ETV Bharat / city

କାହାକୁ ମିଳିବ କେଉଁ ଟିକା, ସରକାର ନେବେ ନିଷ୍ପତି; ବିଏମସି କମିଶନର

author img

By

Published : Jan 13, 2021, 8:07 PM IST

ଭୁବନେଶ୍ୱରରେ କାହାକୁ ଦିଆଯିବ କେଉଁ ଟିକା, ତାହା ରାଜ୍ୟ ସରକାର ସ୍ଥିର କରିବେ । ଟୀକାକରଣ ପାଇଁ ଆମେ ସମସ୍ତ ପ୍ରସ୍ତୁତି ସାରିଛୁ ବୋଲି ବିଏମସି କମିଶନର ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...

ଭୁବନେଶ୍ୱରରେ ଟୀକାକୁ ନେଇ ସରକାର ନେବେ ନିଷ୍ପତି ; ବିଏମସି କମିଶନର

ଭୁବନେଶ୍ବର: ଓଡିଶାକୁ ଆସି ସାରିଛି କୋରୋନାର ବିନାଶକାରୀ ଟିକା । ଭୁବନେଶ୍ବରରେ କିପରି ରହିବ ଟୀକାକରଣର ପଦ୍ଧତି ସେନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି । ରାଜଧାନୀ ବାସିନ୍ଦାଙ୍କୁ କେଉଁ ଟିକା ମିଳିବ ତାହା ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

କମିଶନର କହିଛନ୍ତି ଯେ, କୋଭାକ୍ସିନ୍ ବିଏମସି ଏରିଆରେ ଦେବାକୁ ନେଇ ଆମ ପାଖକୁ କୌଣସି ଲେଟର ବର୍ତ୍ତମାନ ପର୍ଯ୍ୟନ୍ତ ଆସି ନାହିଁ । ବିଏମସି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ୧୬ ତାରିଖ ପାଇଁ ଆମର ୫ଟା ଭ୍ୟାକ୍ସିନେସନ୍ ସେଣ୍ଟର ଚିହ୍ନଟ ହୋଇ ପ୍ରସ୍ତୁତ ହୋଇ ରହିଛି । କ୍ୟାପିଟାଲ ହସ୍ପିଟାଲ, ୟୁନିଟ 4 ସରକାରୀ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ ହସ୍ପିଟାଲ ଏବଂ କିମ୍ସ ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା ହୋଇଛି ।

୬ଟା ଅର୍ବାନ୍ ପିଏସସି ଏବଂ ସିଏସସି ସାଙ୍ଗକୁ କ୍ୟାପିଟାଲ ହସ୍ପିଟାଲ ଏବଂ ୧୮ଟା ବଡ ହସ୍ପିଟାଲ ଯେଉଁଠାରେ ୫୦ ରୁ ଅଧିକ ବେଡ୍ ଷ୍ଟ୍ରେନ୍ଥ ରହିଛି । ଏହା ସହ ଏମ୍ସ ହସ୍ପିଟାଲରେ ମଧ୍ୟ ପୂରା ସିଷ୍ଟମ ରହିବ । କେବଳ ସେତିକି ନୁହେଁ, ଭ୍ୟାକ୍ସିନେସନ୍ ଅଫିସର ମାନଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରିସାରିଛୁ ଏବଂ ଆସନ୍ତାକାଲି ସୁଦ୍ଧା ସେ ସମସ୍ତ ତଥ୍ୟ ଆମେ ରାଜ୍ୟ ସରକାରଙ୍କୁ ପଠାଇଦେବୁ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.