ଭୁବନେଶ୍ବର: ମାର୍ଚ୍ଚ 6 ତାରିଖରେ ବିଜେପିର ରାଜ୍ୟ ପଦାଧିକାରୀ ବୈଠକ । 7 ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହେବ । ଏ ନେଇ ରାଜ୍ୟ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ଭୁବନେଶ୍ବରରେ 7 ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ବରୀ ଏବଂ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର ପ୍ରମୁଖଙ୍କ ସମେତ ଦଳର ନେତା ମାନେ ବୈଠକରେ ଯୋଗଦେବେ । ଆଗାମୀ ଦିନ ବିଜେପି ପାଇଁ ରାଜନୈତିକ କାର୍ଯ୍ୟକଳାପର ଚିଠା ପ୍ରସ୍ତାବ ଆଗତ କରିବ । ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ କରିବା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ସୀମା ବିବାଦ ଭଳି ମୁଖ୍ୟ ପ୍ରସଙ୍ଗ ବୈଠକରେ ଆଲୋଚନା ହେବ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ