ଭୁବନେଶ୍ବର: ରାଜ୍ୟ ବିଜେପି ପକ୍ଷରୁ ଚାଷୀଙ୍କ ସମସ୍ୟା ନେଇ ବିଭିନ୍ନ ଜିଲ୍ଲାରେ ପ୍ରତିବାଦ କରାଯାଉଛି । ଏହି କ୍ରମରେ ଭୁବନେଶ୍ବରର ଧଉଳି ଛକଠାରେ ବିଜେପି ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ରାଜରାସ୍ତାକୁ ରୋକ କରାଯାଇଛି । ।
ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଜାରି ରହିଛି । ସମବାୟ ବିଭାଗ ଓ ଯୋଗାଣ ବିଭାଗ ସମସ୍ୟାର ସମାଧାନ କରୁନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି । ସାର ଠାରୁ କୀଟନାଶକ ପର୍ଯ୍ୟନ୍ତ କିଛି ଚାଷୀ ପାଖରେ ପହଞ୍ଚୁନି ।
ଟୋକନ ବ୍ୟବସ୍ଥାକୁ ନେଇ ଅନେକ ଅଭିଯୋଗ ଆସୁଛି । ବିଜେପି ଅଭିଯୋଗରେ ଆଜି ରାଜରାସ୍ତା ଘେରାଉ କରିଥିଲେ । ପରେ ସେମାନଙ୍କୁ ଧଉଳି ପୋଲିସ କିଛି ସମୟ ପାଇଁ ଅଟକ ରଖିବା ସହ ରାଜରାସ୍ତାକୁ ଖାଲି କରାଯାଇଛି ।
।
ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ