ETV Bharat / city

ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ

author img

By

Published : Jan 25, 2020, 6:18 AM IST

Updated : Jan 25, 2020, 6:56 AM IST

ଚଳିତବର୍ଷ ଖଣ୍ଡଗିରି ମାଘ ମେଳାର,ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଳୀଳ ନୃତ୍ୟୁ ପ୍ରଦର୍ଶନ । ଅଧିକ ପଢନ୍ତୁ...

ଖଣ୍ଡଗିରି ମାଘ ମେଳା
ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟୁ

ଭୁବନେଶ୍ବର: ଚଳିତବର୍ଷ ଖଣ୍ଡଗିରି ମାଘ ମେଳାର,ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଳୀଳ ନୃତ୍ୟୁ ପ୍ରଦର୍ଶନ । ଏନେଇ ସ୍ବତନ୍ତ୍ର ପ୍ରସ୍ତୁତି ବୈଠକରେ ବିଏମସି ପ୍ରଶାସକ ସଂଗ୍ରାମଜିତ ନାୟକ ସୂଚନା ଦେଇଛନ୍ତି ।

ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟୁ

ଫେବୃଆରୀ ପହିଲାରୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା । ତେବେ ଯାତ୍ରା ଫେବୃଆରୀ 5 ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବ । ଏହି ମେଳାରେ ମୁଖ୍ୟତଃ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା,ପରିମଳ ବ୍ୟବସ୍ଥା,ବିଜୁଳି, ଅସ୍ଥାୟୀ ଶୌଚାଳୟ, ପାନୀୟ ଜଳ, ରାସ୍ତା, ସୁରକ୍ଷା, ସିସିଟିଭି କ୍ୟାମେରା, ଟ୍ରାଫିକ ନିୟନ୍ତ୍ରଣ, ଆମ୍ବୁଲାନ୍ସ, ହେଲ୍ପ ଡେସ୍କ ଏବଂ ଟ୍ୟୁବୱେଲ ମରାମତି ନେଇ ଆଲୋଚନା ହୋଇଥିଲା । ଜନସାଧାରଣଙ୍କ ସୁବିଧାକୁ ପ୍ରାଥମିକତା ଦିଆଯିବ ବୋଲି ରାଜ୍ୟ ନିର୍ଦ୍ଧେଶକ ପୌର ପ୍ରଶାସନ ତଥା ବିଏମସି ପ୍ରଶାସକ ସଂଗ୍ରାମଜିତ ନାୟକ କହିଛନ୍ତି ।

ସେପଟେ ଖଣ୍ଡଗିରି ଅଞ୍ଚଳର ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି ଖଣ୍ଡଗିରି ଯାତ୍ରା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜ୍ୟ ସରକାର ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳାର ଆବଶ୍ୟକୀୟ ସହାୟତା ଏବଂ ବିକାଶ ଉପରେ ଧ୍ୟାନ ଦେଉନାହାନ୍ତି । ପ୍ରାୟ ୧୬ ଦିନ ଧରି ଚାଲୁଥିବା ଐତିହାସିକ ଯାତ୍ରାର ଉନ୍ନତି ଆବଶ୍ୟକ ବୋଲ ସେ କହିଛନ୍ତି ।

ସୂଚନା ଥାଉ କି ଖଣ୍ଡଗିରି ମାଘ ମେଳା ପ୍ରତିବର୍ଷ ସପ୍ତମୀ ଠାରୁ ୧୦ ଦିନ ଧରି ଚାଲେ । ଯାତ୍ରା ଅଧିକ ୬ ଦିନ ଧରି ଚାଲେ । ରାଜ୍ୟର ଏକ ପ୍ରାଚୀନ ଐତିହାସିକ ସ୍ଥଳୀ ଭାବେ ଖଣ୍ଡଗିରି ମାଘ ମେଳାର ପ୍ରସିଦ୍ଧି ରହିଛି । ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ଯାତ୍ରା ପାର୍ଟି ଏଠାରେ ଯାତ୍ରା ପ୍ରଦର୍ଶନ କରନ୍ତି । ଏଠାରେ ୭ ମିଟରର ପ୍ରାୟ ୩୦୦ ଷ୍ଟଲ ବିଏମସି ପକ୍ଷରୁ ଦିଆଯାଏ । ଗୋଟିଏ ଷ୍ଟଲର ମୂଲ୍ୟ ପ୍ରାୟ ୫ ରୁ ୬ ହଜାର ଟଙ୍କା । ଏଠାରେ ଦୈନିକ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ । ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ଏଠାକୁ ଆସି ଧ୍ୟାନ କରନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପ୍ରସିଦ୍ଧ ଐତିହାସିକ ଖଣ୍ଡଗିରି ମାଘ ମେଳା ନେଇ ବିଏମସି ରେ ପ୍ରସ୍ତୁତି ବୈଠକ।

Body:ଏଥର ଦର୍ଶକ ଦେଖିବେ ନଗ୍ନ ରହିତ ନାଟକ।ଐତିହ୍ୟ ସମ୍ପର୍ଣ୍ଣ ଖଣ୍ଡଗିରି ମାଘ ମେଳାର,ଯାତ୍ରା ମହାକୁମ୍ଭରେ ଆଉ ଦେଖିବାକୁ ମିଳିବନି ନଗ୍ନ ପଦର୍ଶନ।ଏନେଇ ସୂଚନା ଦେଇଛନ୍ତି ବିଏମସି କତ୍ତୃପକ୍ଷ।ଶୁକ୍ରବାର ଭୁବନେଶ୍ୱର ବିଏମସି ପ୍ରଶାସକ ସଂଗ୍ରାମଜିତ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ବସିଥିଲା।ବୈଠକରେ ଫେବୃଆରୀ ପହିଲାରୁ ଫେବ୍ରୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ପାଳନ ହେବକୁ ଥିବା ଏହି ମେଳାରେ ମୁଖ୍ୟତଃ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା,ପରିମଳ ବ୍ୟବସ୍ଥା, ବିଜୁଳି,ଅସ୍ଥାୟୀ ଶୌଚାଳୟ,ପାନୀୟ ଜଳ,ରାସ୍ତା ,ସୁରକ୍ଷା,ସିସି ଟିଭି କ୍ୟାମେରା, ଟ୍ରାଫିକ ନିୟନ୍ତ୍ରଣ, ଆମ୍ବୁଲାନ୍ସ , ହେଲ୍ପ ଡେସ୍କ ଏବଂ ଟ୍ୟୁବ ୱଲ ମରାମତି ନେଇ ଆଲୋଚନା ହୋଇଥିଲା।ପ୍ରାୟ ୩୦୦ ଷ୍ଟଲ ବିଏମସି ପକ୍ଷରୁ ଦିଆଯାଏ।ଗୋଟିଏ ଷ୍ଟଲ ପିଛା ୫ ରୁ ୬ ହଜାର ଟଙ୍କା ଦେବାକୁ ପଡେ।

ଚଳିତ ବର୍ଷ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ହେବ ନାହିଁ,ଏ ନେଇ ଯାତ୍ରା କମିଟିକୁ ଜଣାଇଦିଆଯାଇଛି।ଏହା ସହ ପ୍ଲାଷ୍ଟିକମୁକ୍ତ ଯାତ୍ରା କରିବାକୁ ବ୍ୟାପକ ସଚେତନ କରାଯିବ।ଜନସାଧାରଣ ଙ୍କ ସୁବିଧା କୁ ପ୍ରାଥମିକତା ଦିଆଯିବ ବୋଲି ରାଜ୍ୟ ନିର୍ଦ୍ଧେଶକ ପୌର ପ୍ରଶାସନ ତଥା ବିଏମସି ପ୍ରଶାସକ ସଂଗ୍ରାମଜିତ ନାୟକ କହିଛନ୍ତି।

ସେପଟେ ଖଣ୍ଡଗିରି ଅଞ୍ଚଳର ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି ଖଣ୍ଡଗିରି ଯାତ୍ରା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ରାଜ୍ୟ ସରକାର ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳାର ଆବଶ୍ୟକୀୟ ସହାୟତା ଏବଂ ବିକାଶ ଉପରେ ଧ୍ୟାନ ଦେଉନାହାନ୍ତି।ପ୍ରାୟ ୧୬ ଦିନ ଧରି ଚାଲୁଥିବା ଐତିହାସିକ ଯାତ୍ରାର ଉନ୍ନତି ଆବଶ୍ୟକ।

ସୂଚନା ଥାଉ କି ଖଣ୍ଡଗିରି ମାଘ ମେଳା ପ୍ରତିବର୍ଷ ସପ୍ତମୀ ଠାରୁ ୧୦ ଦିନ ଧରି ଚାଲେ।ଯାତ୍ରା ଅଧିକ ୬ ଦିନ ଧରି ଚାଲେ।ରାଜ୍ୟର ଏକ ପ୍ରାଚୀନ ଐତିହାସିକ ସ୍ଥଳୀ ଭାବେ ଖଣ୍ଡଗିରି ମାଘ ମେଳାର ପ୍ରସିଦ୍ଧି ରହିଛି।ପ୍ରାୟ ୧୦ ରୁ ଉର୍ଧ୍ବ ଯାତ୍ରା ପାର୍ଟି ଏଠାରେ ଯାତ୍ରା ପଦର୍ଶନ କରନ୍ତି।ଏଠାରେ ୭ ମିଟର ରେ ୭ ମିଟରର ପ୍ରାୟ ୩୦୦ ଷ୍ଟଲ ବିଏମସି ପକ୍ଷରୁ ଦିଆଯାଏ।ଗୋଟିଏ ଷ୍ଟଲ ର ମୂଲ୍ୟ ପ୍ରାୟ ୫ ରୁ ୬ ହଜାର ଟଙ୍କା।ଏଠାରେ ଦୈନିକ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ।ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ଏଠାକୁ ଆସି ଧ୍ୟାନ କରନ୍ତି।

Conclusion:
Last Updated : Jan 25, 2020, 6:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.