ETV Bharat / city

କୋଭିଡ ସଂକ୍ରମିତଙ୍କ ଘରେ ଅକ୍ସିଜେନ କନସେନଟ୍ରେଟର ପହଞ୍ଚାଇଲା BMC

କୋଭିଡ ଆକ୍ରାନ୍ତଙ୍କୁ ଚିକିତ୍ସା ଜନିତ ସହାୟତାର ହାତ ବଢାଇଛି ଭୁବନେଶ୍ବର ମହାନଗର ନିଗମ । ଘରେ ପହଞ୍ଚାଇଛି ଅକ୍ସିଜେନ କନସେନଟ୍ରେଟର। ଅଧିକ ପଢନ୍ତୁ...

କୋଭିଡ ସଂକ୍ରମିତଙ୍କ ଘରେ ଅକ୍ସିଜେନ କନସେନଟ୍ରେଟର ପହଞ୍ଚାଇଲା BMC
କୋଭିଡ ସଂକ୍ରମିତଙ୍କ ଘରେ ଅକ୍ସିଜେନ କନସେନଟ୍ରେଟର ପହଞ୍ଚାଇଲା BMC
author img

By

Published : Jun 11, 2021, 6:24 AM IST

ଭୁବନେଶ୍ବର: ତ୍ବରାନ୍ବିତ ହେଲା କୋଭିଡ ସହାୟତା। କୋଭିଡ ସଂକ୍ରମଣ ଦ୍ବିତୀୟ ଲହରୀରେ ଭୁବନେଶ୍ବର ପାଲଟିଛି ହଟସ୍ପଟ । ପଜିଟିଭ ସଂଖ୍ୟା କମିଲେ ବି ମୃତ୍ୟୁ ସଂଖ୍ୟା ବଢୁଛି।

କୋଭିଡ ଆକ୍ରାନ୍ତଙ୍କୁ ଚିକିତ୍ସା ଜନିତ ସହାୟତାର ହାତ ବଢାଇଛି ଭୁବନେଶ୍ବର ମହାନଗର ନିଗମ । ଘରେ ପହଞ୍ଚାଇଛି ଅକ୍ସିଜେନ କନସେନଟ୍ରେଟର। ବିଏମସି ପକ୍ଷରୁ କୋଭିଡ ରୋଗୀ ,ଯେଉଁମାନେ ଅମ୍ଳଜାନ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ତୁରନ୍ତ ଅକ୍ସିଜେନ କନସେନଟ୍ରେଟର ପହଞ୍ଚାଇଛି BMC।

ଗୁରୁବାର ପ୍ରାୟ ୨୧ ଜଣଙ୍କୁ ଏହି ସୁବିଧା ପହଞ୍ଚା ଯାଇଛି। ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ଼ ପକ୍ଷରୁ ଏକ ସ୍ବତନ୍ତ୍ର ଆପ ପ୍ରସ୍ତୁତ କରାଯାଇଛି । ଏହି ସୁବିଧା ଆପ ମାଧ୍ୟମରେ ପଞ୍ଜିକରଣ କରିଥିବା କୋଭିଡ ଆକ୍ରାନ୍ତ ହିଁ ପାଇଛନ୍ତି।

ଯେଉଁମାନେ ଅକ୍ସିଜେନ କନସେନଟ୍ରେଟର ଆବଶ୍ୟକ କରୁଛନ୍ତି ସେମାନେ ନିଜ ମୋବାଇଲରେ ଏହି ଆପ ପଞ୍ଜିକୃତ କରିବ । ପରେ ଏକ ଓଟିପି ଆସିବ , ଯାହାକୁ ମୋବାଇଲରେ ଲଗ ଇନ କଲେ ବୁକିଙ୍ଗ ହୋଇପାରିବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.