ETV Bharat / city

ଭୁବନେଶ୍ବରରେ ରକ୍ତଦାନ ଶିବିର, 60 ୟୁନିଟ୍‌ ରକ୍ତ ସଂଗ୍ରହ - blood donation camp bhubaneswar

ଭୁବନେଶ୍ବର ଓ୍ବାର୍ଡ ନମ୍ବର 34ରେ ରକ୍ତଦାନ ଶିବିର ଅନୁଷ୍ଠିତ । 60ରୁ ଊର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ । ଅଧିକ ପଢନ୍ତୁ...

ଭୁବନେଶ୍ବରରେ ରକ୍ତଦାନ ଶିବିର
ଭୁବନେଶ୍ବରରେ ରକ୍ତଦାନ ଶିବିର
author img

By

Published : Dec 30, 2020, 7:45 AM IST

ଭୁବନେଶ୍ୱର: ଓଡିଶା ମୋ ପରିବାର ପକ୍ଷରୁ ୱାର୍ଡ ନମ୍ବର 34 ଅନ୍ତର୍ଗତ ସତ୍ୟନଗର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ । ଏଥିରେ ଏକାଧିକ ସ୍ଥାନୀୟ ବାସିନ୍ଦା ଭାଗ ନେଇଥିଲେ । ଏହି ଶିବିରରେ 60ରୁ ଊର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

ଭୁବନେଶ୍ବରରେ ରକ୍ତଦାନ ଶିବିର

ସ୍ଥାନୀୟ ପୂର୍ବତନ କର୍ପୋରେଟର ଭାନୁପ୍ରିୟା ଦାସଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ବିଜ୍ଞାନ ଓ କାରିଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଦାସ ଓ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ଅନ୍ୟ ନେତୃବୃନ୍ଦମାନେ ଉଦଘାଟନ କରିଥିଲେ । ଗୋଟିଏ ଜୀବନ ବଞ୍ଚାଇବା ପାଇଁ ରକ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅଟେ । ଏହାର ଆବଶ୍ୟକତା ସବୁ ବେଳେ ରହିଛି । ଏହି ମହତ କାର୍ଯ୍ୟ କରିବାକୁ ଯୁବପିଢ଼ି ଆଗେଇ ଆସିଲେ ରକ୍ତବିନା ଯାଉଥିବା ଜୀବନ ବଞ୍ଚିଯାଇପାରିବ ଏବଂ ସେହି ବ୍ୟକ୍ତି ସମାଜର ଉନ୍ନତିରେ ଯୋଗଦାନ ଦେଇପାରିବ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି । ଏହି ଅବସରରେ ରକ୍ତଦାତାମାନଙ୍କୁ ଉତ୍ସାହିତ କରାଯିବା ସହ ସେମାନଙ୍କୁ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.