ଭୁବନେଶ୍ବର: ସାଂସଦଙ୍କ ବିରୋଧରେ ବିଏମସି କର୍ମଚାରୀଙ୍କ ଅଭିଯୋଗ । ଡିସିପି ଅଫିସରେ ବିଏମସିର ସଫେଇ, ସଚେତକ ଓ ଆଶା ଭାବେ କାମ କରୁଥିବା କର୍ମଚାରୀ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସାଂସଦ ବାରମ୍ବାର କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି ।
ଏପରିକି ପୂର୍ବରୁ ନିୟମ ଭଙ୍ଗ କରି ଫାଇନ ଦେଇଥିବା କଥା କହୁଥିବା ବେଳେ, ପୁଣି ଏକ ଜନ୍ମଦିନ ପାର୍ଟିରେ ଏକତ୍ରିତ ହେବା ନେଇ ସେମାନେ ଅଭିଯୋଗ କରିଛନ୍ତି । ତେବ ଅନ୍ୟପଟେ ବିଏମସି ତାଙ୍କ କାର୍ଯ୍ୟାଳୟ ସିଲ କରିଥିବା ବେଳେ, ଏଭଳି ଅଭିଯୋଗ ବିଏମସିର ନିଷ୍ପତ୍ତି ନା କର୍ମଚାରୀଙ୍କର ନିଜସ୍ବ ତାହା ଏବେ ପ୍ରଶ୍ନ ଉଠିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ