ETV Bharat / city

ଆମିଷ ପାଇଁ ମାନିଲେନି କୋଭିଡ ନିୟମ, ସିଲ୍‌ ହେଲା ୟୁନିଟ-4 ମାର୍କେଟ

କୋଭିଡ ନିୟମ ନମାନିବାରୁ ସିଲ୍‍ ହେଲା ୪ନମ୍ବର ମାର୍କେଟ । ଅଧିକ ପଢନ୍ତୁ...

ମାନିଲେନୀ କୋଭିଡ ନିୟମ, ସିଲ ହେଲା ୟୁନିଟ 4 ହାଟ

author img

By

Published : Aug 8, 2021, 10:08 AM IST

ଭୁବନେଶ୍ବର: ମାନିଲେନି କଟକଣା, ସିଲ ହେଲା ୟୁନିଟ 4 ମାଛ ମାର୍କେଟ । କୋଭିଡ ନିୟମ ନମାନିବାରୁ କାର୍ଯ୍ୟାନୁଷ୍ଠାନ ନେଲା ବିଏମ୍‍ସି । ଆଜି(ରବିବାର) ସପ୍ତାହନ୍ତ ସଟଡାଉନ ଥିବାରୁ ଭୁବନେଶ୍ୱରରେ ଦୋକାନ ବଜାର ବନ୍ଦ ରହିବା କଥା, ହେଲେ ୟୁନିଟ 4 ହୋଲ ସେଲ ମାର୍କେଟ ଏବଂ ପରିବା ହାଟ ଖୋଲା ରହିଥିବା ବେଳେ କୋଭିଡ ନିୟମ ଉଲ୍ଲଙ୍ଘନ ହେବାରୁ ବିଏମସି ପକ୍ଷରୁ ଏହାକୁ ସିଲ କରି ଦିଆଯାଇଛି ।

ସଟଡାଉନ ସମୟରେ କିଛି ଅମାନିଆ ବ୍ୟବସାୟୀ କୋଭିଡ ନିୟମକୁ ଫୁ କରି ବ୍ୟବସାୟ କରୁଥିଲେ, ଏନେଇ ବିଏମସି ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ୟୁନିଟ 4 ମାର୍କେଟକୁ ସିଲ କରି ଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ମାର୍କେଟ ବନ୍ଦ ରହିବ। ଭୁବନେଶ୍ୱର ମହାନଗର ନିଗମ ସାଉଥ ଇଷ୍ଟ ଜୋନ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠି, ଜେଡିସି ଅଂଶୁମାନ ରଥ, ଲିଲନ ସାହୁ ଏହି ଚଢ଼ାଉରେ ସାମିଲ ହୋଇଥିଲେ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରୟ ଓ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.