ETV Bharat / city

BMCର ପ୍ରଥମ ଷ୍ଟାଣ୍ଡିଂ କମିଟି ବୈଠକ, ପ୍ରସ୍ତୁତ ହେବ କାର୍ଯ୍ୟ ଖସଡ଼ା

author img

By

Published : Jun 2, 2022, 12:16 PM IST

BMCର ପ୍ରଥମ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ପୂର୍ତ୍ତ (ପବ୍ଲିକ ୱାର୍କ) କମିଟି ଓ ଅଭିଯୋଗ, ସାମାଜିକ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

BMCର ପ୍ରଥମ ଷ୍ଟାଣ୍ଡିଂ କମିଟି ବୈଠକ
BMCର ପ୍ରଥମ ଷ୍ଟାଣ୍ଡିଂ କମିଟି ବୈଠକ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର(BMC) ପ୍ରଥମ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି । ପ୍ରତ୍ୟେକଟି ଷ୍ଟାଣ୍ଡିଂ କମିଟି ନିଜ ନିଜ କ୍ଷେତ୍ରରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବେ । ସେହିଅନୁସାରେ ପଦକ୍ଷେପ ନେବେ । ପ୍ରଥମ ଦିନରେ ପୂର୍ତ୍ତ (ପବ୍ଲିକ ୱାର୍କ) କମିଟି ଓ ଅଭିଯୋଗ, ସାମାଜିକ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଛି । ଏହାସହ ଆସନ୍ତା ୭ ପର୍ଯ୍ୟନ୍ତ ସମସ୍ତ କମିଟିର ବୈଠକ କରାଯାଇ ନୀତି ନିର୍ଦ୍ଧାରଣ କରାଯିବ । ସେହିପରି ୭ରେ କଣ୍ଟ୍ରାକ୍ଟ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହେବ, ଯେଉଁଥରେ ମେୟର ଅଧ୍ୟକ୍ଷ ଅଛନ୍ତି ।

BMCର ପ୍ରଥମ ଷ୍ଟାଣ୍ଡିଂ କମିଟି ବୈଠକ

ଏହାଛଡ଼ା ୧୦ରେ କର୍ପୋରେସନ ବୈଠକ ଅନୁଷ୍ଠିତ ହେବ ବୋଲି BMC ପକ୍ଷରୁ ସୂଚନା ମିଳିଛି । ପବ୍ଲିକ୍ ୱାର୍କସ କ୍ଷେତ୍ରରେ ପ୍ରତ୍ୟେକ ୱାର୍ଡକୁ ଦୃଷ୍ଟିରେ ରଖି ନଗର ଯନ୍ତ୍ରୀଙ୍କ ତରଫରୁ ଯୋଜନା ପ୍ରସ୍ତୁତ କରାଯିବ । ଏହାପରେ ବିଭିନ୍ନ ବୈଠକରେ ପବ୍ଲିକ୍ ୱାର୍କସ କ୍ଷେତ୍ରର ବିଭିନ୍ନ ସମସ୍ୟାର ଆଲୋଚନା, ସମୀକ୍ଷା ଓ ଆବଶ୍ୟକ ନିଷ୍ପତ୍ତି ନିଆଯିବ । ଏହି ବୈଠକରେ ମେୟର ସୁଲୋଚନା ଅଧ୍ୟକ୍ଷମାନକୁ ସ୍ଵାଗତ କରିବା ସହ ନିଜ ନିଜ ଓ୍ବାର୍ଡର ଆବଶ୍ୟକତାକୁ ପ୍ରତ୍ୟେକ କର୍ପୋରେଟର କିପରି ସମ୍ପୃକ୍ତ ଷ୍ଟାଣ୍ଡିଂ କମିଟିକୁ ଦେବେ । ସ୍ଥିତି ବାବଦରେ ପ୍ରକୃତ ତଥ୍ୟ BMC ପାଖରେ ରହିପାରିବ ସେଥିପାଇଁ ସମ୍ପୃକ୍ତ କମିଟିର ପ୍ରମୁଖ ଭୂମିକା ରହିଛି ।

ତେବେ ପୂର୍ତ୍ତ କମିଟି ବୈଠକରେ ଅଧ୍ୟକ୍ଷ ଅମରେଶ ଜେନା ସମ୍ପୃକ୍ତ ସଦସ୍ୟ, ସଦସ୍ୟା, ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ କାମନା କରିଥିଲେ । ଆଉ ସମସ୍ତଙ୍କ ସହଯୋଗରେ ହିଁ ଠିକ ସମୟରେ ଅଧିକ କିଛି ବିକାଶମୂଳକ କାର୍ଯ୍ୟକରିପାରିବ ବୋଲି ସେ କହିଥିଲେ । ଏହି ଅବସରରେ କମିଟିର ସଦସ୍ୟ ପ୍ରିୟଦର୍ଶିନୀ ଜେନା, ଜୟନ୍ତୀ ସାହୁ, ସମିତା ମହାନ୍ତି, ଶ୍ରୀଧର ବେହେରା, ସନ୍ତୋଷ କୁମାରସିଂହ, ସେକ୍ ନୁରହାସନ୍ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ବ୍ୟତିତ ନଗର ଯନ୍ତ୍ରୀ ଅରୁଣ କୁମାର ନାୟକ, ଉପାୟୁକ୍ତ କମଳାକାନ୍ତ ବେହେରା ପ୍ରମୋଦ କୁମାର ପୃଷ୍ଟି ଯୋଗ ଦେଇଥିଲେ । ଏହାପରେ ଅଭିଯୋଗ ଓ ସାମାଜିକ ସୁରକ୍ଷା ଷ୍ଟାଣ୍ଡିଂ କମିଟିର ବୈଠକ ହୋଇଥିଲା । ସୂଚନା ଅନୁସାରେ ବିଏମ୍‌ସିରେ ୬୭ ଓ୍ବାର୍ଡ ପାଇଁ ୧୦ଟି ଷ୍ଟାଣ୍ଡିଂ କମିଟି କରାଯାଇଛି । ୯ଟି କମିଟିରେ ସାତଜଣ ଲେଖାଁଏ ସଦସ୍ୟ ସଦସ୍ୟା ଓ ଗୋଟିଏ କମିଟିରେ ୩ ସଦସ୍ୟ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.