ଭୁବନେଶ୍ବର: ନରମିଲା ବିଏମସି, ରଖିଲା ସ୍ପଷ୍ଟୀକରଣ । ହୋଲଡିଂ ଟ୍ୟାକ୍ସ ନଦେଲେ ବିଏମସିର ଘର ସିଲ ନିର୍ଦେଶ ହେବା ପରେ ସ୍ପଷ୍ଟୀକରଣ ରଖିଲା ବିଏମସି । ଯେଉଁମାନେ ଅଧିକ ବର୍ଷ ହେବ ଟ୍ୟାକ୍ସ ପୈଠ କରିନଥିବେ ଏବଂ ଅଧିକ ଟଙ୍କା ବକେୟା ଟ୍ୟାକ୍ସ ଥିବ ସେମାନଙ୍କ ନାମରେ ସାର୍ଟିଫିକେଟ କେସ ହେବ,ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ବିଏମସି ରାଜସ୍ବ ବିଭାଗର ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର ।
ହୋଲଡିଂ ଟ୍ୟାକ୍ସ ପୈଠ ନ କରିଥିବା ପ୍ରତିଷ୍ଠାନ ବିରୋଧରେ ଓପିଡିଆର ଆକ୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଏମସି । ଓପିଡ଼ିଆର ଆକ୍ଟ ଆଧାରରେ ୩ ବର୍ଷରୁ ଅଧିକ ସମୟ ଟ୍ୟାକ୍ସ ପୈଠ କରି ନଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଏମସି । ବଡ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଓପିଡ଼ିଆର ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଏକ ନିୟମିତ ପ୍ରକ୍ରିୟା । ଚଳିତ ବର୍ଷ ମଧ୍ୟ ଜୋନାଳ ଡେପୁଟି କମିଶନର ମାନଙ୍କୁ ବାକି ଥିବା ବଡ଼ ଟ୍ୟାକ୍ସ ଫାଙ୍କୁଥିବା ପ୍ରତିଷ୍ଠାନ ଉପରେ ଆକ୍ସନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୯ ବେଞ୍ଚମାର୍କ ଅନୁଯାୟୀ ହୋଲଡିଂ ଟ୍ୟାକ୍ସ ଧାର୍ଯ୍ୟ କରାଯାଇଛି । ତା ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ବିଏମସିର ଡେପୁଟି କମିସନର କହିଛନ୍ତି ।
ସୂଚନାଥାଉକି ଆଜି ସକାଳେ ହୋଲଡିଂ ଟ୍ୟାକ୍ସକୁ ନେଇ ବିଏମସ ଘର ସିଲ ନିର୍ଦ୍ଦେଶ ଦେଇଥିଲା । ଏହା ବିରୋଧକୁ ଦେଖି ନରମିଛି ବିଏମସି ଏବଂ ପରେ ସ୍ପଷ୍ଟୀକରଣ ରଖିଛି । ହୋଲଡିଂ ଟ୍ୟାକ୍ସ ଫାଙ୍କିଥିବା ବଡ ବଡ ପ୍ରତିଷ୍ଠାନକୁ ନେଇ ହେବ କାର୍ଯ୍ୟାନୁଷ୍ଠାନ ବୋଲି ବୋଲି ବିଏମସି ଡେପୁଟି କମିସନର କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ