ETV Bharat / city

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ କରୁଛି ବିଜେପି, ନିଆଯାଉଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି - ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ବୈଠକ

ପଞ୍ଚାୟତ ନିର୍ବାଚନ ନେଇ ଘନଘନ ବୈଠକ କରୁଛି ବିଜେପି । ସୋମବାର ମଧ୍ୟ ବିଜେପି ରାଜ୍ଯ କାର୍ଯ୍ଯାଳୟରେ ସମସ୍ତ ସାଂସଦ ଓ ବିଧାୟକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

bjp took important decisions having many meeting for panchayat election
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ କରୁଛି ବେଜିପି, ନିଆଯାଉଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
author img

By

Published : Dec 27, 2021, 8:10 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ଘନଘନ ବୈଠକ କରୁଛି ବିଜେପି । ସୋମବାର ମଧ୍ୟ ବିଜେପି ରାଜ୍ଯ କାର୍ଯ୍ଯାଳୟରେ ସମସ୍ତ ସାଂସଦ ଓ ବିଧାୟକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଆଗାମୀ ଦିନରେ ଦଳକୁ ଆହୁରି ମଜବୁତ କରାଯିବ । ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ ଇସ୍ତାହାର ପ୍ରସ୍ତୁତ ହେବ । ତା ସହିତ ତୃଣମୂଳସ୍ତରରେ ନିର୍ବାଚନ ପରିଚାଳନା କମିଟି ହେବ । ଏଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରିଛି ବିଜେପି ।

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ କରୁଛି ବେଜିପି, ନିଆଯାଉଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଆଗାମୀ ନିର୍ବାଚନରେ ବିଜେପି ବିଜୟୀ ଲାଭ କରିବ ବୋଲି ଆଶା ବାନ୍ଧିଛନ୍ତି ବିଜେପି ନେତାଏ । ୨୦୧୭ ପଞ୍ଚାୟତ ନିର୍ବାଚନ ବିଜେପିର ବିଧାୟକ ଓ ସାଂସଦ ସଂଖ୍ୟା କମ୍‌ ଥାଇ ଦଳ ଭଲ ପ୍ରଦର୍ଶନ କରିଥିଲା । ତେବେ ୨୦୧୭ ଅପେକ୍ଷା ଏବେ ଦଳ ପାଖରେ ଅଧିକ ସାଂସଦ ଓ ବିଧାୟକ ରହିଛନ୍ତି । ଏଥିପାଇଁ ନିର୍ବାଚନରେ ବିଜେଡିକୁ ବିଜେପି ପରାଜିତ ହେବ ବୋଲି କହିଛନ୍ତି ସାଂସଦ ସୁରେଶ ପୂଜାରୀ । ପଞ୍ଚାୟତ ନିର୍ବାଚନରେ କିଏ ଲଢ଼ିବ ? କିଏ ପ୍ରଚାର କରିବ ? ଆଉ କିଏ ପରିଚାଳନା କରିବ ? ସେନେଇ ଆଲୋଚନା ଆଜିର ବିଜେପି ବୈଠକରେ ଆଲୋଚନା ହୋଇଛି ।

ସେହିପରି ପୋଷ୍ଟର ବ୍ୟାନର କିଭଳି ହେବ ସେନେଇ ମଧ୍ୟ ଆଲୋଚନା କରାଯାଇଛି । ସୁନ୍ଦର ବିନମ୍ର ଭାବରେ ଲଢ଼ିବ ବିଜେପି । ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ବିଜେପି ଗାଁକୁ ଗାଁକୁ ଯିବ। ଡୋର ଟୁ ଡୋର କ୍ୟାମ୍ପେନିଂ କରିବ । ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟାକୁ ପଚାରିବୁଝିବା ହେଉଛି ବିଜେପିର ମୂଳ ଉଦ୍ଦେଶ୍ୟ । ରାଜ୍ୟରେ ଦାରିଦ୍ର୍ୟତା ବଢି଼ବାରେ ଲାଗିଛି । ରାଜ୍ୟରେ ମହିଳାଙ୍କୁ ସଶକ୍ତ ଓ ସୁରକ୍ଷିତ କିଭଳି ରଖାଯିବ ସେନେଇ ଆଲୋଚନା ହୋଇଛି । ଏହାକୁ ନେଇ ସୂଚନା ଦେଇଛି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.