ETV Bharat / city

ରାଜଧାନୀରେ ବେଆଇନ 'ପାର୍କିଂ ଫି'କୁ ନା

author img

By

Published : Oct 17, 2019, 7:10 PM IST

ସ୍ମାର୍ଟ ସିଟିର ସପିଙ୍ଗ ମଲ, ଆବାସିକ ଗୃହ, ମଲ୍ଟିପ୍ଲେକ୍ସ, ହସ୍ପିଟାଲ ଏବଂ ଆପାର୍ଟମେଣ୍ଟରେ ଏବେ ପାର୍କିଂ ଫି ଆଦାୟ ଅବୈଧ । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଯଦି କେହି ଏକାର ଖିଲାପ କରନ୍ତି, ତେବେ ସେମାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଡିଜାଇନ ଫଟୋ

ଭୁବନେଶ୍ବର: ସହରରେ ବିଏମସି ପାର୍କିଂ ଛଡା ଅନ୍ୟ ସ୍ଥାନରେ ଦେଉଛନ୍ତି କି ପାର୍କିଂ ଫି? କେବେ ବି ଦିଅନ୍ତୁନି । ଯଦି କେହି ପାର୍କିଂ ଫି ମାଗୁଛି ସଙ୍ଗେ ସଙ୍ଗେ ବିଡିଏକୁ ସୂଚନା ଦିଅନ୍ତୁ । ସେମାନଙ୍କ ଉପରେ ଏଣିକି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ବିଏମସି ପକ୍ଷରୁ ନୋଟିସ ଜାରି କରାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଟୁଇଟରରେ ଉଲ୍ଲେଖ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସ୍ମାର୍ଟ ସିଟି ଭୁବନେଶ୍ବରରେ ସପିଙ୍ଗ ମଲ, ଆବାସିକ ଗୃହ, ମଲ୍ଟିପ୍ଲେକ୍ସ, ହସ୍ପିଟାଲ ଏବଂ ଆପାର୍ଟମେଣ୍ଟରେ ଏବେ ପାର୍କିଂ ଫି ଆଦାୟ କରିବା ଅବୈଧ । ବିଡିଏର ପ୍ଲାନିଂ ଓ ବିଲ୍ଡିଂ ଷ୍ଟାଣ୍ଡାର୍ଡ୍ସ ରେଗୁଲେସନ ଆଧାରରେ ବ୍ୟବସାୟିକ ପ୍ରତିଷ୍ଠାନ ନିଜସ୍ବ ପରିସୀମା ଭିତରେ ପାର୍କିଂ ଫି ଆଦାୟ କରିପାରିବେ ନାହିଁ । ଏହି ସୂଚନା ଦେଇଛନ୍ତି ବିଡିଏ କର୍ତ୍ତୃପକ୍ଷ । ଯଦି କେହି ଏଭଳି ବେଆଇନ ପାର୍କିଂଗ ଫି ଆଦାୟ କରେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାସହ ସମସ୍ତ ଅନୁଷ୍ଠାନ ଗୁଡିକ ମାସେ ଭିତରେ ନିଜସ୍ବ ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

bhubaneswar
ଫଟୋ ସୌଜନ୍ୟ: ଟୁଇଟର/@CMO_Odisha

ପୂର୍ବରୁ ଭୁବନେଶ୍ବରରେ ସପିଙ୍ଗ ମଲ ଠାରୁ ଆରମ୍ଭ କରି ବଡ ବଡ ବ୍ୟବସାୟିକ ପ୍ରତିଷ୍ଠାନ ତଥା ଆବାସିକ ଗୃହ ପାର୍କିଂ ଫି ଆଦାୟ କରୁଥିଲେ । ଏହାକୁ ବିଡିଏ ବିରୋଧ କରିବା ସହ ବେଆଇନ ପାର୍କିଂ ଫିକୁ ଉଠାଇବାକୁ ନିର୍ଦ୍ଦେଶ ଦେଇଛି । ପାର୍କିଂ ବ୍ୟବସ୍ଥା ରହିଥିଲେ ହିଁ କୌଣସି ବିଲ୍ଡିଂକୁ ବିଡିଏ ଅନୁମୋଦନ ମିଳିଥାଏ । ତେଣୁ ସେମାନେ ଲୋକମାନଙ୍କୁ ମାଗଣାରେ ସେବା ଯୋଗଇବା କଥା । କିନ୍ତୁ ତାହା କେତେକ କରୁ ନଥିବାରୁ ବିଡିଏ ଏହି ନିଷ୍ପତ୍ତି ନେଇଛି । ସହରରେ କେବଳ ବିଏମସି ଦ୍ବାରା ନିର୍ଦ୍ଧାରିତ ସ୍ଥାନ ଗୁଡିକରେ ପାର୍କିଂ ଫି ଆଦାୟ କରାଯିବ । ଯଦି କୌଣସି ଅନୁଷ୍ଠାନରେ ପାର୍କିଂ ଫି ଆଦାୟ ହେବାର ସୂଚନା ମିଳେ ତା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ଖାଲି ସେତିକି ନୁହେଁ ପ୍ରତ୍ୟେକ ବ୍ୟବସାୟିକ ପ୍ରତିଷ୍ଠାନ, ଆପାର୍ଟମେଣ୍ଟ, ହସ୍ପିଟାଲକୁ ମାସେ ଭିତରେ ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଭୁବନେଶ୍ବରରେ ବେଆଇନ ପାର୍କିଂ ଫି ଆଦାୟ ଦୀର୍ଘ ବର୍ଷ ହେଲା ଚାଲିଥିଲା । ଏପରିକି ବିଏମସିର କିଛି ଅସାଧୁ ଅଧିକାରୀ ଓ କର୍ମଚାରୀ ଏ ବେଆଇନ ପାର୍କିଂ ଫି ଆଦାୟ କରୁଥିବାର ବିଭିନ୍ନ ସମୟରେ ଅଭିଯୋଗ ଆସିଥିଲା । ତେବେ ଏହି ନିୟମ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ସମୟ କହିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:ଭୁବନେଶ୍ୱର ରେ ବେଆଇନ ପାର୍କିଂଗ ଫି 'ଉପରେ ଲାଗିଲା ରୋକ।

Body:ଭୁବନେଶ୍ୱର ରେ ଗାଡି ପାର୍କିଂଗ କଲେ ଦେଉଛନ୍ତି କି ପାର୍କିଂଗ ଫି, କେବେ ବି କରନ୍ତୁନି ଏପରି ଭୁଲ,ଯଦି କେହି ପାର୍କିଂଗ ଫି ମାଗୁଛି ସଂଗେ ସଂଗେ ବିଡିଏ କୁ ସୂଚନା ଦିଅନ୍ତୁ ,ନିୟମ ଉଲଂଘନ କାରୀ ଉପରେ ନିଆଯିବ କଡା ଆକ୍ସନ ,କାରଣ ସ୍ମାର୍ଟସିଟି ଭୁବନେଶ୍ୱରରେ ଏଣିକି ବେଆଇନ ପାର୍କିଂଗ ଫି କୁ ନାଁ।ସପିଙ୍ଗ ମଲ, ଆବାସିକ ଗୃହ,ମଲ୍ଟିପ୍ଲେକ୍ସ, ହସ୍ପିଟାଲ ଏବଂ ଆପାର୍ଟମେଂଟ ରେ ଏବେ ପାର୍କିଂଗ ଫି ଆଦାୟ କରିବା ଅବୈଧ।ବିଡିଏର ପ୍ଲାନିଂ ଓ ବିଲ୍ଡିଂଗ ଷ୍ଟାଣ୍ଡାର୍ଡ୍ସ ରେଗୁଲେସନ ଆଧାରରେ ବ୍ୟବସୟିକ ପ୍ରତିଷ୍ଠାନ ପାର୍କିଂଗ ଫି ଆଦାୟ କରିପାରିବେନି।ତେଣୁ ବେଆଇନ ପାର୍କିଂଗ ଫି ଆଦାୟ ଉପରେ ରୋକ ଲଗାଇଲା ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ।ଏନେଇ ସୂଚନା ଦେଇଛନ୍ତି ବିଡିଏ କତ୍ତୃପକ୍ଷ।ଯଦି କେହି ଏଭଳି ବେଆଇନ ପାର୍କିଂଗ ଫି ଆଦାୟ କରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି।ଏ ନେଇ ନୋଟିସ ମଧ୍ଯ ଜାରି କରିଛି ବିଡିଏ।

ଭୁବନେଶ୍ୱର ରେ ସପିଙ୍ଗ ମଲ,ଆବାସିକ ଗୃହ,ମଲ୍ଟିପ୍ଲେକ୍ସ, ଆପାର୍ଟମେଂଟ ପ୍ରକଳ୍ପ ଗୁଡିକ ସେମାନଙ୍କ ନିଜସ୍ୱ ପରିସୀମା ଭିତରେ ପାର୍କିଂଗ ଫି ଆଦାୟ କରିପାରିବେନି।ଏଥିରେ ବ୍ୟତିକ୍ରମ ହେଲେ ଆଦୟକାରିକୁ ଦଣ୍ଡ ବିଧାନ କରାଯିବ।ସମସ୍ଥ ଅନୁଷ୍ଠାନ ଗୁଡିକ ମାସେ ଭିତରେ ପାର୍କିଂଗ ବ୍ୟବସ୍ଥା କରିବା ବାଧ୍ୟତାମୂଳକ ଅର୍ଥାତ ମାସକ ଭିତରେ ଭୁବନେଶ୍ୱରର ସମସ୍ତ ଗୃହ ମାଲିକ ନିଜସ୍ୱ ପାର୍କିଂଗ ସ୍ଥାନ ବ୍ୟବସ୍ଥା କରିବା ନେଇ ନିର୍ଦେଶନାମା ଜାରି କରାଯାଇଛି।ପୂର୍ବରୁ ଭୁବନେଶ୍ୱର ରେ ସପିଙ୍ଗ ମଲ ଠାରୁ ଆରମ୍ଭ କରି ବଡ ବଡ ବ୍ୟବସୟିକ ପ୍ରତିଷ୍ଠାନ, ଆବାସିକ ଗୃହ ପାର୍କିଂଗ ଫି ଆଦାୟ କରୁଥିଲେ।

କୌଣସି ବିଲ୍ଡିଂଗ କରିବା ପୂର୍ବରୁ ବିଡିଏ ପ୍ଲାନରେ ପାର୍କିଂଗ ବ୍ୟବସ୍ତା ଥିଲେ ହିଁ ଅନୁମୋଦନ ମିଳେ।ତେଣୁ ସେମାନେ ଲୋକମାନଙ୍କୁ ମାଗଣାରେ ସେବା ଯୋଗଇବା କଥା, ଏବେ ବିଡିଏ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି।ଭୁବନେଶ୍ୱର ରେ କେବଳ ବିଏମସି ଚିହ୍ନଟ ସ୍ଥାନ ଗୁଡିକରେ ପାର୍କିଂଗ ଫି ଆଦାୟ କରାଯିବ।ଯଦି କୌଣସି ଅନୁଷ୍ଠାନରେ ପାର୍କିଂଗ ଫି ଆଦାୟ ହେବାର ନଜିର ବା ସୂଚନା ମିଳେ ତା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହ କରାଯିବ ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମ ଚନ୍ଦ୍ର ଚଉଧାରୀ କହିଛନ୍ତି।ଖାଲି ସେତିକି ନୁହେଁ ପ୍ରତ୍ୟକ ବ୍ୟବସାୟିକ ପ୍ରତିଷ୍ଠାନ,ଆପାର୍ଟମେଂଟ,ହସ୍ପିଟାଲ କୁ ମାସେ ଭିତରେ ପାର୍କିଂଗ ବ୍ୟବସ୍ଥା କରିବାକୁ ନିର୍ଦ୍ଧେଶ ଦିଆଯାଇଛି।

ସୂଚନାଯୋଗ୍ୟ କି ଭୁବନେଶ୍ୱର ରେ ବେଆଇନ ପାର୍କିଂଗ ଫି ଆଦାୟ ଦୀର୍ଘ ବର୍ଷ ହେଲା ଚାଲିଥିଲା, ଏପରିକି ଅସାଧୁ ଲୋକମାନେ ବେଆଇନ ପାର୍କିଂଗ ଫି ଆଦାୟ କରୁଥିଲେ।ଏପରିକି ବିଏମସି ର କିଛି ଅସାଧୁ ଅଧିକାରୀ ଓ କର୍ମଚାରୀ ଏ ବେଆଇନ ପାର୍କିଂଗ ଫି ଆଦାୟ କରୁଥିବାର ବିଭିନ୍ନ ସମୟରେ ଅଭିଯୋଗ ଆସିଥିଲା।ଏବେ ଏ ନିୟମ କେତେ କାର୍ଯ୍ୟକାରୀ ହେଉଛି ଆଗାମୀ ସମୟ କହିବ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.