ETV Bharat / city

ବିଏମସିର ଅନ୍ତର୍ବିଭାଗୀୟ ବୈଠକ, ସମନ୍ବୟ ରଖି କାର୍ଯ୍ୟ କରିବାକୁ କହିଲେ କମିଶନର

ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଅନ୍ତର୍ବିଭାଗୀୟ ବୈଠକ ଅନୁଷ୍ଠିତ । ସମନ୍ବୟ ରଖି କାର୍ଯ୍ୟ କରିବାକୁ ବୈଠକରେ ନିର୍ଦ୍ଦେଶ ଦେଲେ ବିଏମସି କମିଶନର । ଅଧିକ ପଢନ୍ତୁ

author img

By

Published : Jun 28, 2022, 7:27 PM IST

ବିଏମସିର ଅନ୍ତର୍ବିଭାଗୀୟ ବୈଠକ, ସମନ୍ବୟ ରଖି କାର୍ଯ୍ୟ କରିବାକୁ କହିଲେ କମିଶନର
ବିଏମସିର ଅନ୍ତର୍ବିଭାଗୀୟ ବୈଠକ, ସମନ୍ବୟ ରଖି କାର୍ଯ୍ୟ କରିବାକୁ କହିଲେ କମିଶନର

ଭୁବନେଶ୍ବର: ବିଏମସି(BMC) ପକ୍ଷରୁ ଏକ ଅନ୍ତର୍ବିଭାଗୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ସହରର ଉନ୍ନତିକରଣରେ ନିୟୋଜିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ସହରର କୌଣସି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ଆଳରେ ଅନ୍ୟ ପ୍ରକଳ୍ପ ଯେପରି ବାଧାପ୍ରାପ୍ତ ନହୁଏ ସେଥିପ୍ରତି ଗୁରୁତ୍ବାରୋପ କରିଛନ୍ତି କମିଶନର । ବିଏମସି ପକ୍ଷରୁ ହାତକୁ ନିଆଯାଇଥିବା ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ କିପରି ସମସ୍ତଙ୍କ ସହଯୋଗରେ ସମାପ୍ତ ହେବ ସେନେଇ ଆଲୋଚନା ହୋଇଛି ।

ଏହି କ୍ରମରେ ସମ୍ଭାବ୍ୟ କୃତ୍ରିମ ବନ୍ୟା ଉପରେ କିପରି ରୋକ୍‌ ଲଗାଯାଇପାରିବ ସେନେଇ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି । ପୂର୍ତ୍ତ ବିଭାଗ ଅଧୀନରେ ଥିବା ସମସ୍ତ ଡ୍ରେନଗୁଡିକୁ ନିଷ୍କାସନ କରିବା, ଏସପ୍ଲାନେଡ, ରଥ ରୋଡ୍, ଷ୍ଟୁଡିଓ ଛକ ଆୟୁର୍ବେଦିକ ଚିକିତ୍ସାଳୟ ସମ୍ମୁଖ, ଶିଶୁଭବନ ଛକଠାରୁ ରାମମନ୍ଦିର ଆଦି ସ୍ଥାନରେ ଥିବା ନାଳ ନିଷ୍କାସନ ଉପରେ ଆଲୋଚନା କରାଯାଇଛି । ପାହାଳରୁ ପାତ୍ରପଡା ପର୍ଯ୍ୟନ୍ତ ସମସ୍ତ ଡ୍ରେନଗୁଡିକର ନିଷ୍କାସନ ଏବଂ ସଫା କରିବାର ସ୍ଥିତି ଏବଂ କସ୍‌ମୋପଲିସଠାରେ ୯ ନମ୍ବର ନାଳର ପୁନଃନିର୍ମାଣ ଏବଂ ଏମ୍ସ ପ୍ରବେଶ ପଥ ଉପରେ ଜାତୀୟ ରାଜପଥ ପ୍ରାଧିକରଣ ପ୍ରତିନିଧିଙ୍କ ସହ କମିଶନର ଆଲୋଚନା କରିଛନ୍ତି ।

ଜଳ ସମ୍ପଦ ବିଭାଗ ପ୍ରାଚୀ ଡିଭିଜନ ସେମାନଙ୍କ ଅଧୀନରେ ଥିବା ନାଳ ସଫେଇ ଉପରେ ବିସ୍ତୃତ ବିବରଣୀ ରଖିଛନ୍ତି । ବିଶେଷକରି ଦୟା ପଶ୍ଚିମା କେନାଲ ଏବଂ ପୁରୀ ମୁଖ୍ୟ ନାଳର ସାଇଫନ ଉପରେ ବିବରଣୀ ଦିଆଯାଇଛି । ସେହିପରି ଡ୍ରେନେଜ ଡିଭିଜନ ଗଙ୍ଗୁଆ ସଫେଇ, ୱାର୍ଡ ନମ୍ବର ୪ ପ୍ରାଚୀଧାରା ଏବଂ ସମ୍ପୃକ୍ତ ସ୍ଥାନରେ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଆଲୋଚନା ହୋଇଛି । ମଞ୍ଚେଶ୍ବର ଓ ଚନ୍ଦକା ଶିଳ୍ପାଞ୍ଚଳରେ ନାଳଗୁଡିକର ସ୍ବତନ୍ତ୍ର ଧ୍ୟାନ ଦେବାକୁ ଇଡକୋ ପ୍ରତିନିଧିଙ୍କୁ କୁହାଯାଇଛି । ଏହାଛଡା ଉପସ୍ଥିତ ଥିବା ୱାଟକୋ ଅଧିକାରୀମାନଙ୍କୁ ମୁଖ୍ୟ ଡ୍ରେନ୍ ନଂ ୭ ଉପରେ ହୁମ୍ ପାଇପ୍ କଲଭର୍ଟ ଅପସାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗୌରୀନଗର ପମ୍ପିଂ ଷ୍ଟେସନରେ, ଯମୁନା ପୋଖରୀ ନିକଟ ଏକ ନମ୍ବର ମୁଖ୍ୟ ନାଳରୁ ସ୍ବରେଜ୍ ଚାମ୍ବର ଅପସାରଣ କରିବାକୁ ଆଲୋଚନା ହୋଇଛି । ଏଥିପାଇଁ ଦମକଳ, ଟ୍ରାଫିକ୍‌, ଜଙ୍ଗଲ ଓ ବିଦ୍ୟୁତ୍‌ ବିଭାଗର ସହଯୋଗ କାମନା କରାଯାଇଛି । ସେହିପରି ଜନସ୍ବାର୍ଥ ଦୃଷ୍ଟିରୁ କମିଶନର ସମସ୍ତ ଅଧିକାରୀଙ୍କୁ ସେମାନଙ୍କ ଆକ୍ସନ ପ୍ଲାନ ଉପରେ ଗୁରୁତ୍ବ ଦେବା ସହିତ ଏହାର ସମୀକ୍ଷା କରିବାକୁ କହିଛନ୍ତି । ଏହି ବୈଠକରେ ବିଏମ୍‌ସିର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.