ଭୁବନେଶ୍ବର: ବିଜେପିକୁ ଦୁଇ ନମ୍ବରରୁ ଏକ ନମ୍ବର ଦଳ କରିବା ପାଇଁ ହେଲେ ଅଧିକ ପରିଶ୍ରମ କରିବାକୁ ପଡିବ । ସଙ୍ଗଠନକୁ ଆହୁରି ମଜବୁତ କରିବା ପାଇଁ ପଡିବ । ଯେମିତି ଆମେ ତିନି ନମ୍ବରରୁ ଦୁଇ ନମ୍ବର ହେଲୁ ସେମିତି ଆମେ ଦୁଇ ନମ୍ବରରୁ ଏକ ନମ୍ବର ହେବୁ । 'ଅମିତ ଶାହ ଓ ବିଜେପିର ଯାତ୍ରା' ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି ମନ୍ତବ୍ୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର କହିଛନ୍ତି ଯେ, " ଅମିତ ଶାହ ଦେଶର ଜଣେ ବଳିଷ୍ଠ ରାଜନୈତିକ ବ୍ୟକ୍ତିତ୍ଵ । ଦେଶର ଆଦରଣୀୟ ଗୃହମନ୍ତ୍ରୀ, ବିଜେପିର ରାଷ୍ଟ୍ରୀୟ ସଭାପତି ଦାୟୀତ୍ଵରେ ଥିବା ବେଳେ ଓଡିଶାର ସଙ୍ଗଠନାତ୍ମକ ଶକ୍ତି ବୃଦ୍ଧି ସେହି ସମୟରେ ହୋଇଥିଲା । ଭାରତୀୟ ଜନତା ପାର୍ଟି ୩ ନମ୍ବରରୁ ୨ ନମ୍ବର ଦଳ ହୋଇଥିଲା । ଏକ ବଡ ରାଜନୈତିକ ଶକ୍ତି ଭାବେ ଛିଡା ହୋଇଥିଲା । ଆମେ ନିଜ ଗୋଡରେ ୮ଟି ଲୋକସଭା ଏବଂ ବିରୋଧୀ ଦଳ ଭାବେ ସ୍ଵୀକୃତି ପ୍ରାପ୍ତ ନେତୃତ୍ଵର ଦାୟୀତ୍ଵ ମଧ୍ୟ ବିଜେପିକୁ ମିଳିଥିଲା । ତେଣୁ ଅମିତ ଶାହଙ୍କର ଯେଉଁ ରଣନୀତି ଥିଲା, ସେ ସମ୍ପର୍କରେ ବହି ଅଛି ।"
ସେ ଆହୁରି କହିଛନ୍ତି ଯେ "ଆଜି ଅମିତ ଶାହଙ୍କ ସ୍ପଷ୍ଟତା, ଦୃଢ ନିଷ୍ପତ୍ତି, ରାଜନୈତିକ ଇଛା ଶକ୍ତି କାରଣରୁ ଦେଶର ଆନ୍ତରିକ ସୁରକ୍ଷା, ଦେଶର ଏକତା, ଏଗୁଡିକ ଆଜି ନୂଆ ଦିଗକୁ ଯାଉଛି । ଏ ସବୁ ବିଷୟରେ ଓଡିଶାରେ ଅଧିକ ଚର୍ଚ୍ଚା ହେଉ, ବିଜେପିର କର୍ମକର୍ତ୍ତା ମାନେ ଏହାକୁ ଅଧିକ ଅଧ୍ୟୟନ କରନ୍ତୁ । ଓଡିଆ ସମାଜ ଏହାକୁ ଜାଣୁ । ଓଡିଆ ଭାଷା, ଓଡିଶାର ଇତିହାସ, ଓଡିଶାର ଗୌରବ ସମ୍ପର୍କରେ ଏବଂ ବିଶେଷ କରି ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଅମିତ ଶାହଙ୍କର ବହୁତ ସମର୍ପଣ ଅଛି । ଏ କଥା ଗୁଡିକ ମଧ୍ୟ ଓଡିଆ ସମାଜ ନିକଟରେ ପହଞ୍ଚୁ । ଏହା ହିଁ ଏ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ।"
ତେବେ ବିଜେପିକୁ ଦୁଇ ନମ୍ବରରୁ ୧ ନମ୍ବର ଦଳ କରିବା ପାଇଁ ହେଲେ ଅଧିକ ପରିଶ୍ରମ କରିବାକୁ ପଡିବ । ସଙ୍ଗଠନକୁ ଆହୁରି ମଜବୁତ କରିବା ପାଇଁ ପଡିବ । ଯେମିତି ଆମେ ତିନି ନମ୍ବରରୁ ଦୁଇ ନମ୍ବର ହେଲୁ ସେମିତି ଆମେ ଦୁଇ ନମ୍ବରରୁ ଏକ ନମ୍ବର ହେବୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।
ଇଟିଭି ଭାରତ, ଭୁବନେଶ୍ବର