ETV Bharat / city

ପଛୁଆବର୍ଗଙ୍କୁ ପଛକୁ ଠେଲୁଛନ୍ତି ସରକାର, ଅଭିଯୋଗ ଆଣିଲେ OBC ମୋର୍ଚ୍ଚା ସଭାପତି

author img

By

Published : Jan 1, 2022, 4:46 PM IST

ପଛୁଆ ବର୍ଗଙ୍କୁ ସରକାର ପଛକୁ ଠେଲୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି OBC ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ । ଅଧିକ ପଢନ୍ତୁ

ପଛୁଆବର୍ଗଙ୍କୁ ପଛକୁ ଠେଲୁଛନ୍ତି ସରକାର, ଅଭିଯୋଗ ଆଣିଲେ OBC ମୋର୍ଚ୍ଚା ସଭାପତି
ପଛୁଆବର୍ଗଙ୍କୁ ପଛକୁ ଠେଲୁଛନ୍ତି ସରକାର, ଅଭିଯୋଗ ଆଣିଲେ OBC ମୋର୍ଚ୍ଚା ସଭାପତି

ଭୁବନେଶ୍ବର: OBC ବର୍ଗଙ୍କୁ ସଂରକ୍ଷଣରୁ ବଞ୍ଚିତ କରିବା ପ୍ରସଙ୍ଗ । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ । ସରକାର ପଛୁଆ ବର୍ଗଙ୍କୁ ପଛକୁ ଠେଲି ଦେଉଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ସରକାର ତୁରନ୍ତ ଏହି ଦାୟିତ୍ବକୁ ପୂରଣ ନକଲେ ଆବଶ୍ୟକ ପଡ଼ିଲେ ବିଜେପି କୋର୍ଟକୁ ଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଓବିସିଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରୁଛନ୍ତି ସରକାର । ସରକାର ଆଳ ଦେଖାଇ ଖସି ଯିବାକୁ ଚେଷ୍ଟା କରୁଛନ୍ତି । ସଂଖ୍ୟାଧିକ ବର୍ଗଙ୍କ ସ୍ବାର୍ଥ କଥା ଆସିଲାବେଳେ ରାଜ୍ୟ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ପାଇଁ ନିର୍ବାଚନ ଗୁରୁତ୍ବପୂର୍ଣ୍ଣ, ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ଦେବା ନୁହେଁ । ପୂର୍ବ ନିର୍ବାଚନ ଗୁଡ଼ିକରେ ପଛୁଆ ବର୍ଗଙ୍କୁ 27 ପ୍ରତିଶତ ସଂରକ୍ଷଣ ଦିଆଯାଉଥିଲା । ଏବେ କାହିଁକି ଦେଉନାହାନ୍ତି ରାଜ୍ୟ ସରକାର । 54 ପ୍ରତିଶତ ଲୋକଙ୍କ ଅଧିକାର ପାଇଁ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଏହା ବି ପଢନ୍ତୁ: New Year Wish: ମୁଖ୍ୟମନ୍ତ୍ରୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ସମସ୍ତ ସଚିବ

8 ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାପାଳ ଏବଂ ବ୍ଲକ ଅଫିସରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦିଆଯିବ । ପଞ୍ଚାୟତ ସ୍ତରରେ ଦସ୍ତଖତ ଅଭିଯାନ କରାଯିବ । ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ସମସ୍ତ ଦସ୍ତଖତ ଏକାଠି କରି ରାଜ୍ୟପାଳଙ୍କୁ ଦିଆଯିବ । ଏକ ତୃତୀୟାଂଶ ବା 50 ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କର ଦସ୍ତଖତ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ଏହା ରାଜ୍ୟ ସରକାରଙ୍କ ଦାୟିତ୍ବ ବୋଲି ବିଜେପି ଭାବୁଥିଲା । କିନ୍ତୁ ଆବଶ୍ୟକ ପଡ଼ିଲେ ବିଜେପି କୋର୍ଟକୁ ଯିବ ବୋଲି କହିଛନ୍ତି ସେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.