ETV Bharat / city

ଶୀତ ଋତୁରେ ସଂକ୍ରମଣ ବୃଦ୍ଧି ଆଶଙ୍କା, BMC ଜାରି କଲା ନୂଆ ଗାଇଡଲାଇନ - winter new guideline

ଶୀତ ଋତୁରେ କୋଭିଡ ସଂକ୍ରମଣ ଆଶଙ୍କ ବୃଦ୍ଧିକୁ ନେଇ ନୂଆ ଗାଇଡଲାଇନ ଜାରି କଲା ବିଏମସି । ବିବାହ,ବ୍ରତ ଓ ଶୁଦ୍ଧିକ୍ରିୟାରେ ସାମିଲ ହୋଇପାରିବେ ସର୍ବାଧିକ 50 ଜଣ । ଅଧିକ ପଢନ୍ତୁ...

ଶୀତ ଋତୁରେ ସଂକ୍ରମଣ ବୃଦ୍ଧି ଆଶଙ୍କା, BMC ଜାରି କଲା ନୂଆ ଗାଇଡଲାଇନ

author img

By

Published : Oct 4, 2021, 10:52 PM IST

ଭୁବନେଶ୍ବର: ମହାମାରୀ କୋରୋନାର ଦ୍ବିତୀୟ ଲହରୀ ଥମିଥିବାବେଳେ ତୃତୀୟ ଲହରୀକୁ ନେଇ ଏବେ ବି ଆଶଙ୍କା ଲାଗିରହିଛି । ଶୀତ ଋତୁରେ କୋଭିଡ ସଂକ୍ରମଣ ଆଶଙ୍କା ଅଧିକ ରହିଥିବାରୁ ଭୁବନେଶ୍ବର ମହାନଗର ନିଗମ(BMC) ଜାରି କରିଛି ନୂଆ ଗାଇଡଲାଇନ । ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ଗାଇଡଲାଇନରେ ସର୍ବାଧିକ 50ଜଣ ସାମିଲ ହେବା ନେଇ ସର୍ତ୍ତାବଳୀ ରଖାଯାଇଛି। ଏହି ନୂତନ ଗାଇଡଲାଇନ ମଙ୍ଗଳବାରଠାରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ବିଏମସି କମିସନର ସଞ୍ଜୟ ସିଂ ।

ଶୀତ ଋତୁରେ ସଂକ୍ରମଣ ଆଶଙ୍କା ଅଧିକ, BMC ଜାରି କଲା ନୂଆ ଗାଇଡଲାଇନ

ନୂଆ ଗାଇଡଲାଇନ ଅନୁସାରେ, ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ ଜଣ ସାମିଲ ହେବା ପାଇଁ ଅନୁମତି ମିଳିବ । କାର୍ଯ୍ୟକ୍ରମ ଆୟୋଜକ ପ୍ରବେଶ ସ୍ଥାନରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବେ । କେବଳ ଖାଇବା ସମୟ ଛଡ଼ା ଅନ୍ୟ ସବୁଠି ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଗାଇଡଲାଇନ ଉଲ୍ଲଙ୍ଘନ ହେଲେ ଆୟୋଜକ ଓ ହଲ୍‌ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।

ଅନ୍ୟପକ୍ଷେ କଠୋର କଟକଣା ଯୋଗୁ ସଂକ୍ରମଣ ସଂଖ୍ୟା ହ୍ରାସ ହେବା ସହ ବର୍ତ୍ତମାନସୁଦ୍ଧା ରାଜଧାନୀରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ତଳେ ରହୁଛି । ରବିବାର BMC ଅଞ୍ଚଳରୁ ୧୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରେ ୧୦୯ ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ବର୍ତ୍ତମାନସୁଦ୍ଧା ବିଏମସିରେ ମୋଟ ୧,୧୩,୩୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୧୦୨୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ୧,୦୮,୮୧୫ ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ତେଣୁ ସଂକ୍ରମଣକୁ ରୋକିବାକୁ ହେଲେ ପାର୍ବଣ ସମୟରେ ଅଧିକ ସଚେତନତାର ଆବଶ୍ୟକତା ରହିଛି ବୋଲି BMC କମିଶନର ସଞ୍ଜୟ ସିଂ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.