ETV Bharat / city

ରାଜଧାନୀରେ କମୁନି ସଂକ୍ରମଣ, ଫେଲ ମାରିଛି କି ବିଏମସି ! - ରାଜଧାନୀରେ କମୁନି ସଂକ୍ରମଣ

ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ଏବେବି ବହୁ କୋରୋନା ମାମଲା ସାମ୍ନାକୁ ଆସୁଛି । ବିଏମସି ଏବଂ ପୋଲିସ କର୍ତ୍ତୃପକ୍ଷ ଠିକ୍ ଭାବରେ ନିଜର ଦାୟିତ୍ବ ତୁଲାଇ ନଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି । ଅଧିକ ପଢନ୍ତୁ...

ରାଜଧାନୀରେ କମୁନି ସଂକ୍ରମଣ,  ଫେଲ ମାରିଛି କି ବିଏମସି !

author img

By

Published : Jun 17, 2021, 8:39 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋରୋନା ସଂକ୍ରମଣ ହ୍ରାସ ପାଇଥିବାବେଳେ ଅନ୍ୟ କିଛି ଜିଲ୍ଲାରେ ସଂକ୍ରମଣ ଏବେବି ହାଇ ପିକରେ ରହିଛି । ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ଏବେବି ବହୁ କୋରୋନା ମାମଲା ସାମ୍ନାକୁ ଆସୁଛି । ବିଏମସି ଏବଂ ପୋଲିସ କର୍ତ୍ତୃପକ୍ଷ ଠିକ୍ ଭାବରେ ନିଜର ଦାୟିତ୍ବ ତୁଲାଉ ନଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାଗୁଡିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

ରାଜଧାନୀରେ କମୁନି ସଂକ୍ରମଣ, ଫେଲ ମାରିଛି କି ବିଏମସି !

ସଂକ୍ରମଣ କମ୍‍ ଥିବା ପଶ୍ଚିମ ଓ ଦକ୍ଷିଣ ଓଡିଶାର ୧୭ଟି ଜିଲ୍ଲାକୁ ‘ଏ’ ବର୍ଗରେ ରଖାଯାଇଛି । ଅଧିକ ସଂକ୍ରମଣ ଥିବା ଉପକୂଳର ୧୩ ଜିଲ୍ଲାକୁ ‘ବି’ ବର୍ଗରେ ରଖାଯାଇଛି । ‘ଏ’ ବର୍ଗରେ ଥିବା ଜିଲ୍ଲାରେ ଲୋକଙ୍କ ପାଇଁ ସକାଳ ୬ ରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବାକୁ ଅନୁମତି ଦିଆଯାଇଛି । ‘ବି’ ବର୍ଗ ଜିଲ୍ଲାରେ ଏହା ସକାଳ ୬ ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ ।

ସକାଳ ୬ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କଟକଣା ମୁକ୍ତ ହୋଇଥିବା 'ଏ' ବର୍ଗର ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ।

ସକାଳ ୬ ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ କଟକଣା କୋହଳ ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର । ରାଜ୍ୟର ସମସ୍ତ ଜିଲ୍ଲାରେ ପୂର୍ବଭଳି ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ । ପୂର୍ବ ଭଳି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.