ଭୁବନେଶ୍ବର: ବେଆଇନ ପାର୍କିଂ ଫି ଆଦାୟ ନେଇ ଭୁବନେଶ୍ୱରର ଭବାନୀ କଂଷ୍ଟ୍ରକ୍ସନ କମ୍ପାନୀକୁ ବିଏମସି ପକ୍ଷରୁ ନୋଟିସ ଜାରି କରାଯାଇଛି । ଶୁକ୍ରବାର ଭୁବନେଶ୍ୱର ସହିଦନଗର ବିଏମସି ଭବାନୀ ମଲରେ ଥିବା ଭବାନୀ କଂଷ୍ଟ୍ରକ୍ସନ କମ୍ପାନୀ ମେସିନ ଦ୍ୱାରା ପାର୍କିଂ ଫି ଆଦାୟ କରୁଥବା ସମୟରେ ବିଏମସି ସେଣ୍ଟ୍ରାଲ ସ୍କ୍ୱାଡ଼ ଦ୍ୱାରା 3ଟି ମେସିନ ଜବତ ହୋଇଛି ।
ଭୁବନେଶ୍ୱରର ବିଭିନ୍ନ ମଲରେ ପାର୍କିଂ ଫି ଆଦାୟ ଅବୈଧ ନେଇ ନିର୍ଦେଶନାମା ଜାରି ହୋଇଥିଲେ ମଧ୍ୟ ଏହାକୁ ଖାତିର ନକରି ଭବାନୀ କଂଷ୍ଟ୍ରକ୍ସନ ପକ୍ଷରୁ ପାର୍କିଂ ଫି ଆଦାୟ ଚାଲୁରହିଛି । ଏନେଇ ସମ୍ପୃକ୍ତ କମ୍ପାନୀର ନିର୍ଦେଶକଙ୍କୁ ୩ ଦିନ ଭିତରେ ଜବାବ ରଖିବାକୁ ନିର୍ଦେଶ ଦିଆଯାଇଥିବା ବେଳେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ