ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ ଜୋର ଧରିଲା ରାଜନୀତି । କିଏ ଅଧିକ ଚିନ୍ତିତ ଏବଂ କାହାର ଅଧିକ ଚିନ୍ତା । ଗୁଜବ ଖବରକୁ ନେଇ ଜୋର ଧରିଲା ରାଜନୀତି । ଗଣତନ୍ତ୍ରରେ ଏଭଳି ଏକ ସମ୍ଵେଦନଶୀଳ ଘଟଣାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।
ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି ଯେବେ, ଗୁଜବ ହୁଏ ବିଜେଡି ଭଲ ପ୍ରଦର୍ଶନ କରିଥାଏ । ତେବେ ଭଲ ପ୍ରଦର୍ଶନ ପାଇଁ ଏବଂ ପ୍ରତିଦ୍ବନ୍ଦୀଙ୍କୁ ହଟାଇବା ପାଇଁ ନିଜେ ଏହି ଗୁଜବ ସୄଷ୍ଟି କରୁଛନ୍ତି କି ? ଡାହାଣୀ ହୋଇ ଲାଗିବା, ଗୁଣିଆ ହୋଇ ଝାଡ଼ିବା ବିଜେଡିର କାର୍ଯ୍ୟ ବୋଲି ବିଜେପି ଅଭିଯୋଗ କରିଛି ।
କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, କିଏ ଏଭଳି ଗୁଜବ କରୁଛି, ଜଣେ ସାଂସଦଙ୍କ ନାଁ ଉଠୁଛି ତା'ର ତଦନ୍ତ ହେବା ଦରକାର । ନିଜ ପାଖରେ ଗୄହ ବିଭାଗ ରହିଛି ତେଣୁ ଗୁଜବକାରୀଙ୍କୁ ଖୋଜି ବାହାର କରାଯାଉ । ସେପଟେ ବିଜେଡି ଏହାର ଜବାବ ରଖି କହିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗୁଜବ ସୃଷ୍ଟି, ଏକ ନୀଚ ଧରଣର କାର୍ଯ୍ୟ । ପରବର୍ତ୍ତୀ ସମୟରେ ନିର୍ବାଚନ ଫଳାଫଳ କଣ ହେବ, ଓଡ଼ିଶାବାସୀ ତା'ର ଜବାବ ଦେବେ । ଗତଥର ଅପେକ୍ଷା ବିଜେଡି ବହୁତ ଭଲ କରିବ ବୋଲି ବିଜେଡି ନେତା ଅମର ଶତପଥୀ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ