ETV Bharat / city

ସାରା ରାଜ୍ୟରେ ବିଜେପିର ପ୍ରତିବାଦ: ମମିତାଙ୍କୁ ନ୍ୟାୟ ଦାବିରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

author img

By

Published : Nov 8, 2021, 3:29 PM IST

Updated : Nov 8, 2021, 8:04 PM IST

ସାରା ରାଜ୍ୟରେ ବିଜେପିର ପ୍ରତିବାଦ: ମମିତାଙ୍କୁ ନ୍ୟାୟ ଦାବିରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ସାରା ରାଜ୍ୟରେ ବିଜେପିର ପ୍ରତିବାଦ: ମମିତାଙ୍କୁ ନ୍ୟାୟ ଦାବିରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

19:56 November 08

ବୌଦ୍ଧ ବିଜେପିର ପ୍ରତିବାଦ

ବୌଦ୍ଧ ବିଜେପିର ପ୍ରତିବାଦ

ବୌଦ୍ଧ: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ବିଜେପି ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ବୌଦ୍ଧ ଜିଲ୍ଲାରେ ମଧ୍ୟ ଜିଲ୍ଲା ବିଜେପି ପକ୍ଷରୁ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡକୁ ନେଇ ବିକ୍ଷୋଭ ଧାରଣା ଜାରି ରହିଛି । ହତ୍ୟାକାଣ୍ଡକୁ ମାସେ ବିତିଗଲା ପରେ ମଧ୍ୟ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ।

ଏହା ବିରୋଧରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ବୌଦ୍ଧ ଜିଲ୍ଲାର ତିନି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କଣ୍ଟାମାଳ ବ୍ଲକରେ ବିଧାୟକ ପ୍ରାର୍ଥୀ କହ୍ନାଇ ଚରଣ ଡାଙ୍ଗଙ୍କ ନେତୃତ୍ବରେ ଅନେକ ବିଜେପି କର୍ମୀ ବିକ୍ଷୋଭ ବୌଦ୍ଧ ଠାରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ବରେ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ସେହିପରି ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର କର୍ମୀମାନେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହି ଅବସରରେ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

19:32 November 08

ମୟୂରଭଞ୍ଜରେ ବିଜେପିର ବିକ୍ଷୋଭ

ମୟୂରଭଞ୍ଜରେ ବିଜେପିର ବିକ୍ଷୋଭ

ବାରିପଦା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଶିକ୍ଷୟିତ୍ରୀଙ୍କୁ ନ୍ୟାୟ ଦାବିରେ ଆଜି ବିଜେପି ବିକ୍ଷୋଭ କରିଛି । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକ ସମ୍ମୁଖରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି ।

ଏହି ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗ କରି ମନ୍ତ୍ରୀଙ୍କୁ ବରଖାସ୍ତ ଓ ଗିରଫ ପାଇଁ ଦାବି କରିଛି ବିଜେପି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ କୁଶପୁତ୍ତଳିକା ରାସଗୋବିନ୍ଦପୁର ବ୍ଲକ ସମ୍ମୁଖରେ ଦାହ କରାଯାଇଛି । ପୂର୍ବତନ ବିଜେପି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ ଏହି ବିକ୍ଷୋଭ କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

19:31 November 08

ବାଲେଶ୍ଵର ବିଜେପିର ପ୍ରତିବାଦ

ବାଲେଶ୍ଵର ବିଜେପିର ପ୍ରତିବାଦ

ବାଲେଶ୍ଵର: ବାଲେଶ୍ଵର ସଦର ବ୍ଲକ ସମ୍ମୁଖରେ ସଦର ବିଜେପିର ବିକ୍ଷୋଭ । ମମିତା ମେହେରଙ୍କୁ ନ୍ୟାୟ ଦାବିରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ବରେ ପ୍ରତିବାଦ ସଭା ଓ କୁଶପୁତ୍ତଳିକା ଦାହ କରାଯାଇଛି ।

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ମାସେ ବିତିବାକୁ ବସିଲାଣି । ଏତେ ବଡ ବୀଭତ୍ସ ଘଟଣା ଘଟିବା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ମଉନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି । ମୁଖ୍ୟମନ୍ତ୍ରୀ ନିଜ ଦଳର ଅପରାଧୀ ମନ୍ତ୍ରୀ, ବିଧାୟକ ତଥା ନେତାମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଆଇନକୁ ବାଟବଣା ନକରି ମୁଖ୍ୟମନ୍ତ୍ରୀ ତୁରନ୍ତ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ପାଇଁ ବିଜେପି ଦାବି କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

19:30 November 08

ପୁରୀ ବିଜେପିର ପ୍ରତିବାଦ

ପୁରୀ ବିଜେପିର ପ୍ରତିବାଦ

ପୁରୀ: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ତଥା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ପୁରୀ ବିଜେପି । ମୁଖ୍ୟମନ୍ତ୍ରୀଙ୍କର ନିରବତାକୁ ନେଇ ସାରା ରାଜ୍ୟରେ ଜଳୁଛି ମମିତା ମେହେର ନିଆଁ । ଆଜି ରାଜ୍ୟର 314 ବ୍ଲକରେ ବିଜେପି ପ୍ରତିବାଦ ଡାକରା ଦେଇଥିବାବେଳେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କର କୁଶପୁତ୍ତଳିକା ଦାହ କରିଛି ।  

ଆଇନମନ୍ତ୍ରୀ ଓ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛି ପୁରୀ ଜିଲ୍ଲା ବିଜେପି । ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭଞ୍ଜନ ମହାପାତ୍ର ଓ ଜିଲ୍ଲା ସାଧାରଣ ସମ୍ପାଦକ ଉମାକାନ୍ତ ନାୟକଙ୍କ ନେତୃତ୍ବରେ ଶତାଧିକ ବିଜେପି ମହିଳା ଓ ପୁରୁଷ କର୍ମୀଙ୍କ ପକ୍ଷରୁ ପୁରୀ ସଦର ବ୍ଲକ ସମ୍ମୁଖରେ ବ୍ଲକ ଘେରାଉ କରାଯିବା ସହିତ ଆନ୍ଦୋଳନ ଓ ବିକ୍ଷୋଭ କରାଯାଇଛି । ଏଥିସହିତ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର କୁଶପୁତ୍ତଳିକା ଦାହ ସମେତ ଆଇନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

19:28 November 08

ବ୍ୟାସନଗର ଠାରେ ବିଜେପିର ବିକ୍ଷୋଭ

ବ୍ୟାସନଗର ଠାରେ ବିଜେପିର ବିକ୍ଷୋଭ

ଯାଜପୁର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ବେଳେ ତାଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ବହିଷ୍କାର କରିବା ଦାବି କରିଛି ବ୍ୟାସନଗର ବିଜେପି । ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାସନଗର ବିଜେପି ମଣ୍ଡଳ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । ବିଜେପି ପକ୍ଷରୁ ଗୋପବନ୍ଧୁ ଛକ ଠାରୁ ଶୋଭାଯାତ୍ରା ବାହାରି ପୁରା ସହର ପରିକ୍ରମା କରିବା ପରେ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା ।  

ବ୍ୟାସନଗର ବିଜେପି ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା ଇତିଶ୍ରୀ ଜେନାଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ମାନେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରିଥିଲେ । ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ହାତ ରହିଥିଲେ ହେଁ ତାଙ୍କୁ ଘଣ୍ଟ ଘୋଡାଇବା ପାଇଁ ପୁରା ସରକାର ଲାଗିପଡିଥିବା ଅଭିଯୋଗ କରିଛି ବିଜେପି । ମନ୍ତ୍ରୀଙ୍କୁ ବହିଷ୍କାର ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ ବିଜେପି ନେତା ଓ ନେତ୍ରୀମାନେ । ଏଥିସହିତ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର କୁଶପୁତ୍ତଳିକା ଦାହ କରିଥିଲେ । 

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

19:26 November 08

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ଭଞ୍ଜନଗର ଠାରେ ବିଜେପିର ପ୍ରତିବାଦ

ଭଞ୍ଜନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ କଳାହାଣ୍ଡି ଗସ୍ତ କରୁଥିବାବେଳେ ଏହାକୁ ବିରୋଧ କରି ସାରା ରାଜ୍ୟରେ ଆଜି ବିଜେପି ବିକ୍ଷୋଭ ପ୍ରଦର୍ଶନ କରୁଛି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଭଞ୍ଜନଗର ସମେତ ବିଭିନ୍ନ ବ୍ଲକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦିବ୍ୟଶଙ୍କର ମିଶ୍ର ଏବଂ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିଥିବା ଦେଖିବାକୁ ମିଳିଥିଲା ।  

କାରଣ ମମତା ମେହେରଙ୍କ ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରି ନାହାନ୍ତି ବରଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘଣ୍ଟ ଘୋଡେଉଛି ବୋଲି ଅଭିଯୋଗ କରିଛି ବିଜେପି । ଯେତେଦିନ ପର୍ଯ୍ୟନ୍ତ ମମତା ମେହେରକୁ ନ୍ୟାୟ ନମିଳିଛି ଏହି ଆନ୍ଦୋଳନ ଜାରି ରହିବ ବୋଲି ବିଜେପି କହିଛି । ଅନ୍ୟପଟେ ଆଜିର ଏହି କାର୍ଯ୍ୟକ୍ରମରେ ବହୁ ବିଜେପି କର୍ମକର୍ତ୍ତା ଯୋଗ ଦେଇଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

19:25 November 08

ବଲାଙ୍ଗୀର ବିଜେପିର ବିକ୍ଷୋଭ

ବଲାଙ୍ଗୀର ବିଜେପିର ବିକ୍ଷୋଭ

ବଲାଙ୍ଗୀର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଆଜି ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛି ବିଜେପି । ବଲାଙ୍ଗୀରର ସମସ୍ତ 14ଟି ବ୍ଲକରେ ବିଜେପି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ମମିତା ମେହେର ହତ୍ୟାକାଣ୍ଡକୁ ଆଜି ମାସେ ବିତିଥିଲେ ସୁଦ୍ଧା ରାଜ୍ୟ ସରକାର ମମିତାକୁ ନ୍ୟାୟ ଦେଇପାରି ନଥିବାର ବିଜେପି ଅଭିଯୋଗ କରିଛି । ସମାନ ଭାବରେ ଏଥିରେ ସମ୍ପୃକ୍ତ ଥିବା ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଇ ନାରୀ ମାନଙ୍କ ଉପରେ ଅତ୍ୟାଚାର କରୁଥିବାର ଅଭିଯୋଗ କରିଛି ବିଜେପି ।  

ସେହିପରି ସରକାର ସ୍ଥାଣୁ ପାଲଟିଥିବାବେଳେ ବିରୋଧୀ ବିଜେପି ଏହି ଘଟଣାକୁ ନେଇ ଲୋକଙ୍କ ପାଖକୁ ଯାଉଥିବା ବିଜେପି କହିଛି । ତେବେ ଏଥିରେ ବିଜେଡି ମନ୍ତ୍ରୀ ଟୁକୁନି ସାହୁ ବିରୋଧୀ ରାଜନୀତି କରୁଥିବାର ଅଭିଯୋଗ କରିବାକୁ ନିନ୍ଦା କରିଛନ୍ତି । ମନ୍ତ୍ରୀଙ୍କ ଜିଲ୍ଲାରେ ଏହି ଘଟଣା ଘଟିଥିବାବେଳେ ମନ୍ତ୍ରୀ କାହିଁକି ଚୁପ ବସିଥିଲେ ବୋଲି ବଲାଙ୍ଗୀର ବିଜେପି ସାଂସଦ ଅଭିଯୋଗ କରିଛନ୍ତି । ସେପଟେ ପୀଡିତା ପରିବାରକୁ ଚାପ ଦେଇ ତାଙ୍କର ଭିଡିଓ ତିଆରି କରି ଏମାନେ ବିରୋଧୀଙ୍କୁ ଭୁଲ ଦର୍ଶାଇବା ପାଇଁ ଅପଚେଷ୍ଟା କରୁଛନ୍ତି । ବିଜେପି ବିରୋଧୀ ଦଳରେ ଅଛି ଓ ଲୋକଙ୍କ ପାଇଁ ତଥା ତାଙ୍କ ଅଧିକାର ପାଇଁ ଲଢେଇ କରିବ ବୋଲି ବିଜେପି କହିଛି । 

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

19:24 November 08

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ଆନନ୍ଦପୁର ବିଜେପିର ପ୍ରତିବାଦ

ଆନନ୍ଦପୁର: ଜୋର ଧରିଛି ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଏହାକୁ କେନ୍ଦ୍ର କରି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ବୀରାଜ କୁଅଁରଙ୍କ ନେତୃତ୍ବରେ ଘସିପୁରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଦାୟୀ କରାଯିବା ସହ ତାଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ଦାବି ହୋଇଛି ।  

ତେବେ ମମିତାଙ୍କୁ ହତ୍ୟା ଓ ପରେ ତାଙ୍କ ମୃତଦେହକୁ ପୋତିବା ପାଇଁ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବାରୁ କେବଳ ଗୋବିନ୍ଦ ସାହୁଙ୍କୁ ଗିରଫ କରି ପୋଲିସ ଚୁପ୍ ବସିଥିବା ନେଇ ଅଭିଯୋଗ କରିଛି ବିଜେପି । ପରେ ବ୍ଲକ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ବିଜେପି କର୍ମୀ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

17:20 November 08

ସମ୍ବଲପୁର DIGଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ

ସମ୍ବଲପୁର: ସମ୍ବଲପୁର DIGଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ବିଜେପି ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦ କରି ସମ୍ବଲପୁର ବିଜେପି କାର୍ଯ୍ୟାଳୟରୁ ପ୍ରାୟ 500 କାର୍ଯ୍ୟକର୍ତ୍ତା DIG ଅଫିସକୁ ଶୋଭାଯାତ୍ରାରେ ଆସିଥିଲେ । DIG ଅଫିସକୁ ବଳ ପ୍ରୟୋଗ କରି ବିଜେପି କାର୍ଯ୍ୟକର୍ତ୍ତା ପଶିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ୱାଟର କେନନ ପ୍ରୟୋଗ କରିଥିଲା । ଉତ୍ତେଜନା ବଢିବାରୁ ପୋଲିସ ମୃଦୁ ଲାଠି ଚାଳନା ମଧ୍ୟ କରିଥିଲା ।  

ପ୍ରତିବାଦରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଗୋଟେ ପୋଲିସ ଗାଡିକୁ ଘେରିଯାଇ ବାଡ଼ିଆ ପିଟା କରିଥିଲେ । ପରେ ପୋଲିସ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି । ଘଟଣା ସ୍ଥଳରୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସହ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

17:19 November 08

ସତ୍ୟବାଦୀ ବ୍ଲକ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

ପୁରୀ: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ମମିତା ମେହେରଙ୍କୁ ନ୍ୟାୟ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି କରି ସତ୍ୟବାଦୀ ଭାରତୀୟ ଜନତା ପାର୍ଟି ତରଫରୁ ପ୍ରତିବାଦ । ସତ୍ୟବାଦୀ ବ୍ଲକ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ସହିତ ପ୍ରତିବାଦ କରାଯାଇଛି । ହତ୍ୟାକାଣ୍ଡ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିବାବେଳେ ପୋଲିସ ଏନେଇ ତଦନ୍ତ କରୁନାହିଁ  ।  

ଏହାର ପ୍ରତିବାଦରେ ସତ୍ୟବାଦୀ ବିଜେପି ଯୁବ ନେତା ଓମ୍ ପ୍ରକାଶ ମିଶ୍ରଙ୍କ ନେତୃତ୍ବରେ ଆନ୍ଦୋଳନକୁ ବିଜେପି ଓହ୍ଲାଇଥିବାବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରିଛି । ସେହିପରି ପିପିଲି, ଗୋପ, କାକଟପୁରରେ ମଧ୍ୟ ଭାରତୀୟ ଜନତା ପାର୍ଟି ତରଫରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

17:19 November 08

ସୁବର୍ଣ୍ଣପୁର ବିଜେପିର ବିକ୍ଷୋଭ

ସୁବର୍ଣ୍ଣପୁର ବିଜେପିର ବିକ୍ଷୋଭ

ସୁବର୍ଣ୍ଣପୁର: ଜିଲ୍ଲା ବିଜେପି ପକ୍ଷରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ପୌର ପରିଷଦ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅପରାଧୀକ କାର୍ଯ୍ୟରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ସମ୍ପୃକ୍ତ ହେଉଥିବା ଅଭିଯୋଗ କରି ଏହି ଆନ୍ଦୋଳନ କରାଯାଇଥିଲା ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା ଗସ୍ତର ପ୍ରତିବାଦ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନିଜେ ସଚିବଙ୍କ ସହ ଭବାନୀପାଟଣା ଗସ୍ତ କରି ସନସାଇନ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାର ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହାର ଦୃଢ ପ୍ରତିବାଦ କରିବା ସହିତ ଗୃହରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ।

ବିଦ୍ୟାଳୟର ପରିଚାଳକ ଗୋବିନ୍ଦ ସାହୁ ଏହି ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଆସାମୀ ହୋଇଥିବାବେଳେ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅଭିଯୁକ୍ତକୁ ସୁରକ୍ଷା ଯୋଗାଇ ଦେବାରେ ନିଜ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । ସେହିପରି ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବାକୁ ଦାବି ହେଉଥିଲେ ହେଁ ରାଜ୍ୟ ସରକାର ପଛଘୁଞ୍ଚା ଦେଉଥିବା ବିଜେପି ଅଭିଯୋଗ କରିଛି । ଏହି ଘଟଣାରେ ସମ୍ପୃକ୍ତ ବିଜେଡି ମନ୍ତ୍ରୀମାନେ ନିଜ ନିଜ ପଦବୀରୁ ଇସ୍ତଫା ଦେବାକୁ ଦାବି କରିଛି ବିଜେପି । 

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

17:17 November 08

ଅନୁଗୋଳ ବିଜେପିର ପ୍ରତିବାଦ

ଅନୁଗୋଳ ବିଜେପିର ପ୍ରତିବାଦ

ଅନୁଗୋଳ: ମମିତା ମେହେର ହତ୍ୟା ଘଟଣାକୁ ନେଇ ଥମୁନି ରାଜନୀତି । ବିରୋଧୀ ବିଜେପି ସରକାରଙ୍କୁ କାଠଗଡ଼ାରେ ଛିଡା କରିବାକୁ ଅହରହ ଉଦ୍ୟମ ଜାରି ରଖିଛି । ବିଭିନ୍ନ ପର୍ଯ୍ୟାୟରେ ଜାରି ରଖିଛି ଆନ୍ଦୋଳନ । ଆଜି(ସୋମବାର) ଅନୁଗୋଳ ଜିଲ୍ଲାର ସମସ୍ତ ବ୍ଲକ ସମ୍ମୁଖରେ ବିଜେପି କରିଛି ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ ।  

ଜିଲ୍ଲାରେ ଥିବା ସମସ୍ତ ଆଠଟି ଯାକ ବ୍ଲକ ସମ୍ମୁଖରେ ସ୍ଥାନୀୟ ନେତୃବୃନ୍ଦଙ୍କ ନେତୃତ୍ବରେ ବିଜେପି ବ୍ଲକ ସମ୍ମୁଖରେ ପ୍ରତିବାଦ କରିଛି । ବିଜେପି କର୍ମୀମାନେ ନବୀନ ସରକାର ବିରୋଧୀ ସ୍ଲୋଗାନ ଦେଇ ବିକ୍ଷୋଭ କରିବା ସହ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି ।

ଅନୁଗୋଳ ବ୍ଲକ ସମ୍ମୁଖରେ ନେତା ପ୍ରତାପ ପ୍ରଧାନଙ୍କ ନେତୃତ୍ବରେ ଜିଲ୍ଲା ସଭାପତି ଡିଲେଶ୍ଵର ପ୍ରଧାନ ଓ ଅନ୍ୟ ନେତୃବୃନ୍ଦ ପ୍ରତିବାଦ କରିବା ସହ ସରକାରଙ୍କୁ ସମାଲୋଚନା କରିଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ସବୁ ବ୍ଲକ ସମ୍ମୁଖରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

17:15 November 08

କଳାହାଣ୍ଡିରେ ବିଜେପିର ପ୍ରତିବାଦ

କଳାହାଣ୍ଡିରେ ବିଜେପିର ପ୍ରତିବାଦ

ଭବାନୀପାଟଣା: ଆଜି(ସୋମବାର) କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମମିତା ମେହେର ହତ୍ୟାକାଣ୍ଡ ଘଟଣାର ବାଦ ବିବାଦ ଭିତରେ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି । ଜିଲ୍ଲାର ୧୭ଟି ସ୍ଥାନରେ ମନ୍ତ୍ରୀମାନେ ହିତାଧିକାରୀଙ୍କୁ BSKY କାର୍ଡ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସେହିଭଳି ଧର୍ମଗଡ଼ ଠାରେ ମଧ୍ୟ BSKY କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କାର୍ଡ ବଣ୍ଟନ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯିବା ସମୟରେ ସଭାସ୍ଥଳରେ ବିଜେପି କର୍ମୀ ମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ସେପଟେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି କର୍ମୀ । ଦୀର୍ଘ ସମୟ ଧରି ଉଭୟ ଦଳ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

15:35 November 08

କେନ୍ଦୁଝର ବିଜେପିର ବିକ୍ଷୋଭ

କେନ୍ଦୁଝର ବିଜେପିର ବିକ୍ଷୋଭ

କେନ୍ଦୁଝର: ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ବିଧାୟକ ମୋହନ ମାଝିଙ୍କ ନେତୃତ୍ବରେ ବିଜେପି ଆଜି(ସୋମବାର) ସଦର ବ୍ଲକ ଘେରାଉ କରିଛି । ଜିଲ୍ଲାରେ ମୋହନ ମାଝୀଙ୍କ ଉପରେ ଆକ୍ରମଣର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ, ମୁନା ପୂର୍ତ୍ତିଙ୍କୁ ଖଲାସ ଏବଂ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଏହି ବିକ୍ଷୋଭ କରାଯାଇଛି । 

ଏହାସହ ମମତା ମେହେରକୁ ନ୍ୟାୟ ପ୍ରଦାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରାଯାଇଛି । ବିକ୍ଷୋଭରେ ଜିଲ୍ଲାପାଳ, ଏସପିଙ୍କ ବଦଳି ଦାବି କରିଛି ବିଜେପି । ଶେଷରେ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ଗୃହ ରାଜ୍ୟ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

14:45 November 08

ଜଗତସିଂହପୁର ବିଜେପିର ବିରୋଧ: ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଉଛି ବିଜେଡି

ଜଗତସିଂହପୁର ବିଜେପିର ବିରୋଧ: 3 ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ଜଗତସିଂହପୁର: ଜିଲ୍ଲା ବିଜେପି ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ଜଗତସିଂହପୁର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ସ୍ଥାନୀୟ ସୋମନାଥ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଜଗତସିଂହପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।  

ସେଠାରେ ଏକ ସାଧାରଣ ସଭା କରି ରାଜ୍ୟରେ ବିଜେଡି ସରକାର ଅମଳରେ ନାରୀ ନିର୍ଯାତନା ବଢିବା ସହ ଖୋଦ ମନ୍ତ୍ରୀ ଏଥିରେ ସମ୍ପୃକ୍ତ ରହିଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ସେଭଳି ମନ୍ତ୍ରୀକୁ ସୁରକ୍ଷା ଯୋଗାଉଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି । ଯେପର୍ଯ୍ୟନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ନ ଦେଇଛନ୍ତି, ସେପର୍ଯ୍ୟନ୍ତ ବିଜେପି ବିରୋଧ ପ୍ରଦର୍ଶନ କରିବ ବୋଲି ବିଜେପି କହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Nov 8, 2021, 8:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.