ETV Bharat / city

ବିଜେପିକୁ ମଜବୁତ କରିବାକୁ ପ୍ରୟାସ, ଜିଲ୍ଲା ସଭାପତିଙ୍କ ସହ ପ୍ରଭାରୀଙ୍କ ଆଲୋଚନା - ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେପିକୁ ମଜବୁତ କରିବାକୁ ଜିଲ୍ଲା ସଭାପତିଙ୍କ ସହ ପ୍ରଭାରୀଙ୍କ ଆଲୋଚନା । ଅଧିକ ପଢନ୍ତୁ...

ଜିଲ୍ଲା ସଭାପତି
ଜିଲ୍ଲା ସଭାପତି
author img

By

Published : Dec 11, 2020, 12:42 PM IST

ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । 36 ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ସହ ଆଲୋଚନା କରିବେ ପ୍ରଭାରୀ ଡି ପୁରନ୍ଦେଶ୍ବରୀ । ବୁଥ ସ୍ତରରେ ଦଳକୁ ମଜବୁତ କରିବା ନେଇ ପୂରନ୍ଦେଶ୍ବରୀ ଦେବେ ମନ୍ତ୍ର ।

ଜିଲ୍ଲା ସଭାପତିଙ୍କ ସହ ପ୍ରଭାରୀଙ୍କ ଆଲୋଚନା
ଜିଲ୍ଲା ସଭାପତିଙ୍କ ସହ ପ୍ରଭାରୀଙ୍କ ଆଲୋଚନା

ସମସ୍ତ ଜିଲ୍ଲା ସଭାପତିଙ୍କ ସହିତ ପ୍ରଭାରୀ, ପଦାଧିକାର, ବିଧାୟକ, ସାଂସଦ ଏବଂ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସହ ହେବ ବୈଠକ । ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ନେଇ ପ୍ରସ୍ତୁତ ହେବ ରଣନୀତି । 4ଟି ପର୍ଯ୍ୟାୟରେ ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ କରିବେ ବୈଠକ । ଆଜି ଦିନ ତମାମ ରାଜ୍ୟ କାର୍ଯ୍ୟାଳୟରେ ଚାଲିବ ବୈଠକ ।

ଜିଲ୍ଲା ସଭାପତିଙ୍କ ସହ ପ୍ରଭାରୀଙ୍କ ଆଲୋଚନା
ଜିଲ୍ଲା ସଭାପତିଙ୍କ ସହ ପ୍ରଭାରୀଙ୍କ ଆଲୋଚନା

ସୂଚନାଥାଉକି, ରାଜ୍ୟ ବିଜେପି ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଡି ପୁରନ୍ଦେଶ୍ବରୀଙ୍କ ଏହା ପ୍ରଥମ ଓଡିଶା ଗସ୍ତ । ତିନିଦିନିଆ ଗସ୍ତରେ ଆସିଥିବା ପୁରନ୍ଦେଶ୍ବରୀ ପ୍ରଥମ ଦିନରେ ପରୀ ପରିବାରକୁ ଭେଟିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ । ପରେ ଆଜି ସେ ଦଳର ପଦାଧିକାରଙ୍କୁ ଭେଟୁଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.