ଭୁବନେଶ୍ବର: ରାଜଧାନୀରେ ବଢ଼ିଲା କୋଭିଡ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି BMC ପକ୍ଷରୁ ନିଆଯାଇଛି ପଦକ୍ଷେପ। ପୂର୍ବରୁ ସମ୍ ଓ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲକୁ ଅନୁମତି ମିଳିଥିବା ବେଳେ ଏବେ ହାଇଟେକ ଓ କିମ୍ସ ହସ୍ପିଟାଲ ସହ BMC କରିଛି ଚୁକ୍ତିନାମା। କିମ୍ସ କୋଭିଡ ହସ୍ପିଟାଲରେ 500 ଓ ହାଇଟେକ କୋଭିଡ ହସ୍ପିଟାଲରେ 239 ଶଯ୍ୟା ସହିତ ଖୋଲିଲା।
ପୂର୍ବରୁ ସମ କୋଭିଡ ହସ୍ପିଟାଲରେ 810 ଓ ଆଦିତ୍ୟ ଅଶ୍ବିନୀ କୋଭିଡ ହସ୍ପିଟାଲରେ 150ଟି ଶଯ୍ୟାର ସୁବିଧା ଥିଲା। ଫଳରେ କୋଭିଡ ହସ୍ପିଟାଲ ସଂଖ୍ୟା 4କୁ ବୃଦ୍ଧି ପାଇବା ସହ ଶଯ୍ୟା ସଂଖ୍ୟା 1699କୁ ବୃଦ୍ଧି ପାଇଛି। ଏଥିସହିତ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ପଟିଆ ଓ ଡୁମଡୁମାରେ 100 ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ କେୟାର ସେଣ୍ଟର ଖୋଲାଯାଇଛି। ଆଗକୁ ଆବଶ୍ୟକ ସ୍ଥଳେ କୋଭିଡ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ବିଏମସି କମିଶନର ସଂଜୟ ସିଂ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ