ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇସାରିଛି । ଦଳର ନିର୍ଦ୍ଦେଶ ମାନି କାମ କରିବାକୁ ପଡିବ । ବ୍ରଜରାଜନଗରରେ ବିଗତ ଦିନରେ ବିଜେପିର ଥିଲା । ଗତଥର ଭଲ ଭୋଟ ଆମେ ପାଇଥିଲୁ, ଏଥର ମଧ୍ୟ ଭଲ ପ୍ରଦର୍ଶନ କରିବୁ ବୋଲି କହିଛନ୍ତି ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇ ।
ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରେସମିଟ କରି ବିଧାୟକ ଭବାନୀ କହିଛନ୍ତି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ପ୍ରଚାର ପାଇଁ ଆସିବେ । ଏହାବାଦ ଦଳର ସମସ୍ତ ବରିଷ୍ଠ ନେତା, ବିଧାୟକ, ସାଂସଦ ମାନଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଛି । ବ୍ରଜରାଜନଗର ଉପନିର୍ବାଚନରେ ଭଲ ଫାଇଟ ହେବ । ପ୍ରଧାନମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟକ୍ରମକୁ ନେଇ ଆମେ ଭୋଟ ମାଗିବୁ । ବ୍ରଜାରାଜନଗରବାସୀ ଆମକୁ ସମର୍ଥନ ଦେବେ ବୋଲି ଆଶା ଅଛି ବୋଲି କହିଛନ୍ତି ବିଧାୟକ ଭବାନୀ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ