ETV Bharat / city

ଲୋକଙ୍କ ସହ ଯୋଡି ହେବାର ଉଦ୍ୟମ; ମାଧ୍ୟମ ସାଜିଛି ଟେକ୍ନୋଲୋଜି, ଆଗରେ ବିଜେପି - ଆଗରେ ବିଜେପି

କୋରୋନା କାଳରେ ଲୋକଙ୍କ ସହ ଯୋଡି ହେବା ପାଇଁ ଟେକ୍ନୋଲୋଜିର ସାହାରା ନେଉଛି ବିଜେପି । ଏହି ନୂଆ ପ୍ଲାଟଫର୍ମରେ ଯୋଡି ହେଉଛନ୍ତି ଲକ୍ଷ ଲକ୍ଷ ଲୋକ । ଏହି କ୍ଷେତ୍ରରେ ବିଜେଡି ଓ କଂଗ୍ରେସକୁ ପଛରେ ପକାଇ ବିଜେପି ଆଗରେ ଥିବା ନଜର ଆସୁଛି । ଅଧିକ ପଢନ୍ତୁ...

ଲୋକଙ୍କ ସହ ଯୋଡି ହେବାର ଉଦ୍ୟମ; ମାଧ୍ୟମ ସାଜିଛି ଟେକ୍ନୋଲୋଜି, ଆଗରେ ବିଜେପି

author img

By

Published : Jul 4, 2020, 5:35 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରୁ ପଠାଉଥିବା ଟଙ୍କା ଓଡିଆ ଲୋକଙ୍କ ସ୍ବାର୍ଥରେ ଲାଗୁ । ଏଥିପାଇଁ ଜନସଚେତନତା ନକଲେ ସବୁ ପ୍ରଚେଷ୍ଟା ବ୍ୟର୍ଥ ହୋଇଯିବ । ଏଣୁ କାର୍ଯ୍ୟକର୍ତ୍ତାମାନେ ଜାଗ୍ରତ ପ୍ରଭାରୀଭାବେ ପ୍ରଧାନମନ୍ତ୍ରୀ କାର୍ଯ୍ୟକୁ ଆଗେଇ ନେବା ସହ ନୂଆ ଆଦର୍ଶର ରାଜନୈତିକ ସଙ୍ଗଠନ ତିଆରି କରିବାର ଦାୟିତ୍ବ ଗ୍ରହଣ କରନ୍ତୁ । ଓଡିଶାରେ ବିଜେପି ସରକାର ନହେବା ପର୍ଯ୍ୟନ୍ତ ଓ ବିଜେପିକୁ ରାଜ୍ୟରେ ୨୧ରୁ ୨୧ ଲୋକସଭା ଆସନ ନମିଳିବା ଯାଏଁ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ମାନ, ଅପମାନ, ଅଭିମାନକୁ ଭୁଲି ସାଢେ ୪ କୋଟି ଓଡିଆଙ୍କ ଏକମାତ୍ର ଲକ୍ଷ୍ୟ ଭାବେ ଓଡିଶାକୁ ନୂଆ ଶିଖରକୁ ନେବା ପାଇଁ ସଂକଳ୍ପ ନିଅନ୍ତୁ ଓ ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଡିଆଙ୍କ ହକ୍ ପାଇଁ ନିରନ୍ତର ଆନ୍ଦୋଳନ ଓ କାର୍ଯ୍ୟକ୍ରମ କରନ୍ତୁ । ଦଳୀୟ କର୍ମୀ ଓ ନେତାଙ୍କୁ ଏଭଳି ଆହ୍ବାନ ଦେଇଛନ୍ତି କେନ୍ଦ୍ରୀୟ ବିଜେପି ନେତା ।

ଲୋକଙ୍କ ସହ ଯୋଡି ହେବାର ଉଦ୍ୟମ; ମାଧ୍ୟମ ସାଜିଛି ଟେକ୍ନୋଲୋଜି, ଆଗରେ ବିଜେପି

ଭର୍ଚୁଆଲ ରାଲି ଜରିଆରେ ରାଜ୍ୟ ବିଜେିର କର୍ମୀଙ୍କୁ ଦିଆଯାଇଥିଲା ଏଭଳି ଆହ୍ବାନ । ମହାମାରୀ କୋରୋନା ଯୋଗୁଁ ସାରା ଦେଶରେ ଲକଡାଉନ ଜାରି ହୋଇଥିବାରୁ ଡିଜିଟାଲ ଟେକ୍ନୋଲୋଜିର ନୂଆ ପ୍ଲାଟଫର୍ମ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ କରିଛି ବିଜେପି । ଆଉ ଏହି ଡିଜିଟାଲ ପ୍ଲାଟଫର୍ମର ନାଁ ରଖାଯାଇଛି ବିଜେପି ଭର୍ଚୁଆଲ ରାଲି । ସବୁ ବର୍ଗର କର୍ମୀଙ୍କ ସହ ଏଭଳି ଯୋଗାଯୋଗର ପ୍ରଚେଷ୍ଟା ଜାରି ରଖିଛି ଦଳ । ଭର୍ଚୁଆଲ ରାଲିରେ ମୋଦି ସରକାରଙ୍କ ସଫଳତା କଥା କୁହାଯାଉଥିବାବେଳେ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଦିଆଯାଉଛି ଆହ୍ବାନ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଜନସମ୍ବାଦ ରାଲିରେ ପ୍ରାୟ ୨୯ ଲକ୍ଷ ୫୦ ହଜାର ଲୋକ ଟେକ୍ନୋଲୋଜି ପ୍ଲାଟଫର୍ମରେ ଯୋଡିହୋଇଥିଲେ । ଓଡିଶାବାସୀଙ୍କ କଷ୍ଟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ଅନେକ କାର୍ଯ୍ୟକ୍ରମ କରିଛନ୍ତି । ଗରିବଙ୍କୁ ଉଭୟ ସାମାଜିକ ଓ ଆର୍ଥିକ ରୂପେ ବିକାଶ ପଥରେ ଆଗେଇ ନେବା ପାଇଁ ଗରିବ କଲ୍ୟାଣ ପ୍ୟାକେଜ ସହ ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହି ପ୍ୟାକେଜ ଦେଶର ଅଭିବୃଦ୍ଧି ହାର ତଥା ଜିଡିପିର ୧୦ ପ୍ରତିଶତ ଏବଂ ଏଭଳି କୋରୋନା ରିଲିଫ ପ୍ୟାକେଜ୍ ଘୋଷଣା କରିବାରେ ଭାରତ ତୃତୀୟ ଦେଶ ବୋଲି ଦାବି କରୁଛି ଦଳ ।

ମୋଦି ସରକାରରେ ବିଗତ ୬ ବର୍ଷରେ କୃଷି କ୍ଷେତ୍ରରେ ଅନେକ ସଂସ୍କାର ଆଣିଛନ୍ତି । ଦେଶରେ କୃଷି ଆଧାରିତ ବଜାରର ବ୍ୟବସ୍ଥା ତିଆରି କରିବା ପାଇଁ ୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମହାମାରୀର ଏହି ଘଡିସନ୍ଧି ମୁହୂର୍ତ୍ତରେ ଚାଷ କର୍ଯ୍ୟକୁ ସ୍ବୀକୃତି ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଓଡିଶାର ୪୦ ଲକ୍ଷ ଚାଷୀ ପରିବାରକୁ କୃଷକ ସମ୍ମାନ ନିଧି ଯୋଜନାରେ ମାସିକ ୨ ହଜାର ଟଙ୍କା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଦେଇଛନ୍ତି । ପରିସ୍ଥିତିକୁ ଦେଖି ପ୍ରବାସୀ ଶ୍ରମିକଙ୍କୁ କାମ ଦେବା ପାଇଁ ପ୍ରଧାନମନ୍ତ୍ରୀ ୫୦ ହଜାର କୋଟି ଟଙ୍କାର ବ୍ୟୟ ବରାଦରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ଦେଶର ୧୧୬ ଗ୍ରାମୀଣ ଜିଲ୍ଲାରେ ପ୍ରବାସୀ ଶ୍ରମିକମାନେ ୨୫ଟି ଭିନ୍ନଭିନ୍ନ କାର୍ଯ୍ୟକ୍ରମରେ କାମ ପାଇପାରିବେ । ଏହି ଅଭିଯାନ ମାଧ୍ୟମରେ ଓଡିଶାର ସର୍ବାଧିକ ପ୍ରବାସୀ ରହୁଥିବା ୪ଟି ଜିଲ୍ଲା ଗଞ୍ଜାମ, ବାଲେଶ୍ବର, ଭଦ୍ରକ, ବଲାଙ୍ଗୀରର ଶ୍ରମିକମାନେ ଲାଭ ପାଇପାରିବେ ।

ରାଜ୍ୟବାସୀ ଲୋକସଭା ନିର୍ବାଚନରେ ବିଜେପି ୩୮.୪% ଭୋଟ ଦୋଇଥିଲେ । ନିର୍ବାଚନରେ ୮ ଜଣ ଲୋକସଭା ସାଂସଦଙ୍କୁ ବିଜୟୀ କରି ପ୍ରଧାନମନ୍ତ୍ରୀଙ୍କ ହାତମୁଠାଙ୍କୁ ଟାଣ କରିଥିଲେ । କର୍ମୀଙ୍କ କାନରେ ଏହି ମନ୍ତ୍ର ଫୁଙ୍କିବାକୁ ଚେଷ୍ଟା କରିଛି ଦଳ । ଲଗାତର ଭାବେ ଟେକ୍ନୋଲୋଜିର ବହୁଳ ବ୍ୟବହାର କରି ଦଳ ସବୁ ଶ୍ରେୟ ନେଉଛି ।

ଅନ୍ୟପକ୍ଷେ କଂଗ୍ରେସ ବି କୌଣସି ପଛଘୁଞ୍ଚା ଦେଉନାହିଁ । ଦଳ ମଧ୍ୟ ସୋସିଆଲ ମିଡ଼ିଆକୁ ଅସ୍ତ୍ର ଭାବରେ ବ୍ୟବହାର କରିଛି । ତେବେ ଏହି କ୍ରମରେ ଶାସକ ଦଳ ବିଜେଡି ଟିକେ ପଛରେ ପଡିଯାଇଛି । ସବୁ ଦିଗକୁ ଯଦି ଦୃଷ୍ଟିରେ ରଖାଯାଏ, ତାହାଲେ ଟେକ୍ନୋଲୋଜି ସହ ଲୋକଙ୍କୁ ଯୋଡିବାରେ ବିଜେପି ସବୁଠୁ ଆଗରେ ରହିଥିବା ନଜର ଆସୁଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.