ETV Bharat / city

ବିପର୍ଯ୍ୟୟ ପରିଚାଳନା ବିଭାଗ ଏବେ ବିପର୍ଯ୍ୟସ୍ତ: ବିଜେପି - ରାଜ୍ୟ ସରକାର ଉପରେ ବର୍ଷିଲେ ବିଜେପି

ୟସ ବାତ୍ୟା ମୁକାବିଲା ଓ ପରବର୍ତ୍ତୀ ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ମନମୋହନ ସାମଲ । ସାଧାରଣ ଲୋକଙ୍କ ପାଖରେ 9 ଦିନ ବୁଲିବା ସହ ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମନମୋହନ । ଅଧିକ ପଢନ୍ତୁ...

ବିପର୍ଯ୍ୟୟ ପରିଚାଳନା ବିଭାଗ ଏବେ ବିପର୍ଯ୍ୟସ୍ତ: ବିଜେପି

author img

By

Published : Jun 3, 2021, 7:07 PM IST

ଭୁବନେଶ୍ବର: ୟସ ବାତ୍ୟା ମୁକାବିଲା ଓ ପରବର୍ତ୍ତୀ ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ମନମୋହନ ସାମଲ । ସାଧାରଣ ଲୋକଙ୍କ ପାଖରେ 9 ଦିନ ବୁଲିବା ସହ ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମନମୋହନ ।

ବିପର୍ଯ୍ୟୟ ପରିଚାଳନା ବିଭାଗ ଏବେ ବିପର୍ଯ୍ୟସ୍ତ: ବିଜେପି

ବାତ୍ୟା ପୂର୍ବରୁ ସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ । ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପ୍ରାକ ପ୍ରସ୍ତୁତି କରିନଥିଲା । 2008ରେ ବିଧାନସଭାରେ ଗୃହ କମିଟି ରିପୋର୍ଟ ଦେଇଥିଲେ । ହେଲେ ରାଜ୍ୟ ସରକାର ସେହି ପ୍ରସ୍ତାବ ଦିଗରେ କୌଣସି ପଦକ୍ଷେପ ନେଲେ ନାହିଁ । ସ୍ୱିଇସ ଗେଟ ଦ୍ୱାରା ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଗଲା ନାହିଁ । ଫଳରେ ତଳିଆ ଲୋକ ହୀନସ୍ତା ହେଉଛନ୍ତି । ବାତ୍ୟା ପରେ ଏବେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଲୋକ ପାଣି ଘେରରେ ଅଛନ୍ତି ।

ରାଜ୍ୟର କୌଣସି ଗୋଦାମରେ ଚାଉଳ, ଗହମ ଆଦି ଖାଦ୍ୟ ସାମଗ୍ରୀ ନଥିଲା । ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଚାଉଳ ମଧ୍ୟ ନଥିଲା । କିରୋସିନ ମଧ୍ୟ ନଥିଲା । ବାତ୍ୟା ଆଶ୍ରୟସ୍ଥଳୀ ମରାମତି କରାଯାଉ ନାହିଁ । ସେଠାରେ ଚୁଡା ଓ ରନ୍ଧା ଖାଦ୍ୟ ମଧ୍ୟ ଦିଆଯାଇପାରିଲା ନାହିଁ । ରିଲିଫ ସାମଗ୍ରୀ ବଣ୍ଟନରେ କାଣ୍ଟଛାଣ୍ଟ କରାଯାଉଛି । ଗୋଖାଦ୍ୟ ମଧ୍ୟ ଦିଆଯାଇନାହିଁ । ଜଳସମ୍ପଦ ବିଭାଗ, ଡ୍ରେନେଜ ବିଭାଗ କାର୍ଯ୍ୟ କଲେ ନାହିଁ ।

ସ୍ଥାନାନ୍ତର ହୋଇଥିବା ଲୋକଙ୍କ ସଂଖ୍ୟାକୁ 50 ହୋଇଥିଲେ 300 ଲେଖାଯାଇଛି । ବିଦ୍ୟୁତ ସଂଯୋଗ ଏବେ ଯାଏଁ ଅନେକ ସ୍ଥାନରେ ହୋଇପାରି ନାହିଁ । ଏ ପର୍ଯ୍ୟନ୍ତ ଘର ଭଙ୍ଗା ତଦନ୍ତ ଆରମ୍ଭ ହୋଇପାରିଲା ନାହିଁ । ଆରଆଇ ମଧ୍ୟ ପହଞ୍ଚିନାହାନ୍ତି । ରାସ୍ତା ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ହୋଇନାହିଁ । ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ମନମୋହନ ଦାବି କରିଛନ୍ତି ।

ବିଜେପିର ଦାବି...

1. ପ୍ରଧାନମନ୍ତ୍ରୀ 8 ଲକ୍ଷରୁ ଊର୍ଦ୍ଧ୍ବ ପକ୍କାଘର ଘୋଷଣା କରିଛନ୍ତି । ବାତ୍ୟାଞ୍ଚଳ ଗୁଡ଼ିକରେ ସମସ୍ତ କଚ୍ଚାଘରକୁ ପକ୍କାଘରରେ ପରିଣତ କରନ୍ତୁ ।
2. ଫସଲ ନଷ୍ଟ ବାବଦକୁ ତୁରନ୍ତ ରାଜ୍ୟ ସରକାର କ୍ଷତିପୂରଣ ଦିଅନ୍ତୁ ।
3. ଘରଭଙ୍ଗା ଟଙ୍କା 14 ଦିନ ଭିତରେ ଦିଅନ୍ତୁ ।
4. 2008ର ଗୃହ କମିଟି ରିପୋର୍ଟ ଆଧାରରେ ସ୍ୱିସ ଗେଟ ଓ ନାଳ ପୁନରୁଦ୍ଧାର ତଥା ନିର୍ମାଣ କରନ୍ତୁ ।
5. ବାତ୍ୟା ଅଞ୍ଚଳରେ କୃଷକଙ୍କ ପାଇଁ ଋଣ ଛାଡ ଏବଂ ଅଗ୍ରୀମ ଋଣ ଦିଅନ୍ତୁ ।
6. ଚିଙ୍ଗୁଡି ଚାଷୀଙ୍କୁ କ୍ଷତିପୂରଣ ।
7. ନୀଳଗିରି ଜଙ୍ଗଲରେ ଉପୁଡିଥିବା ଗଛ ଗୁଡିକୁ ରାସ୍ତା ଉପରୁ ସଫା କରନ୍ତୁ ।
ଏସବୁ କାର୍ଯ୍ୟ ରାଜ୍ୟ ସରକାର କେତେ ଦିନ ଭିତରେ ସାରିବେ ନିର୍ଦ୍ଦିଷ୍ଟ ତାରିଖ ଦିଅନ୍ତୁ । 2019 ମସିହା ବାତ୍ୟାର ପଇସା, 2020 ମସିହା ବାତ୍ୟାର ପଇସା ଏବେ ଯାଏଁ ଲୋକଙ୍କୁ ମିଳିନାହିଁ । 2021 ବାତ୍ୟାର ପଇସା ଲୋକଙ୍କୁ ସରକାର କେବେ ଦେବେ ସ୍ପଷ୍ଟୀକରଣ ଦିଅନ୍ତୁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.