ETV Bharat / city

ରାଜ୍ୟରେ ମରୁଡି ସ୍ଥିତି ନେଇ ସରକାରଙ୍କ ଉପରେ ବର୍ଷିଲା BJP - ସାମ୍ବାଦିକ ସମ୍ମିଳନୀ

ନିଅଣ୍ଟିଆ ବର୍ଷା ଯୋଗୁଁ ରାଜ୍ୟରେ ମରୁ଼ଡି ସ୍ଥିତି ଉପୁଜିଛି ଯାହାକୁ ନେଇ ବିଜେପି ଟାର୍ଗେଟରେ ରାଜ୍ୟ ସରକାର । ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ମରୁଡି ସ୍ଥିତି ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି

author img

By

Published : Aug 23, 2021, 2:39 PM IST

ଭୁବନେଶ୍ବର: ରାଜ୍ୟରେ ମରୁ଼ଡି ସ୍ଥିତି ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେପି । ନିଅଣ୍ଟିଆ ବର୍ଷା ଯୋଗୁଁ ରାଜ୍ୟରେ ମରୁ଼ଡି ସ୍ଥିତି ଉପୁଜିଛି ଯାହାକୁ ନେଇ ବିଜେପି ଟାର୍ଗେଟରେ ରାଜ୍ୟ ସରକାର । ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ନିଅଣ୍ଟିଆ ବର୍ଷା ଯୋଗୁଁ ରାଜ୍ୟରେ ପ୍ରାୟ ୨୫ ଜିଲ୍ଲାରେ ମରୁଡି ସ୍ଥିତି ଉପୁଜିଛି । ଯାହାକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇଛି । ଚାଷ କାମ କିପରି ଆଗେଇବ ତାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ଏନେଇ ଆସନ୍ତାକାଲି(ମଙ୍ଗଳବାର) ରାଜ୍ୟର ବିଭିନ୍ନ ମରୁଡି ପ୍ରବଣ ଜିଲ୍ଲା ଗୁଡିକୁ ଯିବେ ବିଜେପି ପ୍ରତିନିଧି ମଣ୍ଡଳୀ ।ଏଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ୪ଟି ଟିମ ଗଠନ କରାଯାଇଛି ।

ରାଜ୍ୟରେ ମରୁଡି ସ୍ଥିତି ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି

ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ବର ୪ଟି ଟିମ ମରୁଡି ପ୍ରବଣ ରାଜ୍ୟ ବୁଲିବ । ରାଜ୍ୟ ସରକାର ତୁରନ୍ତ ଟାସ୍କ ଫୋର୍ସ ଗଠନ କରନ୍ତୁ, ଯେଉଁ ଜମିକୁ ପାଣି ଯାଇପାରିବ, ତୁରନ୍ତ ଚାଷୀଙ୍କୁ ପାଣି ଯୋଗାଇ ଦିଅନ୍ତୁ, ସଚିବମାନଙ୍କୁ ପଠାଇ ତୁରନ୍ତ ସମୀକ୍ଷା କରି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଆଜି(ସୋମବାର) ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଜଳସେଚନ ପ୍ରକଳ୍ପ ଘୋଷଣା କରିଥିଲେ ତାର କେତେ କାର୍ଯ୍ୟକାରୀ ହେଉଛି ତାହା ରାଜ୍ୟ ସରକାର ଜାଣିବା ଦରକାର ବୋଲି କହିଛନ୍ତି ବିଜେପି ସଭାପତି । ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକ କହିଛନ୍ତି ସମୀର ମହାନ୍ତି । ପ୍ରକାଶ ଥାଉକି, ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁଁ ରାଜ୍ୟର ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି । ବୈଠକରେ ସମସ୍ତ ବିଭାଗର ସଚିବ ଓ ଜିଲ୍ଲାପାଳ ଓ SRC ପ୍ରଦୀପ ଜେନା ଉପସ୍ଥିତ ରହିବେ ।

ଭୁବନେଶ୍ବରରୁ ସଞୀବ କୁମାର ରାୟ ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.