। ଏହି ଅଫିସରେ ହୋଲଡିଂ ଟ୍ୟାକ୍ସ ଠାରୁ ଆରମ୍ଭକରି ସବୁ ପ୍ରକାର ସମସ୍ୟାର ସମାଧାନ ହେବ। ବିଏମସିର ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲିକ ଏହି ସୂଚନା ଦେଇଛନ୍ତି । ଏହାଦ୍ବାରା ଲୋକଙ୍କ ସମସ୍ୟାର ତ୍ବରିତ ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି । ଆସନ୍ତା ଅଗଷ୍ଟ ୩୧ ତାରିଖ ସ୍ବାୟତ୍ତ ଶାସନ ଦିବସ ଅବସରରେ ବିଏମସିର ସମସ୍ତ ୱାର୍ଡରେ ଅଫିସ ଉଦଘାଟନ କରାଯିବ ।

ରାଜଧାନୀର ୬୭ଟି ୱାର୍ଡରେ ବିଏମସି ଖୋଲିବ ୱାର୍ଡ ଅଫିସ। ଏହି ୱାର୍ଡ ଅଫିସରେ ୱାର୍ଡ ଅଫିସର , ସିଓ, ଜେଇ ଓ ସାନିଟାରୀ ଇନସ୍ପେକ୍ଟର ରହିବେ। ହୋଲଡିଂ ଟ୍ୟାକ୍ସ, ଡ୍ରେନେଜ ସମସ୍ୟା, ରାସ୍ତା ଘାଟ ଓ ଟ୍ରେଡ଼ ଲାଇସେନ୍ସ ସୁବିଧା ଉପଲବ୍ଧ ହେବ। ଏକ କିଓସ୍କ ରହିବ ଯାହା ୱାର୍ଡ ସହିତ ସଂଯୋଗ କରାଯିବ । ଏଥିରେ ଜନ୍ମମୃତ୍ୟୁ ପଞ୍ଜୀକରଣ ସାର୍ଟିଫିକେଟ ଉପଲବ୍ଧ ହେବ । ବିଭିନ୍ନ ଭତ୍ତା ଓ ବିଏମସିର ଉପଲବ୍ଧ ଯୋଜନା ସମୂହ ଲୋକଙ୍କ ହାତ ପାହାନ୍ତାରେ ମିଳିବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବରଗଡ଼ ଝରଣା ସାହିର କାଦମ୍ବିନୀ ରାୟଙ୍କ ମତରେ ଏହା ଏକ ଭଲ ପଦକ୍ଷେପ। ଆମ କାମକୁ ଆହୁରି ସହଜ କରିବ ୱାର୍ଡ ଅଫିସ। ପୂର୍ବ ଯୋଜନା ଭଳି ନ କରି ଏହି କାମକୁ ନିୟମିତ କରାଗଲେ ସାଧାରଣ ଲୋକେ ଉପକୃତ ହେବେ। ବିଏମସିର ଏଭଳି ଉଦ୍ୟମକୁ ସାଧାରଣରେ ଗ୍ରହଣୀୟ ହୋଇଛି । କିନ୍ତୁ ଅତୀତରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବା ବା ହାତକୁ ନେଇଥିବା କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ବିଏମସି ପୂରଣ କରିପାରିନି। ତେବେ ଏହାକୁ କେତେ ଦୂର ପୂରଣ କରିପାରିବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଏଣିକି ପ୍ରତି ୱାର୍ଡରେ ହେବ ବିଏମସି ଅଫିସ।ଭୁବନେଶ୍ୱର ମହାନଗର ନିଗମର ସମସ୍ତ ୬୭ ଟି ୱାର୍ଡରେ ଖୋଲିବ ୱାର୍ଡ ଅଫିସ।

Body:ଏଣିକି ପ୍ରତି ୱାର୍ଡରେ ଖୋଲିବ ୱାର୍ଡ ଅଫିସ।କୌଣସି କାର୍ଯ୍ୟ ପାଇଁ ଲୋକଙ୍କୁ ଆସିବାକୁ ପଡିବନି ବିଏମସି।ବିଏମସି ୱାର୍ଡ ଅଫିସରେ ହୋଲଡିଂ ଟ୍ୟାକ୍ସ ଠାରୁ ଆରମ୍ଭକରି ସବୁ ପ୍ରକାର ସମସ୍ୟାର ସମାଧାନ ହେବ।ଏ ନିଷ୍ପତ୍ତି ବିଏମସିର, ଏ ନେଇ ସୂଚନା ଦେଇଛନ୍ତି ବିଏମସିର ଅତିରିକ୍ତ କମିଶନର।

ଏହାଦ୍ୱାରା ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ହୋଇପାରିବ।ସାଧାରଣ ଲୋକମାନେ ଏଥିରେ ଉପକୃତ ହେବେ।କୌଣସି ଅଞ୍ଚଳରେ ରାସ୍ତା ମରାମତି ଠାରୁ ଆରମ୍ଭକରି ଆଲୋକ ,ପାଣିବ୍ୟବସ୍ଥା ପର୍ଯ୍ୟନ୍ତ ଅସୁବିଧାକୁ ୱାର୍ଡ ଅଫିସ ମାଧ୍ୟମରେ ଆବେଦନ କରିହେବ।

ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ସାଧାରଣ ଲୋକେ।ବରଗଡ଼ ଝରଣା ସାହିର କାଦମ୍ବିନୀ ରାୟଙ୍କ ମତରେ ଏହା ଏକ ଭଲ ପଦକ୍ଷେପ।ଆମ କାମକୁ ଆହୁରି ସହଜ କରିବ ୱାର୍ଡ ଅଫିସ।ପୂର୍ବ ଯୋଜନା ଭଳି ନକରି ଏହି କାମକୁ ନିୟମିତ ଭାବରେ କଲେ ସାଧାରଣ ଲୋକେ ବହୁତ ଉପକୃତ ହେବେ।

ବିଏମସିର ଏଭଳି ଉଦ୍ୟମକୁ ସାଧାରଣରେ ଗ୍ରହଣୀୟ ହୋଇଛି।ସାଧାରଣ ଲୋକଙ୍କର ମତ ଏହାଦ୍ୱାରା ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ।କିନ୍ତୁ ଅତୀତରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବା ବା ହାତକୁ ନେଇଥିବା କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ବିଏମସି ପୂରଣ କରିନି ତେବେ ଏହାକୁ କେତେଦୂର ପୁରଣ କରିପାରିବ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ।

ଅନ୍ୟପକ୍ଷେ ବିଏମସି ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲିକଙ୍କ ସୂଚନା ଅନୁସାରେ ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ୱାୟତ ଶାସନ ଦିବସରେ ବିଏମସି ସମସ୍ତ ୱାର୍ଡରେ ଉଦଘାଟନ ହେବ ୱାର୍ଡ ଅଫିସ।ବିଏମସି ୬୭ ଟି ୱାର୍ଡରେ ଖୋଲିବ ୱାର୍ଡ ଅଫିସ।ସାଧାରଣ ଲୋକଙ୍କ ସୁବିଧା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି।ପ୍ରତି ୱାର୍ଡ ଅଫିସରେ ୱାର୍ଡ ଅଫିସର ,ସିଓ ,ସହ ଜେଇ, ସାନିଟାରୀ ଇନସ୍ପେକ୍ଟର ରହିବେ।ହୋଲଡିଂ ଟ୍ୟାକ୍ସ,ଡ୍ରେନେଜ ସମସ୍ୟା,ରାସ୍ତା ଘାଟ,ଟ୍ରେଡ଼ ଲାଇସେନ୍ସ ସୁବିଧା ଉପଲବ୍ଧ ହେବ।ଏକ କିଓସକ ରହିବ ଯାହା ଯାହା ୱାର୍ଡ ସହିତ ଟ୍ୟାଗ ହେବ ।ଜନ୍ମମୃତ୍ୟୁ ପଞ୍ଜିକରଣ ସାର୍ଟିଫିକେଟ ମିଳିବ।ଭତା,ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି,ସମସ୍ତ ସହାୟତା ଓ ବିଏମସିରେ ଉପଲବ୍ଧ ଯୋଜନା ଲୋକଙ୍କ ହାତପାଆନ୍ତା ରେ ମିଳିବ।

ବାଇଟ1 -ସାଧାରଣ ନାଗରିକ
ବାଇଟ2-ସୁରଥ ଚନ୍ଦ୍ର ମଲିକ,ଅତିରିକ୍ତ କମିଶନର ବିଏମସି।

Conclusion:ଏବେ କେଉଁ କାର୍ଯ୍ୟ ଶୈଳୀରେ କାର୍ଯ୍ୟ କରୁଛି ବିଏମସିର ନୂଆ ଉଦ୍ୟମ।ତାହାହିଁ ତାହା ଉପରେ ନିର୍ଭର କରୁଛି।ସାଧାରଣ ଲୋକଙ୍କ ଅଭିଯୋଗ କେତେଦୂର ସମାଧାନ ହୋଇପାରିବ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.