ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲା ବିଜେପି ପ୍ରିତିନିଧି ଦଳ । ପୋଲିସ ମାଡରେ ଆହତ ଦଳୀୟ କର୍ମୀଙ୍କୁ ସାକ୍ଷାତ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛି ବିଜେପି ଟିମ ।
ବିଜେପି ଟିମରେ ମୁଖ୍ୟ ସଚେତକ ମୋହନ ମାଝୀ, ମୁକେଶ ମହାଲିଙ୍ଗ, ନାଉରୀ ନାୟକ, ଲେଖାଶ୍ରୀସାମନ୍ତ ସିଂହାର, ଠାକୁର ରଞ୍ଜନ ଦାସ, ପ୍ରଶାନ୍ତ ନାୟକ ପ୍ରମୁଖ ମେଡିକାଲ ଗସ୍ତ କରି ଆହତଙ୍କୁ ସାକ୍ଷାତ କରିଛନ୍ତି ।

ଯେଉଁ ସମୟରେ ଶାସନ ଦଳ ଆନ୍ଦୋଳନକୁ ଓହ୍ଲାଉଛି, ସେ ସମୟରେ ପୋଲିସ ପକ୍ଷରୁ ଏଭଳି କିଛି କାର୍ଯ୍ୟନୁଷ୍ଠାନ ଦେଖିବାକୁ ମିଳୁନାହିଁ, କିନ୍ତୁ ଯେତେବେଳେ ବିରୋଧୀ ଦଳ କୌଣସି ପ୍ରସଙ୍ଗ ନେଇ ରାଜରାସ୍ତାକୁ ଓହ୍ଲାଉଛି ସେତେବେଳେ ପୋଲିସ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏଭଳି ଲାଠିମାଡ ଓ ପଥର ମାଡ଼ କରିଛି ବୋଲି ଅଭିଯୋଗ କରିବା ସହ ଏହା ଦୁର୍ଭାଗ୍ୟର କଥା କହି ନିନ୍ଦା କରିଛି ଦଳ ।
ଏହା ମଧ୍ୟ ପଢନ୍ତୁ:-BJP Rally on Mamita Murder Case: ଧସ୍ତାଧସ୍ତି ପରେ ପୋଲିସର ଲାଠିଚାର୍ଜ
ସେହିପରି ଏହି ପ୍ରସଙ୍ଗ, ଆସନ୍ତାକାଲି ବିଧାନସଭାରେ ଉଠାଯିବ ଓ ମୁଖ୍ୟମନ୍ତ୍ରୀ ଏହା ଉପରେ ନିଜର ପ୍ରତିକ୍ରିୟା ରଖିବାପାଇଁ ଦାବି କରାଯିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି । ଯେ ପର୍ଯ୍ୟନ୍ତ ମମିତାକୁ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ ଗୃହ ଭିତରେ ଓ ବାହାରେ ଲଢେଇ ଜାରି ରଖାଯିବ ବୋଲି କହିବା ଆଜିର ଏହି ଘଟଣାକୁ ନିନ୍ଦା କରିଛି ଦଳ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ