ETV Bharat / city

'ଦିବ୍ୟ ଶଙ୍କର ମିଶ୍ର ଯୁଆଡେ ଯିବେ ସେଠି କଳା ପତାକା ପ୍ରଦର୍ଶନ କରିବୁ'

author img

By

Published : Nov 4, 2021, 1:03 PM IST

ବହୁ ଚର୍ଚ୍ଚିତ ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନିରବତାକୁ ନେଇ ପୁଣି ପ୍ରଶ୍ନ କଲା ବିଜେପି ଯୁବ ମୋର୍ଚ୍ଚା । ଯେପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ଚେତାବନୀ । ଅଧିକ ପଢନ୍ତୁ...

'ଦିବ୍ୟ ଶଙ୍କର ମିଶ୍ର ଯେଉଁଆଡେ ଯିବେ ସେଠାରେ କଳା ପତାକା ପ୍ରଦର୍ଶନ କରିବୁ'

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନିରବତାକୁ ନେଇ ପୁଣି ପ୍ରଶ୍ନ କଲା ବିଜେପି ଯୁବ ମୋର୍ଚ୍ଚା । ମୁଖ୍ୟମନ୍ତ୍ରୀ ଏ ଘଟଣାରେ କାହିଁକି ନିରବ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଯୁବ ବିଜେପି ସଭାପତି ଇରାଶିଷ ଆଚାର୍ଯ୍ୟ ।

ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ବାରମ୍ବାର ଅଭିଯୋଗ କରୁଛନ୍ତି ବିରୋଧୀ । ବିରୋଧୀ ଯୁବ ମୋର୍ଚ୍ଚା ମଧ୍ୟ ସମାନ ଅଭିଯୋଗ କରି ଯେଉଁ ସ୍ଥାନକୁ ମନ୍ତ୍ରୀ ଯିବେ ସେ ସ୍ଥାନରେ କଳା ପତାକା ପ୍ରଦର୍ଶନ କରିବ ବୋଲି କହିଛି । ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ମଧ୍ୟ ବିଜେପି ମୋର୍ଚ୍ଚା ବିରୋଧ କରିବ ବୋଲି କହିଛନ୍ତି ।

ଯେପର୍ଯ୍ୟନ୍ତ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯାଇନାହିଁ, ଯୁବ ମୋର୍ଚ୍ଚା ଆନ୍ଦୋଳନକୁ ତୀବ୍ରତର ଓ ଶାଣିତ କରିବ ବୋଲି ଇରାଶିଷ ଆଚାର୍ଯ୍ୟ କହିଛନ୍ତି । ଏଥିସହ ମମିତାଙ୍କ ଆତ୍ମାର ଶାନ୍ତି ପାଇଁ ଦୀପାବଳିରେ ଦୀପ ଦାନ କରିବାକୁ ଯୁବ ମୋର୍ଚ୍ଚା ଅନୁରୋଧ କରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.