ଭୁବନେଶ୍ବର : ନୂଆବର୍ଷ ପାଇଁ ରାଜ୍ୟ ସରକାର ଯାହା କଟକଣା କରିଛନ୍ତି ତାହା ପାଳନ କରାଯିବ। ଆକ୍ରାନ୍ତଙ୍କ ସଂଖ୍ୟା ଯେହେତୁ ଏବେ କମ ଅଛି। ବିଏମସି ସତର୍କତା ମୂଳକ ପଦକ୍ଷେପ ନେଉଛି। 6ଟି ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇଛି । ପୂର୍ବରୁ କରାଯାଇଥିବା 2ଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନରେ ପଜିଟିଭ ଆସିଥିବା ଲୋକମାନେ ବିଦେଶରୁ ଫେରିଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବୁଧବାର କସମୋପଲିସ ଆପାର୍ଟମେଣ୍ଟରେ ବାହାରିଥିବା ସଂକ୍ରମଣ ବିଦେଶ ଫେରନ୍ତା ନୁହଁ । ସେଫଟି ପାଇଁ 4ଟି ଫ୍ଲାଟକୁ କଣ୍ଟେନମେଣ୍ଟ କରାଯାଇଛି। ବିଏମସି ର ସମସ୍ତ ଟିମ ସଜାଗ ଅଛନ୍ତି। ସରକାରଙ୍କ ଗାଇଡଲାଇନ ଅନୁସାରେ ସବୁ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। 7 ଦିନ ପରେ ସେମାନଙ୍କ ଟେଷ୍ଟିଂ କରାଯାଉଛି । ବିଦେଶ ଫେରନ୍ତା ପଜିଟିଭ ଆସିଲେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଡିସେମ୍ବର 25 ଏବଂ ନୂଆବର୍ଷ ପାଇଁ ସଂକ୍ରମଣ ଯେଭଳି ବୃଦ୍ଧି ନହେଉ ସେ ଉପରେ ନଜର ରଖାଯାଇଛି। ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ଖ୍ରୀଷ୍ଟମାସ ସେଲିବ୍ରେସନ କରାଯିବ । ବର୍ତ୍ତମାନର ସ୍ଥିତି କୁ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଏମସି କମିଶନର ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ