ETV Bharat / city

ସ୍ମାର୍ଟସିଟିରେ ବ୍ୟାପକ ହେଉଛି କୋଭିଡ ଟେଷ୍ଟିଂ: ବିଏମସି - ଭୁବନେଶ୍ବରରେ କୋଭିଡ ଟୀକାକରଣ

ରାଜଧାନୀରେ ଦୈନିକ 8 ହଜାର କୋଭିଡ ଟେଷ୍ଟିଂ କରାଯାଉଛି । ବିଏମସି ପକ୍ଷରୁ କୋରୋନା ସଂକ୍ରମଣକୁ ରୋକିବାକୁ ଯଥା ସମ୍ଭବ ପ୍ରୟାସ ଜାରି ରହିଛି । ଅଧିକ ପଢନ୍ତୁ...

ସ୍ମାର୍ଟସିଟିରେ ବ୍ୟାପକ ହେଉଛି କୋଭିଡ ଟେଷ୍ଟିଂ: ବିଏମସି

author img

By

Published : Jun 30, 2021, 10:08 PM IST

ଭୁବନେଶ୍ବର : ରାଜଧାନୀରେ ଦୈନିକ 8 ହଜାର କୋଭିଡ ଟେଷ୍ଟିଂ କରାଯାଉଛି । ବିଏମସି ପକ୍ଷରୁ କୋରୋନା ସଂକ୍ରମଣକୁ ରୋକିବାକୁ ଯଥା ସମ୍ଭବ ପ୍ରୟାସ ଜାରି ରହିଛି । ଭୁବନେଶ୍ବରର ପ୍ରତି ଟୀକାକରଣ କେନ୍ଦ୍ର, ଘରେ, ରାସ୍ତା କଡ଼ରେ, ଜନଗହଳି ପୂର୍ଣ୍ଣ ସ୍ଥାନରେ ଟେଷ୍ଟିଂକୁ ବ୍ୟାପକ କରିଛି ବିଏମସି । ଏହାକୁ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମର ନୋଡାଲ ଅଫିସର ଶୁଭେନ୍ଦୁ ସାହୁ ।

ସ୍ମାର୍ଟସିଟିରେ ବ୍ୟାପକ ହେଉଛି କୋଭିଡ ଟେଷ୍ଟିଂ: ବିଏମସି

ବର୍ତ୍ତମାନ ଭୁବନେଶ୍ବରରେ ସରକାରୀ ଓ ବେସରକାରୀ ମିଶାଇ 8 ହଜାର କୋଭିଡ ଟେଷ୍ଟିଂ କରାଯାଉଛି । ତା ସାଙ୍ଗକୁ ରାଜଧାନୀରେ କୋରୋନା ସଂକ୍ରମଣ ହାର ଆକଳନ କରାଯାଉଛି । ଏଥିପାଇଁ ରାଜଧାନୀରେ ୨୬ଟି ଟିମ ଗଠନ କରାଯାଇଛି, ଯେଉଁମାନେ ଅବିରତ କାମ କରୁଛନ୍ତି ।

ରାଜଧାନୀକୁ 3ଟି ଜୋନରେ ବିଭକ୍ତ କରାଯାଇଥିବାବେଳେ ଏହି ସବୁ ଜୋନରେ 9 ଟି ଟେଷ୍ଟିଂ ଭ୍ୟାନ ଭ୍ରମଣ କରୁଛି । ଏହାଛଡ଼ା ବିଏମସିର ଅନ୍ୟ ଦୁଇଟି ଭ୍ୟାନ ମାଧ୍ୟମରେ ବିଭିନ୍ନ ସ୍ଥାନରେ ବୁଲି ଟେଷ୍ଟିଂ କରାଯାଉଛି । ବର୍ତ୍ତମାନ ଅଧିକରୁ ଅଧିକ ଟୀକାକରଣକୁ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ଭୁବନେଶ୍ବର ମହାନଗର ନିଗମର ନୋଡାଲ ଅଫିସର ଶୁଭେନ୍ଦୁ ସାହୁ ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.