ETV Bharat / city

ମୌସୁମୀ ବର୍ଷା ପୂର୍ବରୁ BMC ର ପ୍ରାକ ପ୍ରସ୍ତୁତି - ବର୍ଷା

ଗୁରୁବାର ଓଡିଶା ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ । ଯାହାକୁ ନେଇ ଆଗାମୀ ଦିନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସୂଚନା ମିଳିବା ପରେ ସଜାଗ ହୋଇଛି ବିଏମସି । ଅଧିକ ପଢନ୍ତୁ...

bmc-preparations-for-monsoon-rainfall
ମୌସୁମୀ ବର୍ଷା ପୂର୍ବରୁ BMC ର ପ୍ରାକ ପ୍ରସ୍ତୁତି
author img

By

Published : Jun 11, 2021, 6:04 AM IST

Updated : Jun 11, 2021, 9:29 AM IST

ଭୁବନେଶ୍ବର: ଆଗକୁ ଆସୁଥିବା ବର୍ଷାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ପୂର୍ବରୁ ବିଏମସି ସଜାଗ ହୋଇଛି । ସ୍ମାର୍ଟସିଟିରେ ୧୦ଟି ସମ୍ବେଦନଶୀଳ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ପମ୍ପ ବ୍ୟବସ୍ଥା କଲା ବିଏମସି । ମୌସୁମୀ ଜନିତ ବଡ ବର୍ଷାରେ ଜଳ ବନ୍ଦୀ ସମସ୍ୟା ଉପୁଜିବା ସମ୍ଭାବନା ଦୃଷ୍ଟିରୁ ବିଏମସି ଲକ୍ଷ୍ମୀସାଗର ମଳିଆନ୍ତା ଲେନ, ନୟାପଲ୍ଲୀ ବେହେରା ସାହି ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ଜଳ ନିଷ୍କାସନ ପମ୍ପ, ସଜାଗ ରଖାଯାଇଛି । ସ୍ମାର୍ଟସିଟି ଭୁବନେଶ୍ବରରେ ଅସରାୟ ବର୍ଷା ହେଲେ ଜଳବନ୍ଦୀ ସମସ୍ୟା ଉପୁଜେ । ଏପରିକି ଭାରି ବର୍ଷାରେ କିଛି ସମୟ ପାଇଁ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୁଏ ।

ସୂଚନାଥାଉକି, ଗୁରୁବାର ଓଡିଶା ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ । ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ଦକ୍ଷିଣ ଓ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ଓ କିଛି ସ୍ଥାନରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jun 11, 2021, 9:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.