ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ଆଣିଲା ନୂଆ କୋରୋନା ଗାଇଡ଼ଲାଇନ । ବାହାଘରରେ ସର୍ବାଧିକ ୧୦୦ ଏବଂ ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ । ୬ ଏପ୍ରିଲରୁ ଏହି ନୂଆ ନିୟମ ଲାଗୁ ହେବ ।
ନୂଆ କୋଭିଡ କଟକଣାକୁ କଡାକଡି କଲା ବିଏମସି । ଜନସମାଗମ ଓ ସମାବେଶ ଉପରେ ବିଏମସିର ରୋକ । ଏପ୍ରିଲ୍ ୬ ତାରିଖରୁ ଲାଗୁ ହେବ ବିଏମସିର ନୂଆ ନିର୍ଦ୍ଦେଶନାମା। କନଫରେନ୍ସ, କନକ୍ଲେଭ୍ ଆଦି କାର୍ଯ୍ୟକ୍ରମ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବନ୍ଦ । ଶତବାର୍ଷିକୀ, ଗୋଲ୍ଡେନ ଜୁବଲି, ସିଲଭର ଜୁବୁଲି ଉପରେ ମଧ୍ୟ ରୋକ୍ ଲଗାଇଲା ବିଏମସି ।
ସେହିପରି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବାର୍ଷିକ ଉତ୍ସବ ପାଳନ ଉପରେ ପ୍ରତିବନ୍ଧକ ଲଗାଇଥିବାବେଳେ କୌଣସି କାର୍ଯ୍ୟକ୍ରମ ପାଇଁ ବିଏମସି ଠାରୁ ନେବାକୁ ପଡ଼ିବ ଅନୁମତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ