ETV Bharat / city

ବିଏମସି କମିଶନରଙ୍କ ବିଭିନ୍ନ ୱାର୍ଡ ସମୀକ୍ଷା - କମିଶନରଙ୍କ ବିଭିନ୍ନ ୱାର୍ଡ ସମୀକ୍ଷା

ଶନିବାର ଭୁବନେଶ୍ୱର ପଟିଆ ଅଞ୍ଚଳ ୱାର୍ଡ ନଂ 3ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ବିଏମସି କମିଶନର। ଅଧିକ ପଢନ୍ତୁ...

କମିଶନରଙ୍କ ବିଭିନ୍ନ ୱାର୍ଡ ସମୀକ୍ଷା
କମିଶନରଙ୍କ ବିଭିନ୍ନ ୱାର୍ଡ ସମୀକ୍ଷା
author img

By

Published : Jan 23, 2021, 10:02 PM IST

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ବିଏମସି କମିଶନର । ଶନିବାର ଭୁବନେଶ୍ୱର ପଟିଆ ଅଞ୍ଚଳ ୱାର୍ଡ ନଂ 3ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ବିଏମସି କମିଶନର।

ଡ୍ରେନେଜ, ଗଳି ରୋଡ, ବିଦ୍ୟୁତ ବ୍ୟବସ୍ଥା, ପଟିଆରେ ନିର୍ମାଣଧିନ ଶ୍ମଶାନ, ଡମଣାରେ ଥିବା ଜଳାଶୟ ବୁଲି ବୁଲି ଦେଖିଛନ୍ତି ବିଏମସି କମିଶନର । ଅଞ୍ଚଳର ଜନ ପ୍ରତିନିଧିଙ୍କୁ ନେଇ ନିର୍ମାଣଧିନ କାର୍ଯ୍ୟର ଅଗ୍ରଗତି ତଦାରଖ କରିବା ସହ ସ୍ୱଚ୍ଛ ପରିମଳ ବ୍ୟବସ୍ଥା ବିଷୟରେ ଅଞ୍ଚଳବାସୀଙ୍କ ଠାରୁ ପଚାରି ବୁଝିଛନ୍ତି ।

କମିଶନରଙ୍କ ବିଭିନ୍ନ ୱାର୍ଡ ସମୀକ୍ଷା
କମିଶନରଙ୍କ ବିଭିନ୍ନ ୱାର୍ଡ ସମୀକ୍ଷା

ଏହାସହ ବର୍ଜ୍ୟବସ୍ତୁ ପରିଚାଳନା ନେଇ ସାଧାରଣ ଲୋକଙ୍କୁ ବୁଝାଇବା ସହ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହ ବିଭିନ୍ନ ଉନ୍ନୟନ ବିଷୟରେ ଆଲୋଚନା କରିଛନ୍ତି । ଏସଏଚଜି ମହିଳାଙ୍କୁ କିଭଳି ସହାୟତା ଯୋଗାଇ ହେବ ସେ ବିଷୟରେ ପଚାରି ବୁଝିବା ସହ କାନନ ବିହାର, ଡମଣା ହାଟ, ପଟିଆର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତିକରଣ ତଦାରଖ କରିଛନ୍ତି ବିଏମସି କମିଶନର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.