ଭୁବନେଶ୍ବର: ନୂଆବର୍ଷରେ କୋଭିଡ ସଂକ୍ରମଣ ଏଡାଇବା ପାଇଁ ଜାରି ହେଲା ଗାଇଡଲାଇନ । ହେଲେ ସେଥିରେ ହଠାତ ପରିବର୍ତ୍ତନ କଲେ ସ୍ବତନ୍ତ୍ର ରିଲିଫ କମିଶନର । ଏପରି ହଠାତ ପରବିର୍ତ୍ତନ ପରେ ରାଜନୈତିକ ଗନ୍ଧ ବାରିଛି ବିରୋଧୀ ବିଜେପି । ବିଜେଡିର ଦଳୀୟ କାର୍ଯ୍ୟକ୍ରମ ପାଇଁ ଗାଇଡଲାଇନରେ ପରବର୍ତ୍ତନ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଗୋଲକ ।
ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ସମାବେଶ ପାଇଁ ବଦଳିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି ଗୋଲକ । ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି SRC ରଖି ବଡ ଦିନ ଓ ନୂଆବର୍ଷ ପାଇଁ କଟକଣା ଜାରି କରିଥିଲେ । 25 ଡିସେମ୍ବର ବଡ଼ ଦିନ ଠାରୁ ନୂଆବର୍ଷ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଥିଲା । ହେଲେ ପରେ ଏହି କଟକଣା ସମୟ ଅବଧିକୁ ପରିବର୍ତ୍ତନ କରାଯାଇଥିଲା । ତେବେ ଏପରି ସମୟରେ ରାଜନୀତି ଜୋର ଧରିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ