ETV Bharat / city

ବେଆଇନ ପ୍ଲାଷ୍ଟିକ କମ୍ପାନୀରେ ବିଏମସିର ଚଢ଼ାଉ

author img

By

Published : Jan 22, 2020, 9:23 PM IST

ବେଆଇନ ଭାବେ ପ୍ଲାଷ୍ଟିକ ଉତ୍ପାଦନ କରୁଥିବା କମ୍ପାନୀ ଉପରେ ବିଏମସିର ଚଢ଼ାଉ । ଭୁବନେଶ୍ବର ପାତ୍ରପଡା ଅଞ୍ଚଳରେ ଏକ କାରଖାନାରେ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନ ହେଉଥିବା ଖବର ପାଇ ବିଏମସି କରିଥିଲା ଚଢାଉ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବେନିୟମ ପ୍ଲାଷ୍ଟିକ କମ୍ପାନୀରେ ବିଏମସିର ଚଢ଼ାଉ

ଭୁବନେଶ୍ବର: ବେଆଇନ ଭାବେ ପ୍ଲାଷ୍ଟିକ ଉତ୍ପାଦନ କରୁଥିବା କମ୍ପାନୀ ଉପରେ ବିଏମସିର ଚଢ଼ାଉ। କମ୍ପାନୀ ସିଲ କରବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କଲା ବିଏମସି ସେଣ୍ଟ୍ରାଲ ଏସବିଏ ସେଲ । ଘଟଣାରୁ ପ୍ରକାଶ ଯେ ଭୁବନେଶ୍ବର ପାତ୍ରପଡା ଅଞ୍ଚଳରେ ଏକ କାରଖାନାରେ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନ ହେଉଥିବା ବିଏମସି ନିକଟକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା । ଯାହାକୁ ନେଇ ବିଏମସିର ଏକ ଟିମ ବୁଧବାର ସକାଳେ ପାତ୍ରପଡା ଠାରେ ଥିବା ରଞ୍ଜିତା ପ୍ୟାକେଜର ଉପରେ ଚଢ଼ାଉ କରିଥିଲା ।

ଏହି କାରଖାନାରେ ବହୁ ପରିମାଣର ପ୍ଲାଷ୍ଟିକ ସାମଗ୍ରୀ ପାଇଥିଲେ। ଯାହାକି ନିୟମ ଅନୁଯାୟୀ ଓଡ଼ିଶାରେ ବ୍ୟାନ ହୋଇଛି । ତେଣୁ ଏହି ଟିମ କମ୍ପାନୀ କର୍ତ୍ତୃପକ୍ଷଙ୍କ ଠାରୁ ସବିଶେଷ ସୂଚନା ସଂଗ୍ରହ କରିବା ସହ ଭୁବନେଶ୍ବର ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ସହାୟତାରେ ତଦନ୍ତ କରିଥିଲେ। ସେମାନଙ୍କ ତଦନ୍ତରୁ ଏହା ପ୍ରସ୍ତୁତ ହେଉଥିବା ସାମଗ୍ରୀ ପ୍ରଦୂଷଣ କାରକ ହୋଇଥିବା ଜଣାପଡିବାରୁ ସ୍ବତନ୍ତ୍ର ଟିମ ଏହି କାରଖାନାକୁ ସିଲ କରିଛନ୍ତି ।

ତେବେ ଏହି କମ୍ପାନୀର କର୍ତ୍ତୃପକ୍ଷଙ୍କ କହିବା କଥା ହେଲା ଏହା ପୁରୁଣା ସାମଗ୍ରୀ ଅଟେ ଏବଂ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସେମାନେ ସାମଗ୍ରୀ ଉତ୍ପାଦନ କରାଯାଉଛି । ଯାହାବି କିଛି ବ୍ୟାନ ସାମଗ୍ରୀ ରହିଛି ସେଗୁଡିକ କମ୍ପାନୀ ବ୍ୟବହାର କରୁନଥିବା ସେ କହିଛନ୍ତି । ଯେହେତୁ କମ୍ପାନୀଟି ବ୍ୟାଙ୍କ ଲୋନରେ ଚାଲୁଛି, ଯାହା ସାମଗ୍ରୀ ରହିଛି ତାହାକୁ ବ୍ୟାଙ୍କକୁ ହିସାବ ଦେବା ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି । ସରକାର ଯଦି ଉଦ୍ୟୋଗୀମାନଙ୍କୁ ଡାକି ଶିଳ୍ପ କରିବା ପାଇଁ କହିବେ ଓ ତାଙ୍କୁ ପୁଣି ଏପରି ଚଢାଉ କରି ହଇରାଣ କରନ୍ତି ତେବେ ସେ ଏହାକୁ ବନ୍ଦ କରିଦେବାକୁ ଚାହିଁବେ ବୋଲି ପ୍ରକାଶ କରିବା ସହ ସରକାର ସେଥିପ୍ରତି ଧ୍ୟାନ ଦେବାକୁ କମ୍ପାନୀ ସଦସ୍ୟ ଚିତ୍ତରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:ବେନିୟମ ଭାବେ ପ୍ଲାଷ୍ଟିକ ଉତ୍ପାଦନ କରୁଥିବା କମ୍ପାନୀ ଉପରେ ବିଏମସି ର ଚଢ଼ାଉ।କମ୍ପାନୀ ସିଲ କରବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କଲା ବିଏମସି ସେଣ୍ଟ୍ରାଲ ଏସ ବି ଏ ସେଲ।

Body:ଘଟଣାରୁ ପ୍ରକାଶ ଯେ ଭୁବନେଶ୍ୱର ପାତ୍ରପଡା ଅଞ୍ଚଳରେ ଏକ କାରଖାନା ରେ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନ ହେଉଥିବା ବିଏମସି ନିକଟକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା।ଯାହାକୁ ନେଇ ବିଏମସିର ଏକ ଟିମ ଆଜି ସକାଳେ ପାତ୍ରପଡା ଠାରେ ଥିବା ରଞ୍ଜିତା ପ୍ୟାକେଜର ଉପରେ ଚଢ଼ାଉ କରିବା ସହିତ ସେଠାରେ ବହୁ ପରିମାଣର ସାମଗ୍ରୀ ଥିବା ପାଇଥିଲେ।ଯାହାକି ନିୟମ ଅନୁଯାୟୀ ଓଡ଼ିଶାରେ ବ୍ୟାନ ହୋଇଛି।ତେଣୁ ଏହି ଟିମ କମ୍ପାନୀ କତ୍ତୃପକ୍ଷ ଙ୍କ ଠାରୁ ସବିଶେଷ ସୂଚନା ସଂଗ୍ରହ କରିବା ସହ ଭୁବନେଶ୍ୱର ପଲୁସନ କଣ୍ଟ୍ରୋଲ ବୋର୍ଡ ସହାୟତାରେ ତଦନ୍ତ କରିଥିଲେ।ସେମାନଙ୍କ ତଦନ୍ତରୁ ଏହା ପ୍ରସ୍ତୁତ ହେଉଥିବା ସାମଗ୍ରୀ ପ୍ରଦୂଷଣ କାରକ ହୋଇଥିବା ଜଣାପଡିବାରୁ ସ୍ୱତନ୍ତ୍ର ଟିମ ଏହି କାରଖାନା କୁ ସିଲ କରିଛନ୍ତି।
ତେବେ ଏହି କମ୍ପାନୀର କତ୍ତୃପକ୍ଷ ଏହା ପୁରୁଣା ସାମଗ୍ରୀ ଅଟେ ଏବଂ ସରକାରଙ୍କ ନିର୍ଦେଶ ମୁତାବକ ସେମାନେ ସାମଗ୍ରୀ ଉତ୍ପାଦନ କରୁଥିବା କହିଛନ୍ତି।ଯେଉକିଛି ବ୍ୟାନ ସାମଗ୍ରୀ ରହିଛି ସେଗୁଡିକ କମ୍ପାନୀ ବ୍ୟବହାର କରୁନଥିବା ସେ କହିଛନ୍ତି।ଯେହେତୁ କମ୍ପାନୀ ବ୍ୟାଙ୍କ ର ଲୋନ ରେ ଚାଲୁଅଛି ଯାହା ସାମଗ୍ରୀ ରହିଛି ତାହାକୁ ବ୍ୟାଙ୍କ କୁ ହିସାବ ଦେବା ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି।ତେବେ ସରକାର ଯଦି ଉଦ୍ୟୋଗୀମାନଙ୍କୁ ଡାକି ଶିଳ୍ପ କରିବା ପାଇଁ କହିବା ଓ ତାଙ୍କୁ ପୁଣି ଏପରି କରି ହଇରାଣ କରନ୍ତି ତେବେ ସେ ଏହା କୁ ବନ୍ଦ କରିଦେବାକୁ ଚାହିଁବେ ବୋଲ ପ୍ରକାଶ କରିବା ସହ ସରକାର ସେଥିପ୍ରତି ଧ୍ୟାନ ଦେବାକୁ ଚିତ୍ତରଞ୍ଜନ ପଟ୍ଟନାୟକ କହିଛନ୍ତି।
ବାଇଟ-ବିଏମସି ସ୍କ୍ବାର୍ଡ ସଦସ୍ୟ-ଏସ ପି ମହାପାତ୍ର
ବାଇଟ-ଚିତ୍ତରଞ୍ଜନ ମହାପାତ୍ର,କମ୍ପାନୀ ସଦସ୍ୟ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.