ETV Bharat / city

ରାଜଧାନୀରେ ଲୁଟେରାଙ୍କୁ ଧରିବେ ଲୋକାଲ ବଏ

ଦିନକୁ ଦିନ ରାଜଧାନୀରେ ବଢିଚାଲିଛି ଲୁଟରାଙ୍କ ଆତଙ୍କ । ପୋଲିସକୁ ଖାତିର ନକରି ଲୁଟ କରୁଛନ୍ତି ଲୁଟେରା । ଆଉ ଲୁଟେରାଙ୍କୁ ସାବାଡ କରିବାକୁ ଏବେ ପୋଲିସ ଆପଣାଇଛି ଅଭିନବ ଉପାୟ ।

author img

By

Published : Jul 31, 2019, 11:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟ ରାଜଧାନୀ ସ୍ମାର୍ଟସିଟି ଏବେ ଅପରାଧୀଙ୍କ ଆଶ୍ରୟ ସ୍ଥଳ ପାଲଟିଛି । କେତେବେଳେ ଲୁଟ ତ କେତେବେଳେ ଛିନତାଇ ଆଉ ଆକ୍ରମଣ । ଏମିତି ପ୍ରତିଦିନ ଅପପରାଧୀ ମାନେ ଅପରାଧ ଘଟାଇବାକୁ ସକ୍ଷମ ହେଉଛନ୍ତି । ପୋଲିସ ଯେତେ ସକ୍ରିୟ ହେଉଛି ଅପରାଧୀ ମଧ୍ୟ ପୋଲିସକୁ ତାଳ ଦେଇ ମଧ୍ୟ ଆଗକୁ ବଢୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ସବଠାରୁ ବଳିଗଲା ମଙ୍ଗଳବାର ଯେତେବେଳେ ଅପରାଧୀ ପୋଲିସକୁ ଖୋଲା ଚ୍ୟାଲେଞ୍ଚ ଦେଇ ସିରିଜ ଲୁଟରେ ମାତିଥିଲେ । ପୁରୀ ବାଇପାସରରେ ଥିବା ପୁରୁଣା ଗାଡି ସୋ ରୁମ ମହିମା ମୋଟର୍ସର ମାଲିକ ତଥା ବିଲଡର୍ସଙ୍କୁ ଗୁଳିମାଡ କରି ଦୁର୍ବୃତ୍ତମାନେ ମଙ୍ଗଳବାର ୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଅନ୍ୟଏକ ଘଟଣାରେ ସେହି ମଙ୍ଗଳବାର ରାତିରେ ଲୁଟେରା ମାନେ ଜଣେ ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ୫୦ ହଜାର ଟଙ୍କା ଲୁଟିନେଇଥିଲେ, ଉକ୍ତ ଘଟଣା ରସୁଲଗଡ ଗାଁ ଛକରେ ଘଟିଥିଲା। ଫଳରେ ଲୋକେ ତାତିଥିଲେ ଏବଂ ରସୁଲଗଡରେ ରାସ୍ତାରୋକ କରିଥିଲେ ।

ଏହିସବୁ ଘଟଣାକୁ ଦୃଷ୍ଟିରେ ରଖି ମୈଦାନକୁ ଆସିଥିଲେ ପୋଲିସ କମିଶନର ସତ୍ୟଜିତ ମହାନ୍ତି । ଆଜି ରସୁଲଗଡର ସ୍ଥାନୀୟ ଯୁବକ ମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରିଥିଲେ । ନିଷ୍ପତ୍ତି ଅନୁସାରେ ସ୍ଥାନୀୟ ଯୁବକ ମାନେ ଲୁଟେରାଙ୍କୁ ଧରିବାରେ ପୋଲିସକୁ ସାହାଯ୍ୟ କରିବେ । ସ୍ଥାନୀୟ ଯୁବକ ମାନେ ପୁଲିସ ସହ ମିଶି ପାଟ୍ରୋଲିଙ୍ଗ ମଧ୍ୟ କରିବେ ।

ଏହାସହ ପୋଲିସକୁ ସୂଚନା ଦେବା ପାଇଁ ଏକ ନଂ ମଧ୍ୟ ଜାରି କରିଛନ୍ତି କମିଶନର ସତ୍ୟଜିତ ମହାନ୍ତି । ଜାରି ହୋଇଥିବା ନମ୍ବରଟି ହେଉଛି -(୮୨୮୦୩୩୮୩୦୦) ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ରାଜଧାନୀ ରେ ସିରିଜ ଲୁଟ ପରେ ପୋଲିସ କମିଶନରଙ୍କ ବୈଠକ।

ଗତକାଲି ରାଜଧାନୀ ରେ ସିରିଜ ବଡ ଧରଣର ଲୁଟ ପରେ ସ୍ଥାନୀୟ ଯୁବକଙ୍କ ସହ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ କରିଛନ୍ତି। ଲୁଟେରାଙ୍କୁ ଧରାଇବାରେ ପୋଲିସ କୁ ସାହାଯ୍ୟ କରିବେ ସ୍ଥାନୀୟ ଯୁବକ।

Body:

ଗୋଟିଏ ଦିନରେ ପାଞ୍ଚ ପାଞ୍ଚଟି ବଡ ଧରଣର ଲୁଟ। ମଞ୍ଚେଶ୍ୱର ଥାନା ଅଧୀନରେ ଘଟିଛି ବଡ ଧରଣର ଲୁଟ। ତୃପ୍ତି ହୋଟେଲ ମାଲିକ କୁ ଆକ୍ରମଣ କରି ଲୁଟ କରିଥିବା ଲୁଟେରାଙ୍କୁ ଧରିବା ପାଇଁ ରସୁଲଗାଡ ଛକରେ ରାସ୍ତା ଅବରୋଧ କରିଥଲେ। ତେବେ କମିଶନର ସତ୍ୟଜିତ ମହାନ୍ତି ଉତ୍ୱ୍ୱକ୍ତ ଯୁବକ ମାନଂକୁ ବୁଝା ସୁଜା କରିବା ପରେ ରାସ୍ତା ଅବରୋଧ ହଟାଇ ଥିଲେ । ତେବେ ଏହି ଘଟଣା ନେଇ କମିଶନରେଟ ଓ ରସୁଲଗଡ ର ସ୍ଥାନୀୟ ଯୁବକ ମିଶି କମିଶନରେଟ ପୋଲିସ ର ମୁଖ୍ୟ କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା। ଏହି ବୈଠକରେ ନିଶାକାରବାର କୁ ନେଇ ସମ୍ପୂର୍ଣ୍ଣ ରୂପେ ପୋଲିସ କୁ ସ୍ଥାନୀୟ ଯୁବକ ମାନେ ସାହାଯ୍ୟ କରିବା ସହ ନିଶା ବେପାରୀଙ୍କୁ ଚିହ୍ନଟ କରାଇବେ। ଓ ଲୁଟେରାଙ୍କୁ ଖୁବ ଶୀଘ୍ର ଧରିବାକୁ ପ୍ରତିଶୃତି କମିଶନର ଦେଇଛନ୍ତି ବୋଲି ରସୁଲଗଡ ଅଂଚଳର ସଭାପତି ରମେଶ ସାହୁ ସୂଚନା ଦେଇଛନ୍ତି।

ରାଜଧାନୀ ରେ କିଛି ଧରି କମିଶନରେଟ ପୋଲିସ ସାରା ରାତି ରାଜଧାନୀର ବିଭିନ୍ନ ସ୍ଥାନରେ ବ୍ଳକିଙ୍ଗ ଓ ଚେକିଂ ଚଳାଉଥିବା ବେଳେ ଅପାରାଧି ଏବେ ଦିନ ଓ ମଧ୍ୟ ରାତି ସମୟରେ ଟାର୍ଗେଟ କରିଛନ୍ତି। ଗତକାଲି ରାଜଧାନୀର ବିଭିନ୍ନ ସ୍ଥାନରେ ପାଞ୍ଚ ପାଞ୍ଚ ଟି ବଡ ଅପରାଧ ଘଟାଇ ଅପରଧଇ ମନେ କମିଶନରେଟ ପୋଲିସ କୁ ଖୋଲା ଚାଲେଞ୍ଜ କରିଛନ୍ତି। ପୁରୀ ବାଇ ପାସ ରାସ୍ତାରେ ଥୁବା ସୋ ରୁମ ର ମାଲିକ ଓ ଗ୍ରହକୁ ଆକ୍ରମଣ କରି 2 ଲକ୍ଷ ଟଙ୍କା ଲୁଟ କରିଥିବା ବେଳେ ମଧ୍ୟ ରାତି ରେ ଏକ ହୋଟେଲ ମାଲିକ ଘରକୁ ଫେରୁଠୁବା ସମୟରେ ଲୁଟେରଅଙ୍କ ଆକ୍ରମଣର ଶିକାର ହୋଇଥିଲେ। ଯାହା ଫଳରେ ଗୁରୁତର ଆହତ ହୋଇ କ୍ୟାପିଟାଲ ହହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ।

ଏବେ ଗୋଟିଏ ଦିନରେ ମଞ୍ଚେଶ୍ୱର ଅଂଚଳରେ ବଡ ଧରଣର ଲୁଟ କୁ ନେଇ କମିଶନରେଟ ପୋଲିସର ମୁଖ୍ୟ କାର୍ଯ୍ୟାଳୟରେ କମିଶନର ସତ୍ୟଜିତ ମହାନ୍ତି , ମଞ୍ଚେଶ୍ୱର ଆଇଆଇସି, ଏବଂ ଏସିପି ଓ 50 ରୁ ଉର୍ଦ୍ଧ ରସୁଲଗାଡ ସ୍ଥାନୀୟ ଯୁବକ ଓ ମୁରବି ମନେ ଉପସ୍ଥିତ ରେ ଏକ ଗୁରୁତ୍ୱ ପୂର୍ଣ ବୈଠକ ହୋଇଥିଲା।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.