ଭୁବନେଶ୍ବର: ୩୭ ଓ ୩୯ ନମ୍ବର ୱାର୍ଡବାସୀ ବା ନୂଆପଲ୍ଲୀରେ ବାସିନ୍ଦାଙ୍କ ପାଇଁ ଖୁସି ଖବର।ବଦଳିବ ନୂଆପଲ୍ଲୀ ବେହେରାସାହି ମୁଖ୍ୟରାସ୍ତାର ରୂପରେଖ । ପୌର ନିର୍ବାଚନରେ ଦେଇଥିବା କଥା ଦେଇ କଥା ରଖିଛନ୍ତି କର୍ପୋରେଟର । ନିର୍ମାଣ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ରାସ୍ତା । ରାଜଧାନୀ ନୟାପଲ୍ଲୀ ବେହେରାସାହି ୱାର୍ଡ ନଂ ୩୭ର ମୁଖ୍ୟ ରାସ୍ତାର ଗତକାଲି (ଶୁକ୍ରବାର) ଭୂମି ପୂଜନ ହୋଇଛି ।
ତେବେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା ନୂଆପଲ୍ଲୀରେ ୩ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ମହାନଗର ନିଗର ଦ ୱାର୍ଡ ଟ୍ରାଫିକ ଛକଠାରୁ NH -16 ଭାୟା ରାଧାକ୍ରିଷ୍ଣା କ୍ଲବ ପର୍ଯ୍ୟନ୍ତ ରାସ୍ତା ଉନ୍ନତି କରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଅପରାହ୍ନ 4ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ରାସ୍ତା ନିର୍ମାଣ ପାଇଁ ପ୍ରକଳ୍ପ ବାବଦକୁ 4 କୋଟି 5 ଲକ୍ଷ 13 ହଜାର 939 ଟଙ୍କା ଖର୍ଚ୍ଚ ହେବ ।
ଭୂମିପୂଜାରେ ସମସ୍ତ ୱାର୍ଡବାସୀଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି । ରାସ୍ତାଟି ନିର୍ମାଣ ହେଲେ ଲୋକଙ୍କ ଗମନା ଗମନ ସୁବିଧା ହୋଇପାରିବ । ଶିଶୁ ଭବନଠାରୁ ବାଣୀବିହାର ପର୍ୟନ୍ତ ହୋଇଥିବା ସ୍ମାର୍ଟ ରାସ୍ତାର ସୌନ୍ଦର୍ଯ୍ୟକରଣ ସଦୃଶ୍ୟ ତିଆରି ହେବ । ଏଭଳି ହେଲେ ନୂଆପଲ୍ଲୀରେ ରାସ୍ତାର ଲୁକ୍ ପରିବର୍ତ୍ତନ ହୋଇଯିବ ବୋଲି କହିଛନ୍ତି କର୍ପୋରେଟର ବନ୍ଦିତା ପାଲ୍ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ