ETV Bharat / city

ଡେଡ ଲାଇନ ଶେଷ; ସିଲ ହେବ ବେଆଇନ କଲ୍ୟାଣ ମଣ୍ଡପ, ଚିନ୍ତାରେ ମାଲିକ - କଲ୍ୟାଣ ମଣ୍ଡପ

ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା କଲ୍ୟାଣ ମଣ୍ଡପ ଉପରେ ବିଏମସି ଶନିବାର ଠାରୁ ଆରମ୍ଭ କରିବ କାର୍ଯ୍ୟାନୁଷ୍ଠାନ । ଏହାକୁ ନେଇ ଏବେ ଚିନ୍ତାରେ ଗ୍ରାହକ ଠୁ ମାଲିକ । କଣ ରହିଛି ଘଟଣା ପଢନ୍ତୁ ସଂପୂର୍ଣ୍ଣ ଖବର...

Bmc seal by kalyan mandap
Bmc seal by kalyan mandap
author img

By

Published : Jan 31, 2020, 11:52 PM IST

Updated : Feb 2, 2020, 11:20 PM IST

ଭୁବନେଶ୍ବର: ପ୍ରଥମେ ନୋଟିସ । ଏବେ କାର୍ଯ୍ୟାନୁଷ୍ଠାନ ଚେତାବନୀ । ବେଆଇନ କଲ୍ୟାଣ ମଣ୍ଡପ ବିରୋଧରେ ବିଏମସି ଖଡଗହସ୍ତ । ଦୁଇ ମାସ ମହଲତ ପରେ ଫେବ୍ରୁଆରୀ ପହିଲାରୁ ପୁରିବାକୁ ଯାଉଛି ବିଏମସିର ବେଆଇନ କଲ୍ୟାଣ ମଣ୍ଡପ ବିରୋଧରେ କାର୍ଯ୍ୟାନୁଷ୍ଠାନର ନୋଟିସ । ଯେଉଁମାନେ ଦୀର୍ଘଦିନ ଧରି ପାର୍କିଂ ବ୍ୟବସ୍ଥା କରିନଥିବେ, ନୀତିନିୟମ ମାନୁନଥିବା କଲ୍ୟାଣ ମଣ୍ଡପ ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ବିଏମସି କର୍ତ୍ତୃପକ୍ଷ ପୂର୍ବରୁ ସୂଚନା ଦେଇସାରିଥିଲେ।

ଡେଡ ଲାଇନ ଶେଷ; ସିଲ ହେବ ବେଆଇନ କଲ୍ୟାଣ ମଣ୍ଡପ

ଏବେ କଣ୍ଟ ପୁରୁଥିବାରୁ କଲ୍ୟାଣ ମଣ୍ଡପ ମାଲିକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହେଇଛି। ବିଏମସି କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଆଉ ମହଲତ ଦିଆଯିବନି । ଏଣିକି ନିୟମ ବହିର୍ଭୁତ କଲ୍ୟାଣ ମଣ୍ଡପ ପରିଚାଳନା କରୁଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ। ଏନେଇ ବିଏମସି ସିଧା ଚେତାବନୀ ଶୁଣାଇଦେଇଛି । ତେବେ ବିଏମସିର ଏହି ଆଭିମୁଖ୍ୟକୁ ନେଇ ଏବେ ମଣ୍ଡପ ମାଲିକ ଓ ସାଧାରଣ ଜନତା ଚିନ୍ତାରେ । କାରଣ ଆରମ୍ଭ ହୋଇସାରିଛି ବିବାହ ଋତୁ । ବର୍ତ୍ତମାନ ବିବାହ, ବ୍ରତ ପାଇଁ ରାଜଧାନୀର ସମସ୍ତ ମଣ୍ଡପ ଗୁଡିକ ବୁକିଙ୍ଗ ସରିଛି । ଏପରି ସ୍ଥଳେ ବିଏମସିର କାର୍ଯ୍ୟକୁ ନେଇ ସବୁଠି ଲାଗିରହିଛି ଆଶା ଆଶଙ୍କା । କାହିଁକି ନା ଅନେକ ଗ୍ରାହକ ବାହାଘର ବ୍ରତଘର ପାଇଁ ସବୁ ବ୍ୟବସ୍ଥା କରିସାରିଛନ୍ତି । ଫଳରେ ଗ୍ରାହକଙ୍କ ଠୁ କଲ୍ୟାଣ ମଣ୍ଡପ ମାଲିକ ଚିନ୍ତାରେ ।

ସେପଟେ ବିଏମସି କମିଶନର କହିଛନ୍ତି ସବୁ ବେଆଇନ କଲ୍ୟାଣ ମଣ୍ଡପ ଗୁଡିକୁ ନୋଟିସ ଜାରି କରାଯାଇଛି। ମୁଖ୍ୟତଃ ଦୁଇଟି ଜିନିଷ ଉପରେ ଗୁରୁତ୍ବ ଦିଆଯାଇଛି, ପାର୍କିଂ ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥା । ଜାନୁଆରୀ ୩୧ ସୁଦ୍ଧା ସମସ୍ତ ଆବଶ୍ୟକୀୟ କାଗଜପତ୍ର ପୈଠ କରିବାକୁ କୁହାଯାଇଛି। ଏବେ ସୁଦ୍ଧା ୧୫ ରୁ ୨୦ ଜଣ ଡକୁମେଣ୍ଟ ଦେଇଛନ୍ତି । ବିଏମସି ଦ୍ବାରା ଗଠିତ ସ୍କୃଟିଂନି କମିଟି ସମସ୍ତ ଡକୁମେଣ୍ଟ ତଦାରଖ କରିବେ ଫେବ୍ରୁଆରୀ ପହିଲାରୁ ବିଭିନ୍ନ ପର୍ଯ୍ୟାୟରେ ବେଆଇନ କଲ୍ୟାଣ ମଣ୍ଡପ ସିଲ ହେବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:କଲ୍ୟାଣମଣ୍ଡପ କୁ ବିଏମସି ର ନାଲି ଆଖି।

Body:ସରିଲା କଣ୍ଟ,ଭୁବନେଶ୍ୱରରେ ବେଆଇନ କଲ୍ୟାଣମଣ୍ଡପ କୁ ବିଏମସିର ନାଲି ଆଖି।

ଦୁଇ ମାସ ମହଲତ ପରେ ଫେବ୍ରୁଆରୀ ପହିଲାରୁ ପୁରିବାକୁ ଯାଉଛି ବିଏମସିର ବେଆଇନ କଲ୍ୟାଣମଣ୍ଡପ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଯେଉଁମାନେ ଲମ୍ବା ସମୟ ଧରି ପାର୍କିଂଗ ବ୍ୟବସ୍ଥା ନଥିବା ଏବଂ ନୀତିନିୟମ ମାନୁନଥିବା କଲ୍ୟାଣମଣ୍ଡପ ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ବିଏମସି କତ୍ତୃପକ୍ଷ ପୂର୍ବରୁ ସୂଚନା ଦେଇସାରିଥିଲେ।ଏବେ କଣ୍ଟ ପୁରୁଥିବାରୁ କଲ୍ୟାଣମଣ୍ଡପ ମାଲିକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହେଇଛି।ବିଏମସି କତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଆଉ ମହଲତ ଦିଆଜିବନି,ଏଣିକି ନିୟମ ବହିର୍ଭୁତ କଲ୍ୟାଣମଣ୍ଡପ ପରିଚାଳନା କରୁଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ।

ଏ ହେଉଛନ୍ତି ଶରତ କୁମାର ସେଠୀ,ତାଙ୍କ କହିବା ଅନୁସାରେ ଫେବ୍ରୁଆରୀ ୧୬ ତାରିଖରେ ଝିଅ ବାହାଘର ନେଇ ଭୁବନେଶ୍ୱର ବରଗଡ଼ କେନାଲ ସ୍ଥିତ ଚତୁର୍ଭୁଜ କଟେଜ କୁ ଦୀର୍ଘ 4 ମାସ ତଳୁ ବୁକିଙ୍ଗ କରିଥିଲେ,ସବୁ ଯୋଗାଡ଼ ସରିଲାଣି,ତେବେ ଚତୁର୍ଭୁଜ କଟେଜରୁ ବିଏମସି କଟକଣା ନେଇ ଖବର ପାଇଲା ପରେ କଣ କରିବେ ସେ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି, ଝିଅ ବାହାଘର କୁ ଆଉ କେଇଟା ଦିନ ଅଛି,ହେଲେ ଉକ୍ତ ମଣ୍ଡପ ସିଲ ହେବା ନେଇ ଖବର ପାଇଲା ପରେ ଭୁବନେଶ୍ୱରର ପ୍ରାୟ 20 ଟି ମଣ୍ଡପ ବୁଲି ସାରିଲେଣି,କେଉଁଠିଭି ଖାଲି ନାହିଁ, ଯେଉଁଠି ଅଛି ସେ ପୁଣି ଲକ୍ଷାଧିକ ଟଙ୍କା ଭଡା।ଜଣେ ବରିଷ୍ଠ ନାଗରିକ ହୋଇ ଏଭଳି ଅସୁବିଧାର ସମ୍ମୁଖୀନ ହେବା ଅତ୍ୟନ୍ତ ଦୁଃଖଦ ବୋଲି ସେ କହିଛନ୍ତି।

ଏ ହେଉଛନ୍ତି ରଘୁନାଥ ପଣ୍ଡା, ଘର ଭୁବନେଶ୍ୱର ଫେବ୍ରୁଆରୀ ୧୭ ତାରିଖରେ ପୁଅ ବ୍ରତ ଘର ନେଇ ୪ ମାସ ପୂର୍ବରୁ ବୁକିଙ୍ଗ କରିସାରିଥିଲେ, ବନ୍ଧୁବାନ୍ଧବଙ୍କୁ ଗୁଆ ନିମନ୍ତ୍ରଣ କାର୍ଡ ବଣ୍ଟା ସରିଛି।ବେଆଇନ କଲ୍ୟାଣମଣ୍ଡପ ଉପରେ ରୋକ ଲଗାଇବା ପରେ ଏ ଅବସ୍ଥା।ଅନ୍ୟ କଲ୍ୟାଣମଣ୍ଡପ ରେ ଏଠାର ଅପେକ୍ଷା ଅଧିକ ରେଟ ହୋଇଥିବାରୁ ,କଣ କରିବି କିଛି ବୁଦ୍ଧି ଦେଖାଯାଉନି, ସବୁ କାମ ସରିଛି।ଭଗବାନ ଭରସା,ଯଦି ବିଏମସି ଅଧିକ ସମୟ ଦେବା ନେଇ ନିବେଦନ କରିଛନ୍ତି।

ବିଏମସି ପକ୍ଷରୁ ଫେବ୍ରୁଆରୀ ପହିଲାରୁ ଲାଗୁ ହେବାକୁ ଯାଉଛି କଡା କଡୀ ନିୟମ ବେଆଇନ କଲ୍ୟାଣମଣ୍ଡପ ବିରୋଧରେ।ବେଆଇନ
କଲ୍ୟାଣମଣ୍ଡପ କରିଥିବା ମାଲିକ ଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ।ଯେଉଁମାନେ ନିୟମ ମାନିନଥିବେ ବା ଆବଶ୍ୟକୀୟ କାଗଜପତ୍ର ନଥିଲେ ସିଲ ହେବ କଲ୍ୟାଣମଣ୍ଡପ।

ଭୁବନେଶ୍ୱର ବରଗଡ଼ କେନାଲ ସ୍ଥିତ ଚତୁର୍ଭୁଜ କଟେଜ କଲ୍ୟାଣ ମଣ୍ଡପ ମାଲିକ ଆଲୋକ ପ୍ରଧାନ ଙ୍କ ସୂଚନା ଅନୁସାରେ ପାଖରେ ଥିବା ଡକୁମେଣ୍ଟ ବିଏମସି ରେ ପୈଠ କରିଛୁ, ହୋଲଡିଂ ଟ୍ୟାକ୍ସ ପାଇଁ ଆବେଦନ କରିଛୁ।ଫାୟାର ସେଫଟି ବ୍ୟବସ୍ଥା ରହିଛି, ପାର୍କିଂଗ ବ୍ୟବସ୍ଥା ମଧ୍ୟ ରହିଛି।ବିଡିଏରେ ଆବାସିକ ରୁ ବ୍ୟବସାୟିକ ଆବେଦନ କରିଛୁ।ବିଏମସି ଆହୁରି ଅଧିକ ସମୟ ଦେଲେ ସୁବିଧାରେ ଅନ୍ୟ ଡକୁମେଣ୍ଟ ପୈଠ କରିପାରନ୍ତୁ ,କାରଣ ସାଧାରଣ ଲୋକଙ୍କ ବୁକିଙ୍ଗ ରହିଛି।ବିଭାଘର, ବ୍ରତଘର ଭାଗ୍ୟ ର କଥା ତେଣୁ ଆଉ କିଛି ସମୟ ଦେବାକୁ ବିଏମସି କୁ ଅନୁରୋଧ କରୁଛି।

ସେପଟେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚଉଧାରୀ କହିଛନ୍ତି କି ସବୁ ବେଆଇନ କଲ୍ୟାଣ ମଣ୍ଡପ ଗୁଡିକୁ ନୋଟିସ ଜାରି କରାଯାଇଛି।ମୁଖ୍ୟତଃ ଦୁଇଟା ଜିନିଷ ଉପରେ ଗୁରୁତ୍ୱ ଦିଆଯାଇଛି, ପାର୍କିଂଗ ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥା । ଜାନୁଆରୀ ୩୧ ସୁଦ୍ଧା ସମସ୍ତ ଆବଶ୍ୟକୀୟ କାଗଜପତ୍ର ପୈଠ କରିବାକୁ କୁହାଯାଇଛି।ସୂଚନା ଅନୁଯାୟୀ ଏବେ ସୁଦ୍ଧା ୧୫ ରୁ ୨୦ ଜଣ ଡକୁମେଣ୍ଟ ଦେଇଛନ୍ତି ।ବିଏମସିର ଗଠିତ ସ୍କୃଟିଂନି କମିଟି ଦ୍ୱାରା ସମସ୍ତ ଡକୁମେଣ୍ଟ ତଦାରଖ କରାଯିବ ,ଫେବ୍ରୁଆରୀ ପହିଲାରୁ ବିଭିନ୍ନ ପର୍ଯ୍ୟାୟରେ ସିଲ ହେବ ।

ତେବେ ଭୁବନେଶ୍ୱରରେ ପାଖାପାଖି ୧ ହଜାରରୁ ଅଧିକ ମଣ୍ଡପ ଅଛି।କିଛି କଲ୍ୟାଣମଣ୍ଡପ ମାଲିକଙ୍କ ବିଏମସି ର ନିୟମ କାନୁନ ମାନିଥିବା ବେଳେ ,ଆଉ କିଛି କଲ୍ୟାଣମଣ୍ଡପ ମାଲିକଙ୍କ ନିଦ ହଜାଇଛି ବିଏମସି।କାରଣ ସେମାନେ ବର୍ଷ ବର୍ଷ ଧରି ବେଆଇନ ଭାବରେ ମଣ୍ଡପ ପରିଚାଳନା କରୁଥିଲେ।ଏବେ ବିଏମସି ର କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର।

Conclusion:
Last Updated : Feb 2, 2020, 11:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.