ETV Bharat / city

ପିପୁଲ ଫର୍ ଆନିମଲ୍‌ସର ମହତ ପ୍ରୟାସ, ରାଜଧାନୀରେ ପଶୁ-ପକ୍ଷୀଙ୍କ ପାଇଁ ଜଳକୁଣ୍ଡ - people for animals

ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ଏହି ସମୟରେ ନିର୍ବାକ ପଶୁ, ପକ୍ଷୀଙ୍କ ମୁହଁରେ ମୁନ୍ଦାଏଁ ପାଣି ଦେବା ପାଇଁ ରାଜଧାନୀର ରାସ୍ତାରେ ଖୋଲାଯାଇଛି ଜଳଛତ୍ର । ଅଧିକ ପଢ଼ନ୍ତୁ

BMC mayor sulochana das inaugurates water tanks for animals and birds an initiative of social organisation people for animals
ରାଜଧାନୀରେ ପଶୁ ଓ ପକ୍ଷୀଙ୍କ ପାଇଁ ଜଳକୁଣ୍ଡ
author img

By

Published : Apr 24, 2022, 8:23 PM IST

ଭୁବନେଶ୍ବର: ଦିନକୁ ଦିନ ବଢୁଛି ଖରା ଓ ଅସହ୍ୟ ହେଉଛି ଜନଜୀବନ । ଏହି ସମୟରେ ମଣିଷ ସମେତ ନୀରିହ ପଶୁ, ପକ୍ଷୀ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ସେମାନଙ୍କ ମୁହଁରେ ପାଣି ମୁନ୍ଦେ ଦେବାକୁ ରାଜଧାନୀର ରାସ୍ତାରେ ପିପୁଲସ ଫର୍ ଆନିମଲ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଖୋଲାଯାଇଛି ଜଳଛତ୍ର । ଖରା ବଢୁଥିବାରୁ ପଶୁ ଓ ପକ୍ଷୀଙ୍କ ପାଇଁ ରାଜଧାନୀର ରାସ୍ତାରେ ପାଣି କୁଣ୍ଡ ଓ ପାଣି ରଖାଯିବ ।

ରାଜଧାନୀରେ ପଶୁ ଓ ପକ୍ଷୀଙ୍କ ପାଇଁ ଜଳକୁଣ୍ଡ

ଭୁବନେଶ୍ଵର ମେୟର ସୁଲୋଚନା ଦାସ ଏହି ଜଳଛତ୍ରର ଉଦ୍‌ଘାଟନ କରିଛନ୍ତି । ପ୍ରଥମେ ଭୁବନେଶ୍ବରର ଲୋୟର ପିଏମଜିରେ ପାଣି କୁଣ୍ଡ ରଖିବା କାର୍ଯ୍ୟର ଶୁଭାରମ୍ଭ କରାଯାଇଥିବା ବେଳେ ସହରର ବିଭିନ ସ୍ଥାନରେ ମଧ୍ୟ ଏହି ବ୍ୟବସ୍ଥା କରାଯାଇଛି ।

ସହରର ବିଭିନ୍ନ ସ୍ଥାନରେ ସଂଗଠନର ସଦସ୍ୟମାନେ ପ୍ରତିଦିନ ପାଣି କୁଣ୍ଡରେ ପାଣି ରଖିବେ । ଖରାର ତାତିକୁ ଦେଖି ନୀରିହ ପଶୁପକ୍ଷୀଙ୍କ ପାଇଁ ଏହି ମହତ କାର୍ଯ୍ୟରେ ହାତ ବଢାଇବାକୁ ଆହ୍ବାନ ଦେଇଛି ସଂଗଠନ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.